Facial anxiety: ଚଳନ୍ତିକା: ଚେହେରା ଚିନ୍ତାରୁ ଏଆଇ ଡିସ୍‌ମୋଫିଆ

Jun 28, 2026 - 08:18
Facial anxiety: ଚଳନ୍ତିକା: ଚେହେରା ଚିନ୍ତାରୁ ଏଆଇ ଡିସ୍‌ମୋଫିଆ

"ଆମ କଥୋପକଥନ ଓ ଚିନ୍ତାଧାରା କ୍ଷେତ୍ରରେ ଏଆଇ ବ୍ୟାପକ ପରିବର୍ତ୍ତନ ଘଟାଇ ସାରିଲାଣି।

ଅନ୍‌ଲାଇନ୍‌ କମ୍ୟୁନିକେସନ୍‌ରେ ଆମେ "ଡେଲ୍‌ଭ୍‌" ଅଥବା "ଟାପେଷ୍ଟ୍ରି" ଭଳି ଅଧିକରୁ ଅଧିକ ଏଆଇ ଶବ୍ଦ ବ୍ୟବହାର କରୁଛନ୍ତି।

ଏବେ ଗବେଷଣା ଦର୍ଶାଇଲାଣି‌ ଯେ ଏଆଇ ଚାଟ୍‌ବଟ୍‌ ମନୁଷ୍ୟଙ୍କୁ ବୁଦ୍ଦୁ ବନାଇ ଦେଇପାରେ!ସମ୍ପ୍ରତି ଏଆଇ ମାନିଆ ମନୁଷ୍ୟ ଚେହେରା କ୍ଷେତ୍ରରେ ମଧ୍ୟ ପ୍ରବେଶ କଲାଣି।

ପ୍ଲାଷ୍ଟିକ୍‌ ସର୍ଜନ୍‌ ଓ କସ୍‌ମେଟିକ୍‌ ଡର୍ମାଟୋଲଜିଷ୍ଟ୍‌ମାନେ କହୁଛନ୍ତି ଯେ ବହୁସଂଖ୍ୟକ ଲୋକ ନିଜ ନିଜ ଏଆଇ-ଜେନେରେଟେଡ୍‌ ଚିତ୍ର ଧରି ଆସୁଛନ୍ତି।

ସେମାନେ କହୁଛନ୍ତି କି, ସେମାନଙ୍କର ତ୍ବଚା ଆହୁରି ନରମ ହେଉ, ଅଧର ହନୁ ଓ ଉପର ହନୁ ଆକର୍ଷଣୀୟ ହେଉ, ଆଖି ବଡ଼ ବଡ଼ ଦିଶୁ।

ଅତଏବ, ସେମାନଙ୍କର ଇଚ୍ଛା ସେମାନଙ୍କ ଶରୀର ସଜଡ଼ା ଯାଇ ମେସିନ୍‌ରେ ତିଆରି ହେଲା ଭଳି ସୁଠାମ କରାଯାଉ।କିନ୍ତୁ, ସମସ୍ୟା ହେଉଛି- କାହା ଶରୀରକୁ କ"ଣ ସଜାଡ଼ି ଚିତ୍ର ସଦୃଶ କରାଯାଇ ପାରିବ?Advertisment Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା କସ୍‌ମେଟିକ୍‌ ସର୍ଜରି ସବୁବେଳେ କଳ୍ପନାବିଳାସ ଭଳି ରହିଆସିଛି।

ତରୁଣ-ସୁଲଭ ମୁଖମଣ୍ଡଳ, ସଳଖ ପେଟ ଅଥବା ସେଭଳି ଅନ୍ୟ କିଛି ସୌନ୍ଦର୍ଯ୍ୟ ହେଉ।

ଏ ସବୁ ମୂଳରେ ରହିଛି ମାନବୀୟ କଳ୍ପନାବିଳାସ।

ଗତାନୁଗତିକ ରୀତିରେ ଏ ସବୁ ଆଦର୍ଶ ଚେହେରା ଚଳଚ୍ଚିତ୍ର ତାରକାଙ୍କ ଠାରେ ଏବଂ ପତ୍ରପତ୍ରିକା ମଲାଟରେ ଦେଖାଯାଉଥିଲା।

ଏବେ ଏ ସବୁ ଇନ୍‌ଷ୍ଟାଗ୍ରାମ୍‌ ଫିଲ୍‌ଟର୍‌ରେ ଦିଶିଲାଣି।

୨୦୧୯ରେ ଆମେରିକାନ୍‌ ଏକାଡେମୀ ଅଫ୍‌ ଫେସିଆଲ୍‌ ପ୍ଲାଷ୍ଟିକ୍‌ ଆଣ୍ଡ୍‌ ରିକନ୍‌ଷ୍ଟ୍ରକ୍‌ଟିଭ୍‌ ସର୍ଜରି ରିପୋର୍ଟ କରିଥିଲା ଯେ ୭୨ ପ୍ରତିଶତ ସର୍ଜନଙ୍କ ମତରେ, ଲୋକ ଚାହୁଥିଲେ ସେମାନଙ୍କ ଚେହେରା ସେଲ୍‌ଫିରେ ଦିଶୁଥିବା ନିଜ ଚେହେରା ସଦୃଶ ଦିଶୁ।

ଏ ଟ୍ରେଣ୍ଡ୍‌କୁ ସେତେବେଳେ "ସ୍ନାପ୍‌ଚାଟ୍‌ ଡିସ୍‌ମୋଫିଆ" ବୋଲି କୁହାଯାଉଥିଲା।

ସୁତରାଂ, ଏବେ ଆମେ "ଏଆଇ ଡିସ୍‌ମୋଫିଆ" ଇଲାକାରେ ପ୍ରବେଶ କଲେଣି।

ସେଲିବ୍ରିଟିଙ୍କ ଚେହେରା ସଦୃଶ କରାଇବା ପରିବର୍ତ୍ତେ ଲୋକେ ଏବେ ନିଜର ସିନ୍ଥେଟିକ୍‌ ବା କୃତ୍ରିମ ଚେହେରା କରାଇବାକୁ ଅଧୀର ହେଉଛନ୍ତି।

ଏହା ସେମାନଙ୍କର ମୂଳ ପରିଚୟ ସଂରକ୍ଷିତ ରଖି ବାକି ସବୁ କିଛି ପରିବର୍ତ୍ତନ କରିଦେଉଛି ବୋଲି ସେମାନଙ୍କର ଧାରଣା ହେଉଛି।

କିନ୍ତୁ, କେତେକ ପ୍ଲାଷ୍ଟିକ୍‌ ସର୍ଜନ୍‌ ଏ କାମ କରିବାରେ ଆଦୌ ସୁଖ ପାଉନାହାନ୍ତି।

ଏହା କିନ୍ତୁ, ବିୟୁଟି ଟ୍ରେଣ୍ଡ୍‌ ନୁହେଁ।

ଏଆଇ ଆମକୁ ଯେଭଳି ରୂପାୟନ କରୁଛି- ସେଭଳି ଦିଶିବାର ଇଚ୍ଛା।

Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଜଣା କଥା କହିଦେଲେ କୁମାର ସାଙ୍ଗାକାରା ଏହା ସମ୍ଭବ ହେଉଛି ତିନିଟି ପରାକ୍ରମୀ ଶକ୍ତି- କସ୍‌ମେଟିକ୍‌ ମେଡିସିନ୍‌, ସୋସିଆଲ୍‌ ମିଡିଆ ଇନ୍‌ସିକ୍ୟୁରିଟି ଓ ଏଆଇ ଦ୍ବାରା ସମ୍ଭବ ହେଉଥିବା ବାସ୍ତବ ଚେହେରାଠାରୁ ଅଧିକ ଆକର୍ଷଣୀୟ ରୂପ ମିଶ୍ରଣରେ।

ବହୁକିଛି ପରିବର୍ତ୍ତନ ହେଲେ ବି ଏଆଇ ଦ୍ବାରା ନିର୍ମିତ ଚିତ୍ରଟି ସେ ଲୋକ ବୋଲି ଚିହ୍ନି ହେଉଛି।

ସେଥିପାଇଁ ଅମୁକ ଭଳି କି, ସମୁକ ଭଳି ହେବାକୁ ଲୋକେ ଆଉ ଚାହୁନାହାନ୍ତି।

ବରଂ ଚାହୁଛନ୍ତି ନିଜ ଚେହେରାରେ ଥିବା ଖୁଣ ସବୁ ବାଦ୍‌ ଦେଇ ସୁନ୍ଦର ଦିଶିବାକୁ।

କିନ୍ତୁ, ଏଆଇ ଦ୍ବାରା ପ୍ରସ୍ତୁତ ଚିତ୍ର କଦାପି ଶରୀର ବିଜ୍ଞାନ, ବୟସ ଏବଂ ଅସ୍ତ୍ରୋପଚାରଗତ ନିରାପତ୍ତା ପ୍ରତି ଧ୍ୟାନ ଦେଇ ନ ଥାଏ।

କ୍ଷଣିକରେ ଏଆଇ ଲୋକଙ୍କୁ ଅବାସ୍ତବ ଇଲାକାକୁ ନେଇଯାଏ!

ଡାକ୍ତରମାନଙ୍କୁ କିନ୍ତୁ ଏ ସବୁ କଥା ପ୍ରତି ଧ୍ୟାନ ଦେଇ ରୂପ ସୁଧାରିବାକୁ ପଡ଼େ।

ଫଳରେ ସମସ୍ତଙ୍କ କ୍ଷେତ୍ରରେ ଏଆଇ ଦ୍ବାରା ସୃଷ୍ଟ ରୂପ ପାଇବା ସମ୍ଭବ ହୋଇ ନ ଥାଏ।"