Environmental Organization: ପରିବେଶ ସଂଗଠନ: ସାହସ୍ ଜିରୋ ୱେଷ୍ଟ
ଆମେ ସାଧାରଣତଃ ଯେଉଁ ଜିନିଷକୁ ଅଦରକାରୀ ଭାବି ଫିଙ୍ଗିଦେଉ, ତାହାକୁ ଠିକ୍ ଭାବେ ବ୍ୟବହାର କଲେ ତାହା ମୂଲ୍ୟବାନ୍ ସମ୍ପଦରେ ପରିଣତ େହବ। ଏହି ଚିନ୍ତାଧାରାକୁ ଆଧାର କରି ଆବର୍ଜନା ପରିଚାଳନା କ୍ଷେତ୍ରରେ କାମ କରୁଛି ‘ସାହସ୍ ଜିରୋ ୱେଷ୍ଟ’ ସଂଗଠନ। ଆବର୍ଜନା ଓ ପ୍ରଦୂଷଣ ସମସ୍ୟାର ସମାଧାନ ସହ ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବିକାଶ ଦିଗରେ ଏହି ସଂସ୍ଥାର ଅବଦାନ ରହିଛି।
Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ
ଏହି ଉଦ୍ୟମର ଆରମ୍ଭ ୨୦୦୧ ମସିହାରେ ବେଙ୍ଗାଲୁରୁରୁ ହୋଇଥିଲା। ସାମ୍ବାଦିକା ଉଇଲ୍ମା ରୋଡ୍ରିଗ୍ସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସାହସ୍’ ଆବର୍ଜନା ପରିଚାଳନା ଓ ପୁନଃଚକ୍ରଣ କ୍ଷେତ୍ରରେ କାମ ଆରମ୍ଭ କରିଥିଲା। ପରେ ୨୦୧୩ରେ ‘ସାହସ୍ ଜିରୋ ୱେଷ୍ଟ’ ଏକ ସାମାଜିକ ଉଦ୍ୟୋଗ ଭାବେ ଗଢ଼ିଉଠିଲା। ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ହେଉଛି ଆବର୍ଜନାକୁ ଲ୍ୟାଣ୍ଡଫିଲ୍କୁ ପଠାଇବା ପରିବର୍ତ୍ତେ ତାହାର ପୁନଃବ୍ୟବହାର, ପୁନଃଚକ୍ରଣ ଓ ବୈଜ୍ଞାନିକ ପ୍ରକ୍ରିୟାକରଣ କରିବା। ବର୍ତ୍ତମାନ ଦେଶର ୫୦ରୁ ଅଧିକ ସ୍ଥାନରେ ଏହାର କାର୍ଯ୍ୟକ୍ରମ ଚାଲିଛି। ପ୍ରତିଦିନ ୧୦୦ରୁ ଅଧିକ ମେଟ୍ରିକ୍ ଟନ୍ ଆବର୍ଜନା ପରିଚାଳନା କରାଯାଉଛି। ଏହାର ଜିରୋ ୱେଷ୍ଟ କାର୍ଯ୍ୟକ୍ରମ ଅଧୀନରେ ଘର, ଆପାର୍ଟମେଣ୍ଟ, କାରଖାନା, ସ୍କୁଲ୍, କଲେଜ ଓ ବିଭିନ୍ନ କମ୍ପାନିରୁ ଆବର୍ଜନା ସଂଗ୍ରହ କରାଯାଏ। ପରେ ସେଗୁଡ଼ିକୁ ଅଲଗା ଅଲଗା କରି ଉପଯୁକ୍ତ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଏ।
ସେହିପରି ରୋଷେଇ ଘର ଓ ଖାଦ୍ୟରୁ ବାହାରୁଥିବା ଜୈବ ଆବର୍ଜନାରୁ ଜୈବିକ ଖତ ଓ ବାୟୋଗ୍ୟାସ୍ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ଆବର୍ଜନାର ଠିକ୍ ବ୍ୟବହାର ହେବା ସହ ପରିବେଶ ପ୍ରଦୂଷଣ ମଧ୍ୟ କମ୍ ହେଉଛି। ଇ-ଆବର୍ଜନା ପରିଚାଳନା କ୍ଷେତ୍ରରେ ମଧ୍ୟ ଏହି ସଂସ୍ଥାର ଉଲ୍ଲେଖନୀୟ ଅବଦାନ ରହିଛି। ୨୦୨୦ରୁ ୨୦୨୪ ମଧ୍ୟରେ ସଂସ୍ଥା ୨୧,୪୦୦ ମେଟ୍ରିକ୍ ଟନ୍ ଇ-ଆବର୍ଜନା ପ୍ରକ୍ରିୟାକରଣ କରିଛି। ‘ଏକ୍ସଟେଣ୍ଡ ଆଇ.ଟି.’ ମାଧ୍ୟମରେ ପୁରୁଣା ଲାପଟପ୍ ଓ ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣକୁ ମରାମତି କରାଯାଇ ପୁଣି ବ୍ୟବହାର ଉପଯୋଗୀ କରାଯାଉଛି। ଅନ୍ୟପକ୍ଷରେ, ‘ସର୍କଲ୍ ଅପ୍’ ମାଧ୍ୟମରେ ପୁରୁଣା ପ୍ଲାଷ୍ଟିକ୍, କାଗଜ ଓ ଅନ୍ୟ ଫିଙ୍ଗାଯାଉଥିବା ସାମଗ୍ରୀରୁ ଇକୋ-ବୋର୍ଡ, ଆସବାବପତ୍ର, ଷ୍ଟେସନାରି ଓ ବିଭିନ୍ନ ଉପଯୋଗୀ ଜିନିଷ ତିଆରି କରାଯାଉଛି। ଏହାଦ୍ୱାରା ପୁରୁଣା ଜିନିଷକୁ ନୂଆ ରୂପ ଦେବା ସହ ଆବର୍ଜନାର ପରିମାଣ କମାଇବାରେ ମଧ୍ୟ ସହାୟତା ମିଳୁଛି।
FRRO offices: ୫ ସହରରେ ନୂଆ ଏଫ୍ଆର୍ଆର୍ଓ କାର୍ଯ୍ୟାଳୟ ପ୍ରତିଷ୍ଠା, ଭୁବନେଶ୍ୱର ସମେତ ଆଉ ୩ ସ୍ଥାନରେ ଘୋଷଣା
ସଂସ୍ଥାର ୨୦୨୪-୨୫ ସର୍କୁଲାର ଇମ୍ପାକ୍ଟ ରିପୋର୍ଟ ଅନୁସାରେ, ୩୯ ହଜାର ମେଟ୍ରିକ୍ ଟନ୍ ଆବର୍ଜନା ପରିଚାଳନା କରାଯାଇଛି। ତେବେ ପ୍ଲାଷ୍ଟିକ୍ ଓ ପୁରୁଣା କପଡ଼ାର ପୁନଃଚକ୍ରଣ ଏବେ ବି ଏକ ଆହ୍ବାନ। ଏହା ସହିତ ସଂସ୍ଥା ଆବର୍ଜନା ସଂଗ୍ରାହକଙ୍କୁ ରୋଜଗାର ଓ ଦକ୍ଷତା ବିକାଶର ସୁଯୋଗ ଦେଉଛି। ବାସ୍ତବରେ, ‘ସାହସ୍ ଜିରୋ ୱେଷ୍ଟ’ର ଏହି ପ୍ରୟାସ ଆବର୍ଜନାକୁ ନୂଆ ସମ୍ପଦରେ ପରିଣତ କରିବା ସହ ନିଯୁକ୍ତି ଓ ଅର୍ଥନୈତିକ ବିକାଶର ନୂଆ ସୁଯୋଗ ସୃଷ୍ଟି କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
