Ethanol crisis: ଇଥାନଲ ଫାଶ: ବଢ଼ାଉଛି ଚିନି ଦର, ପାଣି, ଖାଦ୍ୟ ସୁରକ୍ଷା ଚିନ୍ତା

Aug 29, 2026 - 09:14
Ethanol crisis: ଇଥାନଲ ଫାଶ: ବଢ଼ାଉଛି ଚିନି ଦର, ପାଣି, ଖାଦ୍ୟ ସୁରକ୍ଷା ଚିନ୍ତା

"ଦେଶରେ ଗତ କିଛିବର୍ଷ ହେଲା ଚିନି ଦର ସ୍ଥିର ରହିଥିଲା।

କିନ୍ତୁ ଚଳିତବର୍ଷ ଏଥିରେ ବଡ଼ ବୃଦ୍ଧି ଦେଖାଦେଇଛି।

ବଜାରରେ ଚିନି ଦର କିଲୋଗ୍ରାମ ପିଛା ୭୫ ଟଙ୍କା ପାଖାପାଖି ଏବେ ବିକ୍ରି ହେଉଛି।

ସରକାର ଆଖୁକୁ ଚିନି ପରିବର୍ତ୍ତେ ଇଥାନଲ ଉତ୍ପାଦନରେ ଉପଯୋଗ କରୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ଅନେକ ଅଭିଯୋଗ କରୁଛନ୍ତି।

ଏହାକୁ ନେଇ ରାଜନୈତିକ କାଦୁଅଫିଙ୍ଗା ମଧ୍ୟ ଚାଲିଛି।

ଏଭଳି ସ୍ଥିତିରେ ଦୁଇ ଜଣ କୃଷି ଅର୍ଥନୀତିଜ୍ଞ ରମେଶ ଚାନ୍ଦ ଓ ଅଶୋକ ଗୁଲାଟୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେହୁଏ।

ଚିନି ଦରବୃଦ୍ଧିର କାରଣ ଇଥାନଲ ବୋଲି ଯାହା କୁହାଯାଉଛି ସେ ନେଇ ଦୁଇ ଅର୍ଥନୀତିଜ୍ଞ ସମ୍ପୂର୍ଣ୍ଣ ଭାବେ ସମାନ ମତ ପୋଷଣ କରନ୍ତି ନାହିଁ।

ନିତି ଆୟୋଗର ପୂର୍ବତନ ସଦସ୍ୟ ଶ୍ରୀ ଚାନ୍ଦଙ୍କ କହିବାନୁଯାୟୀ, ଆଖୁକୁ ଇଥାନଲ ଉତ୍ପାଦନରେ ବ୍ୟବହାର କରାଯାଉଥିବାରୁ ଚିନି ଦର ବଢ଼ିଛି ବୋଲି ଦୃଢ଼ଭାବେ କୁହାଯାଇ ପାରିବ ନାହିଁ।

ଗୁଲାଟୀଙ୍କ ମତରେ ଚିନି ଦରବୃଦ୍ଧିର ଏକମାତ୍ର କାରଣ ଆଖୁରେ ଇଥାନଲ ଉତ୍ପାଦନ‌ ନୁହେଁ।

ଇଥାନଲ ଉତ୍ପାଦନରେ ଆଖୁର ଉପଯୋଗ ସହିତ ଦେଶରେ ଚିନି ଉତ୍ପାଦନ ଏବଂ ମହଜୁଦ ପରିମାଣ କମିବା କାରଣରୁ ଦର ଉପରେ ଚାପ ସୃଷ୍ଟି ହୋଇଛି।Advertisment Real identity: କଥାଟିଏ-ଯାଯାବର: ଅସଲ ପରିଚୟ ଦେଶରେ ଆଖୁ ଚାଷୀଙ୍କ ଆୟ ବଢ଼ିବା ସହିତ ଦେଶକୁ କମ୍‌ ଅଶୋଧିତ ତେଲ ଆମଦାନି କରି ବିଦେଶୀ ମୁଦ୍ରା ସଞ୍ଚୟ କରିବା ଲାଗି ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ ଯୋଜନା ଆରମ୍ଭ କରିଛନ୍ତି।

୨୦୧୮-୧୯ରେ ସରକାର ଚିନି କଳଗୁଡ଼ଇକୁ ବି-ହେଭି ମୋଲାସେସ୍‌ ସହିତ ଆଖୁ ରସ ବା ସିରପକୁ ଇଥାନଲ ଉତ୍ପାଦନ ପାଇଁ ଅନୁମତି ଦେଇଛନ୍ତି।

ଏହାଦ୍ବାରା କେତେ ଆଖୁ ଚିନି ପାଇଁ ଏବଂ କେତେ ଆଖୁ ଇନ୍ଧନ ପାଇଁ ବ୍ୟବହାର ହେବ ସେ ସଂପର୍କରେ ନିଷ୍ପତ୍ତି ନେବାର ସୁଯୋଗ ତାଙ୍କୁ ମିଳିଥିଲା।

ଅଧିକ ଆଖୁ ଉତ୍ପାଦନ ବର୍ଷଗୁଡ଼ିକରେ ଇଥାନଲ ଉତ୍ପାଦନ ପାଇଁ ଅଧିକ ଆଖୁ ଯୋଗାଇ ଦିଆଯାଇ ପାରିବ।

ସରକାରୀ ତଥ୍ୟକୁ ଆଧାର କରି ଅର୍ଥନୀତିଜ୍ଞ ଚାନ୍ଦ ଦର୍ଶାଇଛନ୍ତି, ୨୦୨୨-୨୩ରେ ୪୩ ଲକ୍ଷ ଟନ ଚିନି ଇଥାନଲ ଉତ୍ପାଦନରେ ବ୍ୟବହାର ହୋଇଛି।

୨୦୨୩-୨୪ରେ ୨୪ ଲକ୍ଷ ଟନ ଏବଂ ୨୦୨୪-୨୫ରେ ୩୪ ଲକ୍ଷ ଟନ୍‌ ଚିନି ଇଥାନଲ ଉତ୍ପାଦନ ପାଇଁ ବ୍ୟବହାର କରାଯାଇଛି।

ତାଙ୍କ ମତରେ ୨୦୨୨-୨୩ରେ ପ୍ରାୟ ୧୧.୫ ପ୍ରତିଶତ ଚିନି ଇଥାନଲ ଉତ୍ପାଦନରେ ବ୍ୟବହାର ହୋଇଥିବାବେଳେ ୨୦୨୪-୨୫ରେ ଏହା ୧୧ ପ୍ରତିଶତ ଏବଂ ୨୦୨୫-୨୬ରେ ପ୍ରାୟ ୯ ପ୍ରତିଶତ ବ୍ୟବହାର ହୋଇଛି।

ମକା ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀରୁ  ପ୍ରାୟ ତିନି ଚତୁର୍ଥାଂଶ ଇଥାନଲ ଉତ୍ପାଦନ ହେଉଛି ବୋଲି ସେ କହିଛନ୍ତି।

ଅଶୋଧିତ ତେଲ ଉତ୍ପାଦନ ହ୍ରାସ କରିବା ସହିତ ଦେଶରେ ଇଥାନଲ ଉତ୍ପାଦନ ବଢ଼ାଇବାର ଆବଶ୍ୟକତା ଥିବା କୁହାଯାଉଥିଲେ ମଧ୍ୟ ବ୍ୟାପକ ଦୃଷ୍ଟିଭଙ୍ଗୀକୁ ନେଇ ସରକାର ଏ କ୍ଷେତ୍ରରେ କାର୍ଯ୍ୟ କରିବାକୁ ହେବ।

ପେଟ୍ରୋଲିୟମ ଉତ୍ପାଦରେ ଇଥାନଲ ମିଶ୍ରଣ ଦ୍ବାରା ଯେଭଳି ଖାଦ୍ୟ ସୁରକ୍ଷା ବିପନ୍ନ ‌ନହେବ ତାହା ଉପରେ ଦୃଷ୍ଟି ଦେବାକୁ ହେବ।

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ ଇଥାନଲ ଉତ୍ପାଦନ ପାଇଁ ଚାଉଳ ଓ ମକା ଭଳି ଶସ୍ୟ ବ୍ୟବହାର ବଢ଼ୁଥିବାରୁ ଦେଶରେ ଖାଦ୍ୟ ସଙ୍କଟ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି।

ଦେଶରେ ଚିନି ଦର ବଢ଼ିବା ପରେ ଇଥାନଲ ଉତ୍ପାଦନ ପାଇଁ ଚିନି ଓ ମୋଲାସେସ୍‌ ଯୋଗାଣ କମ୍‌ କରି ଅଧିକ ମକା ଓ ଚାଉଳ ଯୋଗାଇ ଦେବାକୁ ସରକାର ଯୋଜନା ରଖିଛନ୍ତି।

କମ୍ପାନିଗୁଡ଼ିକର ଟେଣ୍ଡରରେ ମଧ୍ୟ ଶସ୍ୟର ଭାଗ ବଢ଼ିବାରେ ଲାଗିଛି।

ଇଥାନଲ ଉତ୍ପାଦନରେ ମକାର ବ୍ୟବହାର ବଢ଼ିବା ଏକ ବଡ଼ ଚିନ୍ତାର କାରଣ।

କାରଣ ମକା କେବଳ ଇଥାନଲ ଶିଳ୍ପ ପାଇଁ ନୁହେଁ; କୁକୁଡ଼ା ପାଳନ, ପଶୁ ଖାଦ୍ୟ, ଷ୍ଟାର୍ଚ୍ଚ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ମଧ୍ୟ ଏହା ମୁଖ୍ୟ କଞ୍ଚାମାଲ।

ତେଣୁ ଇଥାନଲ କାରଖାନାଗୁଡ଼ିକ ଅଧିକ ମକା କିଣିଲେ ଏହାର ପ୍ରଭାବ ପଶୁ ଓ କୁକୁଡ଼ା ଖାଦ୍ୟ ଉପରେ ପଡ଼ିବ।

ଫଳରେ ଅଣ୍ଡା, ମାଂସ, ଦୁଗ୍ଧ ଆଦିର ଦର ବଢ଼ିବ।

ଇଥାନଲ ନୀତିର ଆଉ ଏକ ବଡ଼ ଚିନ୍ତା ହେଉଛି ଜଳ ସମ୍ପଦ ଉପରେ ଏହାର ପ୍ରଭାବ।

ବିଶେଷଜ୍ଞମାନଙ୍କ ମତରେ ଭାରତରେ ଇଥାନଲ ପାଇଁ ବ୍ୟବହୃତ କଞ୍ଚାମାଲ ଯଥା ଆଖୁ, ମକା ଓ ଧାନ ଚାଷର ଏକ ବଡ଼ ଅଂଶ ଜଳସେଚନ ଓ ଭୂତଳ ଜଳ ଉପରେ ନିର୍ଭରଶୀଳ।

ତେଣୁ ଇଥାନଲ ପାଇଁ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି।

ଫ୍ଲେମ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର ଅଞ୍ଜଲ ପ୍ରକାଶଙ୍କ ମତରେ ଜଳ ଓ ଜଳବାୟୁ ଉପରେ ଇଥାନଲର ପ୍ରଭାବକୁ ମାପିବାର ଆବଶ୍ୟକତା ରହିଛି।

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ ଅଧିକ ଜଳ ସଙ୍କଟ ଥିବା ଅଞ୍ଚଳରେ ଏହାର କଞ୍ଚାମାଲ ଉତ୍ପାଦନ କରିବା ସେହି ଅଞ୍ଚଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।

ପିଏଲ୍‌ଓଏସ୍‌ ୱାନ୍‌ର ଅଧ୍ୟୟନରୁ ଜଣାପଡ଼ିଛି ଇଥାନଲ ପାଇଁ ୨୦୩୦ ସୁଦ୍ଧା ଜଳ ବ୍ୟବହାର ୨୧%ରୁ ୧୧୮% ଏବଂ ୨୦୫୦ ସୁଦ୍ଧା ୪୯%ରୁ ୧୩୮% ବଢ଼ିପାରେ।

ଇଥାନଲକୁ ନେଇ ରାଜସ୍ଥାନରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି।

ମଧ୍ୟପ୍ରଦେଶ, ପଞ୍ଜାବ ଓ ତେଲଙ୍ଗାନାରେ ମଧ୍ୟ ଇଥାନଲ ଓ ଡିଷ୍ଟିଲେରୀ ପ୍ରକଳ୍ପକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।

କୃଷି ନୀତି ବିଶ୍ଳେଷକ ଦେବିନ୍ଦର ଶର୍ମା ଇଥାନଲ ନୀତିକୁ ନେଇପ୍ରଶ୍ନ ଉଠାଇଛନ୍ତି।

ତାଙ୍କ ମତରେ, ଭାରତର ଜନସଂଖ୍ୟା ଚାପ, ଜଳ ସମ୍ପଦ ଓ ଖାଦ୍ୟ ଆବଶ୍ୟକତା ବ୍ରାଜିଲଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ତେଣୁ ବ୍ରାଜିଲର ଇଥାନଲ ମଡେଲକୁ ଭାରତରେ ସରଳ ଭାବେ ଲାଗୁ କରିବା ଠିକ୍ ନୁହେଁ।

ବର୍ତ୍ତମାନ ସମୟରେ ବିଶେଷଜ୍ଞଙ୍କ ବଡ଼ ପ୍ରଶ୍ନ ହେଉଛି: ସରକାରଙ୍କ ପ୍ରାଥିକତା କଣ?

ଲୋକଙ୍କ ଭୋଜନ ନା ଗାଡ଼ିର ଇନ୍ଧନ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)