10 JULY 2026

Welcome!

Unlock your personalized experience.
Sign Up

Ratha yatra: ଭଙ୍ଗା ରଥ ଚଢ଼ିବେ କୋଟିପତି ଦିଅଁ: ୧୦୦ ଏକର ମାଲିକଙ୍କୁ ନୀତି ଲାଗି ଅର୍ଥାଭାବ

Jul 10, 2026 - 02:43
Ratha yatra: ଭଙ୍ଗା ରଥ ଚଢ଼ିବେ କୋଟିପତି ଦିଅଁ: ୧୦୦ ଏକର ମାଲିକଙ୍କୁ ନୀତି ଲାଗି ଅର୍ଥାଭାବ

ପ୍ରଦ୍ୟୁମ୍ନ ପାତ୍ର 

ବେଲଗୁଣ୍ଠା: ଏ ବର୍ଷ ବି ଭଙ୍ଗା ରଥ ଚଢ଼ିବେ ଦିଅଁ। ଶତାଧିକ ଏକର ସମ୍ପତ୍ତିର ମାଲିକ ମହାପ୍ରଭୁ। ହେଲେ ୭୦ ବର୍ଷ ହେଲା ରଥ ଖଣ୍ଡେ ନିର୍ମାଣ ହୋଇପାରୁନି। ଅବସ୍ଥା ଏତେ ଦୟନୀୟ ଯେ ପୂଜକ ରଥକୁ ଯିବାକୁ ଭୟ କରୁଛନ୍ତି। ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ ଜୟନ୍ତୀଗଡ଼ରେ ଜଗତର ନାଥ ଏମିତି ହୀନିମାନ ଅବସ୍ଥାରେ ଅଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହୋଇଥାଏ। ସଂସ୍କୃତିର ଅନ୍ତୁଡ଼ିଶାଳ ଘୁମୁସର ମାଟିର ଜୟନ୍ତୀଗଡ଼ ରଥଯାତ୍ରା ସ୍ବତନ୍ତ୍ର। ଏଠାରେ ୨୦୦ ବର୍ଷରୁ ଅଧିକ ସମୟ ଧରି ବାସୁଦେବସ୍ୱାମୀଙ୍କ ରଥଯାତ୍ରା ହେଉଛି। ହେଲେ କିଛିବର୍ଷ ହେଲା ବାଧ୍ୟରେ ରଥଯାତ୍ରା କରାଯାଉଛି। ଭଞ୍ଜ ରାଜବଂଶର ଇତିହାସକୁ ଉଜ୍ଜୀବିତ କରି ରଖିଥିବା ଜଗନ୍ନାଥ ମନ୍ଦିର ଏବେ ଚରମ ଅବହେଳାର ଶିକାର। 

Neglect: ବାରଣ୍ଡାର ଆଶ୍ରୟ ନେଉଛନ୍ତି ନାରାଣପୁର ପଞ୍ଚାୟତବାସୀ

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଠାକୁରଙ୍କର ଶହ ଶହ ଏକର ଜମି ରହିଛି। ଏସବୁ ଜମିକୁ ଲୋକେ ଜବରଦଖଲ କରି ଘରଦ୍ୱାର କଲେଣି। ରହିତାର୍ଥୀ ନିଜ ନାମରେ କାଗଜପତ୍ର କରିଦେଇଛନ୍ତି। ମନ୍ଦିର ପରିଚାଳନା କମିଟି ଏହି ଜମିକୁ ଅକ୍ତିଆରକୁ ନେଇପାରୁନି। ତେଣୁ ଠାକୁରଙ୍କର ରକ୍ଷଣାବେକ୍ଷଣ ଓ ନୀତିକାନ୍ତି ପାଇଁ ଘୋର ଆର୍ଥିକ ସଂକଟ ଦେଖାଦେଇଛି। ଠାକୁରଙ୍କୁ ଭୋଗ ଲଗାଇବା ପାଇଁ ସାହି ଭାଇଙ୍କ ନିକଟରେ ହାତ ପତେଇବାକୁ ପଡ଼ୁଛି।

Horoscope 2026 July 10: ଜାଣନ୍ତୁ ଆଜିର ରାଶିଫଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।