25 JULY 2026

Welcome!

Unlock your personalized experience.
Sign Up

Trump: ବଳପୂର୍ବକ ଶ୍ରମକୁ ବିରୋଧ: ୧୦% ନୂଆ ଶୁଳ୍କ ଲଗାଇଲେ ଟ୍ରମ୍ପ

Jul 25, 2026 - 06:23
Trump: ବଳପୂର୍ବକ ଶ୍ରମକୁ ବିରୋଧ: ୧୦% ନୂଆ ଶୁଳ୍କ ଲଗାଇଲେ ଟ୍ରମ୍ପ

ୱାସିଂଟନ: ବଳପୂର୍ବକ ଶ୍ରମ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବା ଉତ୍ପାଦ ଆମଦାନି କରୁଥିବା ଦେଶଗୁଡ଼ିକ ଉପରେ ଆମେରିକା ନୂଆ ଶୁଳ୍କ ଲଗାଇଛି। ଏହି ଆଇନ ଅନୁସାରେ ଭାରତ ସମେତ କିଛି ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗିଛି। ଅନ୍ୟ ଦେଶଗୁଡ଼ିକ ଉପରେ ଆମେରିକା ୧୨.୫ ପ୍ରତିଶତ ଶୁଳ୍କ ଲଗାଇଛି। ବଳପୂର୍ବକ ଶ୍ରମ ବ୍ୟବହାରକୁ ବିରୋଧ କରି ଆମେରିକା ସରକାର ଗତ ଜୁନରେ ବାଣିଜ୍ୟ ନିୟମର ଧାରା ୩୦୧ ଅଧୀନରେ ଭାରତ ସମେତ ୬୦ଟି ଦେଶ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ। 

ଦୋ‌ଷ ପ୍ରମାଣ ହେଲେ ଦେଶଗୁଡ଼ିକ ଉପରେ ଅତିରିକ୍ତ ୧୨.୫ ପ୍ରତିଶତ ଶୁୁଳ୍କ ଲାଗିବ ବୋଲି ଆମେରିକା ଚେତାବନୀ ଦେଇଥିଲା। କିନ୍ତୁ ଏହି ତଦନ୍ତ ଆରମ୍ଭ ହେବା ପରେ ଭାରତ ସରକାର ନିଜ ବୈଦେଶିକ ବାଣିଜ୍ୟ ନୀତିରେ ସଂଶୋଧନ କରି ବଳପୂର୍ବକ ଶ୍ରମ ବ୍ୟବହାର କରି ତିଆରି କରାଯାଉଥିବା ଉତ୍ପାଦ ଆମଦାନିକୁ ନିଷିଦ୍ଧ କରିଥିଲେ। ‌ସେଥିପାଇଁ ଭାରତ ଉପରେ ୧୨.୫ ପ୍ରତିଶତ ପରିବର୍ତ୍ତେ ୧୦ ପ୍ରତିଶତ ଶୁଳ୍କ ଲଗାଯାଇଛି। 

ଆମେରିକା ସରକାର ବିଭିନ୍ନ ଦେଶ ଉପରେ ୧୫୦ ଦିନ ପାଇଁ ଲଗାଇଥିବା ଅତିରିକ୍ତ ଶୁଳ୍କର ଅବଧି ଶୁକ୍ରବାର ଶେଷ ହେଉଥିଲା। ତାହାକୁ ନଜରରେ ରଖି ଆମେରିକା ବାଣିଜ୍ୟ ପ୍ରତିନିଧି ଜାମିସନ ଗ୍ରିର୍‌ ନୂଆ ଶୁଳ୍କ ଘୋଷଣା କରିଛନ୍ତି। ଚୀନ, ବ୍ରିଟେନ ଓ ଜାପାନ ଉପରେ ୧୨.୫ ପ୍ରତିଶତ ହାରରେ ଶୁଳ୍କ ଲଗାଯାଇଛି। ଭାରତ, କାନାଡା, ବାଂଲାଦେଶ ଓ ପାକିସ୍ତାନ ଉପରେ ୧୦ ପ୍ରତିଶତ ଏବଂ ମୋଟ ୪୩ଟି ଦେଶ ଉପରେ ୧୨.୫ ପ୍ରତିଶତ ଶୁଳ୍କ ଲଗାଯାଇଛି। ଏ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ନିଜ ନୀତିରେ ସୁଧାର ଆଣିଥିବା ଦେଶଗୁଡ଼ିକ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇବାକୁ ବାଣିଜ୍ୟ ପ୍ରତିନିଧିମାନେ ମୋତେ ପ୍ରସ୍ତାବ ଦେଇଥିଲେ। ଏହି ପଦକ୍ଷେପ ଉକ୍ତ ଦେଶଗୁଡ଼ିକୁ ବଳପୂର୍ବକ ଶ୍ରମ ଉପଯୋଗ କରି ପ୍ରସ୍ତୁତ କରାଯାଇଥିବା ଉତ୍ପାଦ ଆମଦାନିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଉତ୍ସାହିତ କରିବ ବୋଲି ସେ କହିଥିଲେ।

ଗତବର୍ଷ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ପାଲଟା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ନିଷିଦ୍ଧ କରିବା ପରେ ଟ୍ରମ୍ପ ଅନ୍ୟ ଏକ ଆଇନରେ ଥିବା ଗଳାବାଟକୁ ଉପଯୋଗ କରି ଅସ୍ଥାୟୀ ଭା‌ବେ ୧୫୦ ଦିନ ପାଇଁ ୧୦ ପ୍ରତିଶତ ଶୁଳ୍କ ସବୁ ଦେଶ ଉପରେ ଲଗାଇଥିଲେ। ସେହି ଶୁଳ୍କ ଅବଧି ଶେଷ ହେବାର ବହୁ ପୂର୍ବରୁ ଜାଣିଶୁଣି ସେ ବଳପୂର୍ବକ ଶ୍ରମ ଜନିତ ନିୟମ ବାହାନାରେ ଏକ ତଦନ୍ତ ଆରମ୍ଭ କରି ପୁଣି ଥରେ ୧୦-୧୨.୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଫଳରେ ତାଙ୍କ ଦ୍ବିତୀୟ ପାଳିର ଶୁଳ୍କ ନୀତି ଯେକୌଣସି ପ୍ରକାରରେ ବଜାୟ ରହିପାରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।