Access to water: ପାହାଡ଼ ଉପର ଗାଁକୁ ପାଣି, ବିଜୁଳି, ସ୍ବାସ୍ଥ୍ୟ, ଶିକ୍ଷା ଅପହଞ୍ଚ

Jun 04, 2026 - 08:19
Access to water: ପାହାଡ଼ ଉପର ଗାଁକୁ ପାଣି, ବିଜୁଳି, ସ୍ବାସ୍ଥ୍ୟ, ଶିକ୍ଷା ଅପହଞ୍ଚ

ପ୍ରେମେନ୍ଦ୍ର ପରିଚ୍ଛା

ମାଲକାନଗିରି: ନକ୍ସଲଙ୍କ କବ୍‌ଜାରେ ଥିଲା ଗାଁ। ହୁଇପ୍‌ ଯୋଗୁଁ କେହି ଦେଖିନଥିଲେ ବାହାର ଦୁନିଆ। ମାଓଦମନ ଅଭିଯାନ ପରେ ଏବେ ଗାଁ ନକ୍ସଲମୁକ୍ତ। ତଥାପି ବିକାଶ ଛୁଇଁପାରୁନି। ମୌଳିକ ସୁବିଧାରୁ ବଞ୍ଚିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ କର୍ତ୍ତନପାଲ୍ଲୀ ପଞ୍ଚାୟତର ଗୁଗାପଦର ଗ୍ରାମବାସୀ ପାହାଡ଼ ଉପରେ ଅଭିଶପ୍ତ ଜୀବନ ବିତାଉଛନ୍ତି। ପଞ୍ଚାୟତ ସଦର ମହକୁମାରୁ ମାତ୍ର ୧୦ କିମି ଦୂରରେ ଗାଁ। ଆଜି ସୁଦ୍ଧା ଏହି ଗାଁରେ କେବେ ସରକାରୀ ବାବୁଙ୍କ ପାଦ ପଡ଼ିନି। ପୂର୍ବରୁ ମାଓ ଭୟରେ କେହି ଯାଉନଥିଲେ। ମାଓମୁକ୍ତ ହେଲା ପରେ ସମାନ ସ୍ଥିତି। ଗାଁରେ ପ୍ରାୟ ୪୦ ପରିବାର, ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ଜଙ୍ଗଲ ଜମିରେ ଚାଷ କରି ଗ୍ରାମବାସୀ ନିଜର ଗୁଜରାଣ ମେଣ୍ଟାଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିନି। ନିରକ୍ଷର ସାଙ୍ଗକୁ ନକ୍ସଲଙ୍କ ନିୟମକାନୁନ ଭିତରେ ରହି ସରକାରୀ ଆଇନକାନୁନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ।

Escape : ୫ ଦଶନ୍ଧିର ଦୁଃଖ କଣ୍ଟିଘାଇ ଏସ୍‌କେପ୍‌

Ferrari: ଫରାରି ଲଞ୍ଚ୍‌ କଲା ଇଲେକ୍ଟ୍ରିକ୍‌ କାର୍‌

 ଗାଁରେ ପାଣିର ସୁବିଧା ନଥିବାରୁ ମହିଳାମାନେ ପାହାଡ ତଳକୁ ଓହ୍ଲାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ ସବୁଥିରୁ ବଞ୍ଚିତ। ଡିବିରି ଆଲୁଅରେ ରାତି କଟୁଥିବା ବେଳେ ସ୍କୁଲ୍‌ ଯିବା ସୁବିଧା ନଥିବାରୁ କେହି ପାଠ ପଢ଼ୁନାହାନ୍ତି। ମେଡିକାଲ ସୁବିଧା ନଥିବାରୁ ଗୁଣିଆ ଓ ଦିଶାରୀଙ୍କ ଚିକିତ୍ସା ଉପରେ ଗ୍ରାମବାସୀ ନିର୍ଭର କରନ୍ତି। ବହୁବାର ଦାବି ସତ୍ତ୍ବେ ଗାଁକୁ ପକ୍କାରାସ୍ତା ନିର୍ମାଣ ହୋଇପାରୁନି। ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବା ପରେ ଆମ୍ବୁଲାନ୍ସ ସୁବିଧା ମିଳୁଛି। ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଗ୍ରାମର ଶିଶୁ ଓ ଗର୍ଭବତୀ ପୋଷଣ ଯୁକ୍ତ ଖାଦ୍ୟରୁ ବଞ୍ଚିତ। ଗୁଗାପଦର ନକ୍ସଲମୁକ୍ତ ହେବା ପରେ ବିକାଶ ନେଇ ଆଶାବାଦୀ ଥିଲେ ଗ୍ରାମବାସୀ। ପ୍ରଶାସନିକ ଅବହେଳାରୁ ଗ୍ରାମବାସୀଙ୍କ ସ୍ବପ୍ନ ବାସ୍ତବ ରୂପ ନେଇପାରୁନି। ମାଲକାନଗିରିର ଯୁବ ସମାଜସେବୀ ମାଣିକ ଚକ୍ରବର୍ତ୍ତୀ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଗ୍ରାମବାସୀଙ୍କୁ ଜିଲ୍ଲାପାଳ ଏବଂ ସିଡିଓଙ୍କୁ ସାକ୍ଷାତ କରାଇବା ପରେ ବିକାଶ ତ୍ବରାନିତ ହେବା ନେଇ ପ୍ରତିଶ୍ରୁତି ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।