06 AUGUST 2026

Welcome!

Unlock your personalized experience.
Sign Up

Ethanol policy: ଗଡ଼କରୀଙ୍କ ବିରୋଧରେ ଥିବା ଆପତ୍ତିଜନକ ପୋଷ୍ଟ ହଟାଇବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Aug 05, 2026 - 13:44
Ethanol policy: ଗଡ଼କରୀଙ୍କ ବିରୋଧରେ ଥିବା ଆପତ୍ତିଜନକ ପୋଷ୍ଟ ହଟାଇବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଅଶ୍ଳୀଳ, ଗାଳିଗୁଲଜ ଓ ମାନହାନିକର ପୋଷ୍ଟଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ବମ୍ବେ ହାଇକୋର୍ଟ ବୁଧବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଆରିଫ୍ ଡକ୍ଟରଙ୍କ ଏକକ ଖଣ୍ଡପୀଠ ଗଡ଼କରୀଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେଇ ମେଟା, ଏକ୍ସ ଓ ଗୁଗୁଲ୍ କୁ ଏହିପରି ସମସ୍ତ ଆପତ୍ତିଜନକ ପୋଷ୍ଟ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ ଏହି ପୋଷ୍ଟଗୁଡ଼ିକୁ "ଅତ୍ୟନ୍ତ ଅଶ୍ଳୀଳ, ଗାଳିଗୁଲଜପୂର୍ଣ୍ଣ ବୋଲି ଦର୍ଶାଇବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଣେ ବ୍ୟକ୍ତି କୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ଏପରି ଆପତ୍ତିଜନକ ପୋଷ୍ଟଗୁଡ଼ିକୁ ସ୍ୱତଃପ୍ରବୃତ୍ତ ଭାବେ ହଟାଇବା ପାଇଁ କୌଣସି ସ୍ୱୟଂଚାଳିତ ବ୍ୟବସ୍ଥା ଅଛି କି ନାହିଁ ବୋଲି ହାଇକୋର୍ଟ ପଚାରିଛନ୍ତି। ଯଦି କେହି ଏପରି ଭୁଲ୍ ଏବଂ ଅଶ୍ଳୀଳ ପୋଷ୍ଟ ଅପଲୋଡ୍ କରୁଛନ୍ତି, ତେବେ ଉନ୍ନତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ତାହା ସଙ୍ଗେ ସଙ୍ଗେ ଚିହ୍ନଟ ହୋଇ ଡିଲିଟ୍ ହେବା ଆବଶ୍ୟକ ବୋଲି ବିଚାରପତି ଗୁରୁତ୍ୱାରୋପ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।