Expressway Violence: ଏକ୍ସପେସ୍ୱେ ଗୁଣ୍ଡାରାଜ: କାର ଡୋର୍ ଖୋଲି ଡ୍ରାଇଭରଙ୍କୁ ନିର୍ଦ୍ଧୁମ୍ ପିଟିଲେ
"ବେଙ୍ଗାଲୁରୁ: କର୍ଣ୍ଣାଟକର ବ୍ୟସ୍ତବହୁଳ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେରେ ଏକ ପରିବାରକୁ କିଛ ଯୁବକ ଆକ୍ରମଣ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଆକ୍ରମଣ ହାଇୱେରେ ଯାତ୍ରା କରୁଥିବା ଅନ୍ୟ ଏକ କାରର ଡ୍ୟାସକ୍ୟାମ୍ରେ କଏଦ ହୋଇଛି।
ଭିଡିଓରେ ଦେଖାଯାଉଛି ଯେ, କିଛି ଲୋକ ଏକ୍ସପ୍ରେସ୍ୱେ ମଝିରେ ଥିବା ଏକ ନୀଳ ରଙ୍ଗର କାର ଆଡ଼କୁ ଦୌଡୁଛନ୍ତି।
ସେମାନେ ଜୋରଜବରଦସ୍ତି କାରର ଡୋର୍ ଖୋଲି ସମସ୍ତଙ୍କ ସମ୍ମୁଖରେ ଡ୍ରାଇଭର ସିଟରେ ବସିଥିବା ବ୍ୟକ୍ତିଙ୍କୁ ବାରମ୍ବାର ମୁଥ ମାରୁଛନ୍ତି।
କାରରେ ଜଣେ ମହିଳା ଏବଂ ଜଣେ ଶିଶୁ ସମେତ ଚାରିରୁ ପାଞ୍ଚ ଜଣ ଥିବା କୁହାଯାଉଛି।
ଭିଡ଼ ମଧ୍ୟରୁ ଜଣେ ଏକ ଛୋଟ ରଡ୍ରେ ଡ୍ରାଇଭରଙ୍କୁ ମାଡ଼ ମାରିବାର ଦେଖିବାକୁ ମିଳୁଛି।
ରାସ୍ତା ଦେଇ ଯାଉଥିବା ଲୋକମାନେ ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଥିବାର ଦେଖାଯାଇଥିଲା।
ଭିଡିଓର ଶେଷରେ,ଆକ୍ରମଣ ସମୟରେ ଜଣେ ମହିଳା କାରରୁ ବାହାରକୁ ଆସି ଲୋକଙ୍କୁ ଅଟକିବାକୁ ଅନୁରୋଧ କରୁଛନ୍ତି।
ଡ୍ରାଇଭରଙ୍କୁ କାରରୁ ଟାଣି ନେଇ ସେମାନେ ପିଟୁଥିବାର ଦେଖାଯାଉଛି।Advertisment Wife Kills Husband: ଟଏଲେଟ୍ କ୍ଲିନର ଇଞ୍ଜେକ୍ସନ ଦେଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ: ପ୍ରେମିକ ସହ ୩ ଗିରଫ ପ୍ରକୃତ କାରଣ ଅସ୍ପଷ୍ଟ ଆକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ରିପୋର୍ଟ ଅନୁଯାୟୀ ଘଟଣାଟି ଏକ୍ସପ୍ରେସୱେର ମାଦ୍ଦୁର ଅଞ୍ଚଳରେ ରବିବାର ରାତି ପ୍ରାୟ ୯ଟା ୫୮ରେ ଏହି ଘଟଣା ଘଟିଥିଲା ଏବଂ ପରିବାରର କାର୍ ପଛରେ ଆସୁଥିବା ଅନ୍ୟ ଏକ ଗାଡ଼ିର ଡ୍ୟାସକ୍ୟାମ୍ରେ ଏହା କଏଦ ହୋଇଥିଲା।
ମୈସୁରୁ-ବେଙ୍ଗାଲୁରୁ ରାଜପଥରେ ଓଭରଟେକିଂକୁ ନେଇ ଏହି ବିବାଦ ହିଂସାତ୍ମକ ରୂପ ନେଇଥିଲା ବୋଲି କୁହାଯାଉଛି।
ସ୍ଥାନୀୟ ପୁଲିସ ଏପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କିମ୍ବା ଗିରଫ କରିବା ସମ୍ପର୍କରେ କୌଣସି ବିବୃତି ଜାରି କରିନାହିଁ।
ତେବେ ଏହି ଘଟଣା ଏକ୍ସପେସ୍ୱେରେ ହୋଇଥିବା ଗୁଣ୍ଡାରାଜର କାହାଣୀ ବଖାଣୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।