Escape Turns Mysterious: ନଦୀକୁ ଡେଇଁ ପଡିଲା ଚୋର, ମିଳୁନି ପତ୍ତା

Jul 11, 2026 - 16:17
Escape Turns Mysterious: ନଦୀକୁ ଡେଇଁ ପଡିଲା ଚୋର, ମିଳୁନି ପତ୍ତା

ଛେଳି ଚୋରି କରିବାକୁ ଆସି ଧରାପଡିବା ପରେ ନଦୀକୁ ଡେଇଁ ପଡିଥିଲେ ଯୁବକ। ଘଟଣାକୁ ୧୨ ଘଣ୍ଟା ବିତିଯାଇଥିଲେ ବି ଯୁବକଙ୍କ ମିଳୁନି ପତ୍ତା। ଚାନ୍ଦିପୋଷ ଥାନା କୋଇଲିଝର ଗାଁରେ ଏଭଳି ଘଟଣା ଘଟିଛି। ତେବେ ରାଉରକେଲା ଅଞ୍ଚଳରୁ ଚାରି ଜଣ ଏକ କାରରେ ଆସି ଛେଳି ଚୋରି କରୁଥିଲେ। ଫେରାର ବେଳେ ୩ ଜଣଙ୍କୁ ଗ୍ରାମବାସୀ ଧରି ନିର୍ଧୁମ ପିଟିଥିଲେ। କିନ୍ତୁ ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିଲେ।

ଏହି ଘଟଣାକୁ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ  ସମୟ ବିତିଯାଇଥିଲେ ବି କୌଣସି ପତ୍ତା ମିଳିନାହିଁ। ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଛି। ପ୍ରଖର ସ୍ରୋତରେ ଯୁବକ ଭାସି ଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟ ତିନି ଜଣ ରାଉରକେଲା ଆରଜିଏଚରେ ପୋଲିସ ହେପାଜତରେ ଚିକିତ୍ସାଧୀନ ଥିବା ଜଣାପଡିଛି। ....

ପାଣିରେ ବୁଡିଲା ଚୋର, ମିଳୁନି ପତ୍ତା
କୋଇଲିଝରରେ ଛେଳି ଚୋରି ଘଟଣା
ଚୋରି ବେଳେ ଧରାପଡ଼ି ନଦୀକୁ ଡେଇଁଲେ ଯୁବକ
୧୨ ଘଣ୍ଟା ପରେ ବି ମିଳୁନି ପତ୍ତା
ବ୍ରାହ୍ମଣୀ ନଦୀରେ ନିଖୋଜ ଯୁବକ
ପୋଲିସ ଓ ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି
ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲେ ତିନି ଚୋର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।