Fake Excise Office ମଦ ଦୋକାନରୁ ୫ହଜାର ଟଙ୍କା ବଟି ମାଗି ନକଲି ଅବକାରୀ ଅଧିକାରୀ ଗିରଫ
"ରାଜକନିକା: ନିଜକୁ ଅବକାରୀ ଅଧିକାରୀ ବୋଲି ପରିଚୟ ଦେଇ ରାଜକନିକା ଥାନା ଅନ୍ତର୍ଗତ ରାଜକନିକା କାଜୁ ବଗିଚାରେ ଥିବା ଠିପି ବନ୍ଦ ମଦ ଦୋକାନ ମାଲିକଙ୍କ ଠାରୁ ୫ ହଜାର ଟଙ୍କା ବଟି ମାଗିଥିଲେ।
ମାଲିକ ଚତୁରତା ସହକାରେ ପୁଲିସକୁ ସୂଚିତ କରିବା ପରେ ଅବକାରୀ ଅଧିକାରୀଙ୍କ ଅସଲ ମୁଖା ଖୋଲିଯାଇଥିଲା।
Advertisment Retired engineer: ନକଲି ପୁଲିସ ଧମକରେ ଫସିଗଲେ ଅବସରପ୍ରାପ୍ତ ଯନ୍ତ୍ରୀ: ଗିରଫ ଭୟରେ ଦେଇଦେଲେ ୧.୩୮କୋଟି ବଚଣା ଥାନା ଅନ୍ତର୍ଗତ ବାନ୍ଦଳ ଗାଁର ପ୍ରଭାସ କୁମାର ବଳ (୪୦) ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଉକ୍ତ ଠିପି ବନ୍ଦ ମଦଦୋକାନ ନିକଟରେ ପହଞ୍ଚିଥିଲେ।
ନିଜକୁ ଅବକାରୀ ନିରୀକ୍ଷକ ବୋଲି ପରିଚୟ ଦେଇଥିଲେ।
ଦୋକାନର କାଗଜପତ୍ର ମଗାଇ ଯାଞ୍ଚ କରିଥିଲେ।
ନିଜ ମୋବାଇଲ୍ରେ ଫଟୋ ମଧ୍ୟ ଉଠାଇଥିଲେ।
ନଥିପତ୍ର ଅପ୍ଡେଟ୍ ନଥିବା କହି ଧମକାଇଥିଲେ ଏବଂ ୫ ହଜାର ଟଙ୍କା ବଟି ମାଗିଥିଲେ।
Fake policeman: ଧରାପଡ଼ିଲେ ନକଲି ପୁଲିସ ବାପ ପୁଅ: ବାପା ଏଡିଜି ତ ପୁଅ ଏଏସ୍ଆଇ କହି ଠକୁଥିଲେ ଦୋକାନର ମ୍ୟାନେଜର ନିରଞ୍ଜନ ନାୟକଙ୍କୁ ସନ୍ଦେହ ହେବାରୁ ତାଙ୍କର ଅବକାରୀ ବିଭାଗର ପରିଚୟ ପତ୍ର ମାଗି ଥିଲେ, ହେଲେ ସେ ଦେଇ ପାରି ନଥିଲେ l ପରେ ପୁଲିସକୁ ଫୋନ କରିଥିଲେ ମ୍ୟାନେଜର l ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ପ୍ରଭାସଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ।
ଏଥିରେ ପ୍ରଭାସଙ୍କ ମୁଖା ଖୋଲିଯାଇଥିଲା।
ମ୍ୟାନେଜରଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ତାଙ୍କ ନିକଟରୁ ଏକ ବାଇକ ଜବତ କରା ଯାଇଥିବା ଥାନା ଅଧିକାରୀ ସଞ୍ଜୟ ମଲିକ ସୂଚନା ଦେଇଛନ୍ତି l"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
