EV charging stations: ରାଜ୍ୟରେ ଇଭି ଚାର୍ଜିଂ ଷ୍ଟେସନ୍ ପାଇଁ ସାଢ଼େ ୪୦ କୋଟି ଟଙ୍କା ମଞ୍ଜୁର
"ଭୁବନେଶ୍ବର/କଟକ: ଭାରତ ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ଇଭି ଚାର୍ଜିଂ ଷ୍ଟେସନ୍ର ବିକାଶ ପାଇଁ "ପିଏମ୍ ଇ-ଡ୍ରାଇଭ୍" ଯୋଜନାରେ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କା ମଞ୍ଜୁର କରାଯାଇଛି।
ଓଡ଼ିଶାରେ "ପିଏମ୍ ଇ-ଡ୍ରାଇଭ୍" ଯୋଜନା ରୂପାୟନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ନୋଡାଲ୍ ଏଜେନ୍ସି ଭାବେ ମନୋନୀତ କରାଯାଇଛି।
ଏହି ଯୋଜନାରେ ଆର୍ଥିକ ସହାୟତା ପାଇଁ ଏସ୍ଟିଏ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ଅନୁମୋଦନ କରିଛି।
ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଭୁବନେଶ୍ବର ସମେତ କଟକ, ପୁରୀ, ବାଲେଶ୍ବର, କଳିଙ୍ଗନଗର, ଅନୁଗୋଳ ଆଦି ୬ଟି ସହରର ୧୭୦ଟି ସ୍ଥାନରେ ପବ୍ଲିକ୍ ଇଭି ଚାର୍ଜିଂ ଷ୍ଟେସନ୍, ୬୮୮ଟି ଇଭି ଚାର୍ଜର ଏବଂ ୪ଟି ବ୍ୟାଟେରି ସ୍ୱାପିଂ ଷ୍ଟେସନ୍ (ବିଏସ୍ଏସ୍) ସ୍ଥାପନ କରାଯିବ।
ଇଭି ଚାର୍ଜିଂ ସୁବିଧାରେ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସରକାରୀ ଦପ୍ତର ପରିସର, ପ୍ରମୁଖ ସଡ଼କ, ପାର୍କିଂ ସ୍ଥାନ, ରେଳଷ୍ଟେସନ୍, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ପୁଲିସ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ଥାନଗୁଡ଼ିକୁ ପ୍ରସ୍ତାବିତ ସ୍ଥାନ ଭାବେ ଅନ୍ତର୍ଭୁକ୍ତ କରାଯାଇଛି।Advertisment "ପିଏମ୍ ଇ-ଡ୍ରାଇଭ୍" ଯୋଜନାର ରୂପାୟନ ପାଇଁ ଏସ୍ଟିଏ ନୋଡାଲ୍ ଏଜେନ୍ସି୬ଟି ସହରର ୧୭୦ ସ୍ଥାନରେ ଖୋଲିବ ଚାର୍ଜିଂ ଷ୍ଟେସନ୍ରହିବ ୬୮୮ ଇଭି ଚାର୍ଜର୍, ୪ ବ୍ୟାଟେରି ସ୍ବାପିଂ ଷ୍ଟେସନ୍ଇଭି ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ସେହିଭଳି ଏସ୍ଟିଏ ଓ ଓଏସ୍ଆର୍ଟିସି ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୫୦୦ରୁ ଅଧିକ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି।
ଏହି ଚାର୍ଜିଂ ଷ୍ଟେସନ୍ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ, ବସ୍ଷ୍ଟାଣ୍ଡ, ଟ୍ରକ୍ ଟର୍ମିନାଲ୍ ଏବଂ ଅନ୍ୟ ପ୍ରମୁଖ ପରିବହନ ଭିତ୍ତିଭୂମି ଥିବା ସ୍ଥାନରେ ନିର୍ମାଣ ଯୋଜନା କରାଯାଇଛି। "ପିଏମ୍ ଇ-ଡ୍ରାଇଭ୍" ଯୋଜନା ଅନୁଯାୟୀ ବୈଦ୍ୟୁତିକ ଭିତ୍ତିଭୂମି ଏବଂ ଇଭି ଯୋଗାଣ ଉପକରଣ ପାଇଁ ଆର୍ଥିକ ସହାୟତା ମିଳିବ।
ଏସ୍ଟିଏ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ ଏବଂ ଭାରୀ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ବିକଶିତ "ନ୍ୟାସନାଲ୍ ୟୁନିଫାଇଡ୍ ହବ୍" ସହିତ ସମନ୍ବୟ ରଖି ଚାର୍ଜିଂ ଷ୍ଟେସନ୍ଗୁଡ଼ିକର ସ୍ଥାପନ ଓ କାର୍ଯ୍ୟକାରିତା ସୁନିଶ୍ଚିତ କରିବ।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇବା ସହ ବୈଦ୍ୟୁତିକ ଯାନସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଏବେ ଦେଶର ଅଗ୍ରଣୀ ରାଜ୍ୟ ବୋଲି କହିଛନ୍ତି।
ସାରା ଦେଶରେ ମୋଟ ଯାନର ୧୨ ପ୍ରତିଶତ ଇଭି ଥିବା ବେଳେ ଓଡ଼ିଶାରେ ଏହା ୧୭ ପ୍ରତିଶତ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।