Indian Railways Rejects WhatsApp Ticket: ଟ୍ରେନ୍ ଯାତ୍ରୀ ସାବଧାନ, ସ୍କ୍ରିନଶଟ୍ ଦେଖାଇଲେ ଗଣିବେ ମୋଟା ଜରିମାନା

Jul 11, 2026 - 17:16
Indian Railways Rejects WhatsApp Ticket: ଟ୍ରେନ୍ ଯାତ୍ରୀ ସାବଧାନ, ସ୍କ୍ରିନଶଟ୍ ଦେଖାଇଲେ ଗଣିବେ ମୋଟା ଜରିମାନା

ଟ୍ରେନ୍ ଯାତ୍ରୀମାନେ ସାବଧାନ। ଆଉ ଚଳିବନି ହ୍ୱାଟ୍ସଆପ୍‌ ଟିକେଟ୍‌ କି ସ୍କ୍ରିନଶଟ୍‌। ରେଳବାଇର ବଡ଼ ଘୋଷଣା, ଧରାପଡ଼ିଲେ ଗଣିବେ ମୋଟା ଅଙ୍କର ଜରିମାନା। ଯଦି ଆପଣ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ଏବଂ ଟିଟିଇଙ୍କୁ ହ୍ୱାଟ୍ସଆପ୍‌ରେ ଆସିଥିବା ଟିକେଟ୍ ଫଟୋ କିମ୍ବା ମୋବାଇଲ୍ ସ୍କ୍ରିନଶଟ୍ ଦେଖାଇ ଖସିଯିବାକୁ ଭାବୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ଼ ସ୍ପଷ୍ଟୀକରଣ ପ୍ରକାଶ ପାଇଛି। ଏଣିକି ଯାତ୍ରା ସମୟରେ ହ୍ୱାଟ୍ସଆପ୍ ଇମେଜ୍ କିମ୍ବା ଟିକେଟ୍‌ର ସ୍କ୍ରିନଶଟ୍‌କୁ ବୈଧ ପ୍ରମାଣ ଭାବେ ଗ୍ରହଣ କରାଯିବ ନାହିଁ।

ଟିକେଟ୍ ଯାଞ୍ଚ ସମୟରେ ଯାତ୍ରୀଙ୍କୁ ଅଧିକୃତ ଆପ୍‌, ୱେବସାଇଟ୍‌ କିମ୍ବା ଆଇଆରସିଟିସି ଆପ୍‌ରେ ଥିବା ଅରିଜିନାଲ୍ ଇ-ଟିକେଟ୍ କିମ୍ବା ମେସେଜ୍ ହିଁ ଦେଖାଇବାକୁ ପଡ଼ିବ। ନଚେତ୍ ରେଳବାଇ କାଉଣ୍ଟରରୁ କିଣାଯାଇଥିବା ଅସଲି ପ୍ରିଣ୍ଟେଡ୍ ଟିକେଟ୍ ଦେଖାଇବା ବାଧ୍ୟତାମୂଳକ।

ରେଳବାଇ ଅନୁସାରେ, ହ୍ୱାଟ୍ସଆପ୍‌ ଫରୱାର୍ଡ ମେସେଜ୍ ଏବଂ ସ୍କ୍ରିନଶଟ୍‌କୁ ସହଜରେ ଏଡିଟ୍‌ କରାଯାଇପାରେ। ଗୋଟିଏ ଟିକେଟ୍‌କୁ ଏକାଧିକ ଲୋକଙ୍କୁ ସେୟାର କରାଯାଇପାରେ। ଏହାଦ୍ୱାରା ଟିକେଟ୍ ଜାଲିଆତି ଓ ପ୍ରତାରଣାର ଆଶଙ୍କା ଢେର ଅଧିକ ଥାଏ।

ଯଦି ଚେକିଂ ବେଳେ ଆପଣଙ୍କ ପାଖରେ କେବଳ ହ୍ୱାଟ୍ସଆପ୍ ସ୍କ୍ରିନଶଟ୍ ଥାଏ, ତେବେ ଆପଣଙ୍କୁ 'ବିନା ଟିକେଟ୍ ଯାତ୍ରୀ' ଭାବେ ଗଣା କରାଯିବ। ଏଭଳି ସ୍ଥିତିରେ ଆପଣଙ୍କୁ ନୂଆ ଟିକେଟ୍ କାଟିବାକୁ ପଡ଼ିବା ସହ ମୋଟା ଅଙ୍କର ଜରିମାନା ଦେବାକୁ ହେବ, ଏପରିକି ଆଇନଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ।   

ଯାତ୍ରା ସମୟରେ କଣ ସାଙ୍ଗରେ ରଖିବେ?

୧. ମୋବାଇଲ୍‌ରେ ଅରିଜିନାଲ୍ ଇ-ଟିକେଟ୍ କିମ୍ବା SMS କନଫର୍ମେସନ୍।
୨. ଟିକେଟ୍ ନାମ ସହ ମେଳ ଖାଉଥିବା ସରକାରୀ ଫଟୋ ପରିଚୟ ପତ୍ର।
୩. ଯାତ୍ରା ସମୟରେ ମୋବାଇଲ୍‌ରେ ପର୍ଯ୍ୟାପ୍ତ ବ୍ୟାଟେରୀ ରଖନ୍ତୁ, ଯେମିତି ଟିଟିଇ ମାଗିବା ମାତ୍ରେ ଅରିଜିନାଲ୍ ଟିକେଟ୍ ଦେଖାଇପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।