Environmental protection: ଘରୁ ଆରମ୍ଭ କରନ୍ତୁ ପରିବେଶ ସୁରକ୍ଷା

Sep 01, 2026 - 06:13
Environmental protection: ଘରୁ ଆରମ୍ଭ କରନ୍ତୁ ପରିବେଶ ସୁରକ୍ଷା

"ଏକ ସୁସ୍ଥ ଓ ସୁନ୍ଦର ଜୀବନ ପାଇଁ ପରିଷ୍କାର ଓ ପରିଚ୍ଛନ୍ନ ପରିବେଶ ନିତାନ୍ତ ଆବଶ୍ୟକ।

ଘର ହେଉଛି ଆମ ଜୀବନର ସବୁଠାରୁ ପ୍ରିୟ ସ୍ଥାନ, ତେଣୁ ପରିବେଶର ଯତ୍ନ ନିଜ ଘରୁ ଆରମ୍ଭ ହେବା ଉଚିତ।

ଛୋଟ ଛୋଟ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇ ଆମେ ଜଳ, ବିଦ୍ୟୁତ୍ ଓ ପ୍ରାକୃତିକ ସମ୍ପଦ ସଞ୍ଚୟ କରିପାରିବା।

ସେହିପରି, ଘରେ ପରିବେଶ ସୁରକ୍ଷା ପାଇଁ କିଛି ସରଳ ଓ ଉପଯୋଗୀ ପଦକ୍ଷେପ ନେବା ଆମ ସମସ୍ତଙ୍କର କର୍ତ୍ତବ୍ୟ।Advertisment Horoscope 2026 September 01: ଜାଣନ୍ତୁ ଆଜିର ରାଶିଫଳ... l ଯେଉଁ ଘର କିମ୍ବା ସ୍ଥାନରେ କେହି ନାହାନ୍ତି, ସେଠାରେ ଲାଇଟ୍, ଫ୍ୟାନ୍ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ କରିଦିଅନ୍ତୁ।

ଏହାଦ୍ୱାରା ବିଦ୍ୟୁତ୍ ସଞ୍ଚୟ ହେବ ଏବଂ ପରିବେଶ ପ୍ରଦୂଷଣ କମିବ।l ଦାନ୍ତ ଘଷିବା, ଗାଧୋଇବା କିମ୍ବା ବାସନ ଧୋଇବା ସମୟରେ ଆବଶ୍ୟକତା ନଥିଲେ ଟ୍ୟାପ୍ ବନ୍ଦ ରଖନ୍ତୁ।

ପାଣି ଲିକ୍ ହେଉଥିବା ଟ୍ୟାପ୍ ଶୀଘ୍ର ମରାମତି କରନ୍ତୁ।

ଏହାଦ୍ୱାରା ଜଳ ସଞ୍ଚୟ ହୋଇପାରିବ।l ଘରର ଓଦା ଆବର୍ଜନା ଓ ଶୁଖିଲା ଆବର୍ଜନାକୁ ଅଲଗା ରଖନ୍ତୁ।

ଏହାଦ୍ୱାରା ଆବର୍ଜନାର ପୁନଃବ୍ୟବହାର ଓ ପୁନଃଚକ୍ରଣ ସହଜ ହୁଏ।l ବଜାରକୁ ଯିବାବେଳେ କପଡ଼ା କିମ୍ବା ଝୋଟ ବ୍ୟାଗ୍ ନେଇଯାଆନ୍ତୁ।

ଏକଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବ୍ୟାଗ୍ ପରିବେଶ ପାଇଁ କ୍ଷତିକାରକ।

ତେଣୁ ଏହାର ବ୍ୟବହାର କମାଇବା ଆବଶ୍ୟକ।l ଘରର ଖାଲି ସ୍ଥାନ, ବାଲ୍‌କୋନି କିମ୍ବା ଛାତରେ ଗଛ ଲଗାଇପାରିବେ।

ଗଛ ବାୟୁକୁ ପରିଷ୍କାର କରେ, ଛାୟା ଦିଏ ଏବଂ ପରିବେଶକୁ ସବୁଜ ରଖେ।l ଫଳ ଓ ପନିପରିବାର ଚୋପା, ଖାଦ୍ୟର ଅବଶେଷ ଇତ୍ୟାଦିକୁ ଫିଙ୍ଗି ନଦେଇ କମ୍ପୋଷ୍ଟ ତିଆରି କରିପାରିବେ।

ଏହି କମ୍ପୋଷ୍ଟ ଗଛ ପାଇଁ ପ୍ରାକୃତିକ ସାର ଭାବେ ବ୍ୟବହାର କରିହେବ।l ଟିଭି, କମ୍ପ୍ୟୁଟର, ଚାର୍ଜର ଓ ଅନ୍ୟାନ୍ୟ ଉପକରଣ ବ୍ୟବହାର ନଥିଲେ ବନ୍ଦ କରନ୍ତୁ।

ଆବଶ୍ୟକ ନଥିଲେ ପ୍ଲଗ୍‌ରୁ  ମଧ୍ୟ ଖୋଲି ରଖନ୍ତୁ।

ଏହାଦ୍ୱାରା ବିଦ୍ୟୁତ୍ ଶକ୍ତି ସଞ୍ଚୟ ହୁଏ।

Rajnath Singh : ନେପାଳ ଦୂତାବାସ ପରିଦର୍ଶନ କଲେ ରାଜନାଥ; କହିଲେ, ନୂଆଦିଲ୍ଲୀ-କାଠମାଣ୍ଡୁ ସୁଖ ଓ ଦୁଃଖର ସାଥୀ l ନିକଟସ୍ଥ ସ୍ଥାନକୁ ଯିବା ପାଇଁ ଅନାବଶ୍ୟକ ଭାବେ ମୋଟରସାଇକେଲ୍ କିମ୍ବା କାର୍ ବ୍ୟବହାର ନକରି ଚାଲି ଚାଲି କିମ୍ବା ସାଇକେଲ୍‌ରେ ଯାଆନ୍ତୁ।

ଏହାଦ୍ୱାରା ଇନ୍ଧନ ବଞ୍ଚିବ ଏବଂ ବାୟୁ ପ୍ରଦୂଷଣ କମିବ।l ପ୍ଲାଷ୍ଟିକ୍ ବୋତଲ, କପ୍, ପ୍ଲେଟ୍ ଓ ଅନ୍ୟାନ୍ୟ ଏକଥର ବ୍ୟବହାର ହେଉଥିବା ବସ୍ତୁ ବଦଳରେ ପୁନଃବ୍ୟବହାରଯୋଗ୍ୟ ବସ୍ତୁ ବ୍ୟବହାର କରନ୍ତୁ।

ଏହାଦ୍ୱାରା ପ୍ଲାଷ୍ଟିକ୍ ଆବର୍ଜନା କମିବ।l ସମ୍ଭବ ହେଲେ ଘରେ ସୋଲାର୍ ପ୍ୟାନେଲ୍, ସୋଲାର୍ ଲାଇଟ୍ କିମ୍ବା ସୌର ଶକ୍ତିଚାଳିତ ଉପକରଣ ବ୍ୟବହାର କରନ୍ତୁ।

ସୌର ଶକ୍ତି ଏକ ନବୀକରଣଯୋଗ୍ୟ ଶକ୍ତି ଉତ୍ସ, ଯାହା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମାଇବାରେ ସାହାଯ୍ୟ କରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)