Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ

Aug 02, 2026 - 01:20
Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ

"ଭଞ୍ଜନଗର (ବିଶ୍ବମ୍ବର ଜେନା): ଗଂଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ୩ ଟି ପୃଥକ ମାମଲା ରୁଜୁ କରାଯାଇଛି।Advertisment ଭଞ୍ଜନଗର-ଫୁଲବାଣୀ ରାସ୍ତାର ଖାରିଗୁଡା ଟୋଲ ଗେଟ୍‌ ନିକଟରେ ଯାଞ୍ଚ କରୁଥିବା ସମୟରେ ଫୁଲବାଣୀ ପଟୁ ଆସୁଥିବା ଏକ କାର ଅବକାରୀ ଟିମକୁ ଦେଖି ବୁଲାଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଅଟକାଇବା ସହ ଯାଞ୍ଚ କରିବାରୁ ସେଥିରୁ ୫୦ କେଜି ଗଞ୍ଜେଇ ମିଳିଥିବା ଅବକାରୀ ଓଆଇସି ବିଭୂ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

ଏସଂକ୍ରାନ୍ତରେ କେସ ନମ୍ବର ୬୯ ରେ ଏକ ମାମଲା ରୁଜୁ କରି ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର ସୋନୁ କୁମାର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ କାର୍‌କୁ ଜବତ କରିଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Drug Peddler arrest ବେପାରୀ ବେଶରେ ନିଶା ବେପାରୀ ବାବରକୁ ମାଡ଼ିବସିଲା ଅବକାରୀ ପୁଲିସ ଏଥିସହ ବ୍ରାହ୍ମଣପଦର ଅଞ୍ଚଳରେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା ନିକଟରୁ ୬୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ବାଇକରେ ମଦ ନେଉଥିବା ଅଭିଯୋଗରେ ବାଇକ ସହ ୬୦ ଲିଟର ମଦ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଗାମୀ ଦିନରେ ଏଭଳି ବେଆଇନ ଅବକାରୀ କାରବାରରେ ସଂପୃକ୍ତି ବ୍ୟକ୍ତିଙ୍କ ବି‌ରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।