Fake Gumasta Arrested in Puri: ଶ୍ରୀମନ୍ଦିର ବାହାରେ ନକଲି ଗୁମାସ୍ତାଙ୍କ ରାଜ୍! ଦର୍ଶନ କରାଇବା ନାଁରେ ଭକ୍ତଙ୍କୁ ଲୁଟ୍

Nov 17, 2026 - 12:48
Fake Gumasta Arrested in Puri: ଶ୍ରୀମନ୍ଦିର ବାହାରେ ନକଲି ଗୁମାସ୍ତାଙ୍କ ରାଜ୍! ଦର୍ଶନ କରାଇବା ନାଁରେ ଭକ୍ତଙ୍କୁ ଲୁଟ୍

ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତମାନେ ସାବଧାନ।

ଶ୍ରୀମନ୍ଦିର ବାହାରେ ବୁଲୁଛନ୍ତି ନକଲି ଗୁମାସ୍ତା।

ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କୁ ଟାର୍ଗେଟ୍ କରୁଛନ୍ତି।

ଭକ୍ତି ସହ ଖେଳୁଛନ୍ତି, ଗାଇଡ୍ କରିବା ନାଁରେ ଘେରୁଛନ୍ତି, ଦର୍ଶନ ନାଁରେ ଲୁଟୁଛନ୍ତି।

ଏମିତି ଭାବରେ ଆସ୍ଥା ଓ ଭକ୍ତିକୁ ଢାଲ କରି ଶ୍ରୀକ୍ଷେତ୍ରରେ ଚାଲିିଛି ଦଲାଲି।

Advertisment ଗତକାଲି ଉତ୍ତର ଦ୍ୱାର ନିକଟ ପାଣି ଟାଙ୍କି ପାଖରେ ଚଢ଼ାଉ କରି ୯ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିଂହଦ୍ବାର ଥାନା ପୋଲିସ।

ସେମାନଙ୍କ ନିକଟରୁ ଭକ୍ତଙ୍କଠାରୁ ଆଦାୟ ହୋଇଥିବା ୨ ହଜାର ୬୬୦ ଟଙ୍କା ବି ଜବତ ହୋଇଛି।

ମହାପ୍ରଭୁଙ୍କ ଟିକିଏ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ।

ହେଲେ ବାହାରୁ ଆସୁଥିବା ନିରୀହ ଭକ୍ତଙ୍କ ସରଳତାର ସୁଯୋଗ ନେଉଛନ୍ତି କିଛି ଅସାଧୁ ବ୍ୟକ୍ତି।

ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଆସ୍ଥାର ଫାଇଦା ଉଠାଇ ଦର୍ଶନ କରାଇଦେବା ନାଁରେ ଖୋଲାଖୋଲି ଭକ୍ତଙ୍କୁ ଲୁଟ୍ ଚାଲିଛି।

ନକଲି ଗୁମାସ୍ତା ସାଜି ଶ୍ରୀମନ୍ଦିର ଚାରିପାଖେ ବିଛାଇଛନ୍ତି ଠକେଇର ଜାଲ୍।

ଭଲ ଦର୍ଶନ କରାଇଦେବା, ଗାଇଡ୍ କରିବା ଆଳରେ ଶ୍ରଦ୍ଧାଳୁଙ୍କ ଠାରୁ ଜୋରଜବରଦସ୍ତି ଆଦାୟ କରୁଛନ୍ତି ମୋଟା ଅଙ୍କର ଟଙ୍କା।

କେବଳ ଗତକାଲିର ଘଟଣା ନୁହେଁ, ଗତ ଗୋଟିଏ ମାସ ଭିତରେ ପୁରୀ ପୋଲିସ ଚଢ଼ାଉ କରି ପ୍ରାୟ ୩୦ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିସାରିଲାଣି।

ବାରମ୍ବାର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ଏହି ଦଲାଲଙ୍କ ଦୌରାତ୍ମ୍ୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଏଦିଗରେ ଭକ୍ତମାନେ ବି ସଜାଗ ଓ ସଚେତନ ହେବା ଜରୁରୀ।

Advertisment କୌଣସି ଅଜଣା ବ୍ୟକ୍ତିଙ୍କ ଜୋରଜବରଦସ୍ତି ଗାଇଡ୍ ସେବା କିମ୍ବା ଟଙ୍କା ଦାବିକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ।

ସନ୍ଦେହଜନକ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ପୋଲିସକୁ ଜଣାନ୍ତୁ।

ଶ୍ରୀକ୍ଷେତ୍ରର ପବିତ୍ରତା ଓ ଭକ୍ତଙ୍କ ସୁରକ୍ଷା ପାଇଁ ଏଭଳି ଠକଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)