Expansion of NALCO's Angul: ୨୦୩୧ ସୁଦ୍ଧା ନାଲ୍‌କୋ ଅନୁଗୋଳ ପ୍ଲାଣ୍ଟର ସମ୍ପ୍ରସାରଣ: ୨ ମାସରେ ଦାମନଯୋଡ଼ି ଗାଲିୟମ୍‌ କାରଖାନା

Nov 14, 2026 - 07:19
Expansion of NALCO's Angul: ୨୦୩୧ ସୁଦ୍ଧା ନାଲ୍‌କୋ ଅନୁଗୋଳ ପ୍ଲାଣ୍ଟର ସମ୍ପ୍ରସାରଣ: ୨ ମାସରେ ଦାମନଯୋଡ଼ି ଗାଲିୟମ୍‌ କାରଖାନା

ଭୁବନେଶ୍ବର: ନବରତ୍ନ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲ୍‌କୋ)ର ପ୍ରସ୍ତାବିତ ୩୦ହଜାର କୋଟି ଟଙ୍କାର ବାର୍ଷିକ ୦.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଅନୁଗୋଳ ସ୍ମେଲଟର ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ୨୦୩୦-୩୧ ସୁଦ୍ଧା ଶେଷ ହେବା ଆଶା କରାଯାଉଛି।

ଏଥିପାଇଁ ପ୍ରାୟ ୩୦୦ ଏକର ଜମି ଆବଶ୍ୟକ ଥିବା ବେଳେ ସେଥିରୁ ୮୦ ଏକର ହେଉଛି ଘରୋଇ ଜମି।

ସେହି ଜମି ଅଧିଗ୍ରହଣ ପାଇଁ ଉଦ୍ୟମ ଜାରି ରହିଛି।

ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି କାର୍ଯ୍ୟ ଆସନ୍ତାବର୍ଷ ଫେବ୍ରୁଆରି-ମାର୍ଚ୍ଚ ସୁଦ୍ଧା ଶେଷ ହେବ।

ଏହି କାରଖାନା ପାଇଁ ଏନ୍‌ଏଲ୍‌ସି ଇଣ୍ଡିଆ ସହ ମିଶି ଏକ ୧୦୮୦ ମେଗାୱାଟ୍‌ର ପାୱାର ପ୍ଲାଣ୍ଟ୍‌ ସ୍ଥାପନ ପାଇଁ ଯୋଜନା ରହିଛି ବୋଲି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି।

ଏହି ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ଚାଲିଯିବା ସମ୍ପର୍କିତ ଗୁଜବକୁ ସେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

କମ୍ପାନିର ଘରୋଇକରଣ ହେବନାହିଁ ବୋଲି ମଧ୍ୟ ସେ ଦୃଢ଼ ଭାବେ କହିଛନ୍ତି।

Advertisment Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ କମ୍ପାନିର ସମ୍ପ୍ରସାରଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ, ଜାମନଯୋଡ଼ିର ଗାଲିୟମ କାରଖାନାକୁ ଆସନ୍ତା ୨-୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ। ‌ସେହି ସମୟ ସୁଦ୍ଧା ପଟ୍ଟାଙ୍ଗୀ ଖଣିରୁ ମଧ୍ୟ ଉତ୍ପାଦନ ଆରମ୍ଭ ହେବ।

ଏହା ପରେ ଆଲୁମିନା ଉତ୍ପାଦନ ପରିମାଣ ଯଥେଷ୍ଟ ବଢ଼ିଯିବ।

ଆମ ପାଖରେ ଥିବା ଅତିରିକ୍ତ ଆଲୁମିନାକୁ ରପ୍ତାନି ନ କରି କିଭଳି ‌ଦେଶ ଭିତରେ ଉପଯୋଗ କରାଯିବ, ସେ ଉପରେ ଆମେ ଧ୍ୟାନ ଦେଉଛୁ।

ଅତିରିକ୍ତ କାରଖାନା ସ୍ଥାପନ ପାଇଁ ରାଜ୍ୟ ଭିତରେ ଓ ବାହାରେ ସୁଯୋଗ ସନ୍ଧାନ କରୁଛୁ ବୋଲି ସେ କହିଛନ୍ତି।

୨ ମାସରେ ଦାମନଯୋଡ଼ି ଗାଲିୟମ୍‌ କାରଖାନା ଉତ୍ପାଦକତା ବୃଦ୍ଧି ପାଇଁ 'ଏଆଇ' ବ୍ୟବହାର ହେବ ସବୁଜ ଶକ୍ତି ପାଇଁ ସ୍ବତନ୍ତ୍ର ସଂସ୍ଥା ଗଢ଼ାଯିବ ଆଲୁମିନିୟମ ପାର୍କ ସମ୍ପର୍କରେ ସେ କହିଥିଲେ, ଅନୁଗୋଳ ପାର୍କରେ ୫-୬ଟି ସଂସ୍ଥା କାରଖାନା ସ୍ଥାପନ କରୁଛନ୍ତି।

ଜାମନଯୋଡ଼ିରେ ମଧ୍ୟ ସ୍ବତନ୍ତ୍ର ଆଲୁମିନିୟମ ଉତ୍ପାଦ ପାର୍କ କରିବା ପାଇଁ ଆମକୁ ୨-୩ ଏମ୍ଏସ୍‌ଏମ୍‌ଇ ଅନୁରୋଧ କରିଛନ୍ତି।

ଉଭୟ ପାର୍କର କଞ୍ଚାମାଲ ଆବଶ୍ୟକତା ପୂରଣ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।

ସବୁଜ ଶକ୍ତିକୁ ନେଇ ନାଲ୍‌କୋ ଏକ ସ୍ବତନ୍ତ୍ର ସଂସ୍ଥା ଗଠନ କରିବ।

କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ମେସିନ ଲର୍ଣ୍ଣିଂ (ଏମ୍‌ଏଲ୍‌)କୁ ନାଲ୍‌କୋ ବ୍ୟାପକ ଭାବେ ବ୍ୟବହାର କରିବ ବୋଲି ଶ୍ରୀ ସିଂହ ସୂଚନା ଦେଇଥିଲେ।

Russia-Ukraine war: ଆମେରିକାର ଶାନ୍ତି ଉଦ୍ୟମ ସତ୍ତ୍ୱେ ରୁଷ୍‌-ୟୁକ୍ରେନ୍‌ରେ ରାତିସାରା ଆକ୍ରମଣ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କମ୍ପାନିର ଆର୍ଥିକ ପ୍ରଦର୍ଶନ ସମ୍ପର୍କରେ ସୂଚନା ଦେଇ ସେ କହିଲେ, ମୋଟ୍‌ ଆୟ ୩୦% ବୃଦ୍ଧି ପାଇ ସର୍ବକାଳୀନ ସର୍ବାଧିକ ୧୧,୧୪୩ କୋଟି ଟଙ୍କା, ଏବିଟ୍‌ଡା ୫୦% ବୃଦ୍ଧି ପାଇ ୫୫୩୯ କୋଟି ଟଙ୍କା, ଟିକସ ପୂର୍ବବର୍ତ୍ତୀ ଲାଭ ୫୫% ବଢ଼ି ୫୧୬୦ କୋଟି ଟଙ୍କା ଓ ଟିକସ ପରବର୍ତ୍ତୀ ଲାଭ ୫୪% ବଢ଼ି ୩୮୩୭ ‌କୋଟି ଟଙ୍କା ହୋଇଛି।

ଏହି ଅବସରରେ ନାଲ୍‌କୋର ନିର୍ଦ୍ଦେଶକ (ଉତ୍ପାଦନ) ପଙ୍କଜ ଶର୍ମା, ନିର୍ଦ୍ଦେଶକ (ପ୍ରକଳ୍ପ) ଜଗଦୀଶ ଅରୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ତାପସ ଅରୋରା, ନିର୍ଦ୍ଦେଶକ (ବିତ୍ତ) ଅଭୟ କୁମାର ବେହୁରିଆ ଓ ନିର୍ଦ୍ଦେଶକ (ବାଣିଜ୍ୟିକ) ଅନିଲ କୁମାର ସିଂହ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)