Environmental organization: ପରିବେଶ ସଂଗଠନ: ଦି ନେଚର୍‌ କନ୍‌ଜରଭାନ୍‌ସି

Aug 25, 2026 - 04:27
Environmental organization: ପରିବେଶ ସଂଗଠନ: ଦି ନେଚର୍‌ କନ୍‌ଜରଭାନ୍‌ସି

"ଜଙ୍ଗଲ ନଥିଲେ ପ୍ରଶ୍ୱାସ ନାହିଁ।

ନଦୀ ନଥିଲେ ଜୀବନ ନାହିଁ।

ଆଉ ପ୍ରକୃତି ନଥିଲେ ମଣିଷର ଭବିଷ୍ୟତ ମଧ୍ୟ ନାହିଁ।

ପୃଥିବୀର ଏହି ସରଳ ସତ୍ୟକୁ ଆଧାର କରି ଦଶନ୍ଧି ଧରି ପ୍ରକୃତିର ସୁରକ୍ଷା ପାଇଁ କାମ କରିଆସୁଛି ବିଶ୍ୱସ୍ତରୀୟ ପରିବେଶ ସଂଗଠନ "ଦି ନେଚର୍‌ କନ୍‌ଜରଭାନ୍‌ସି" (ଟିଏନ୍‌ସି)।

୧୯୫୧ ମସିହାରେ ଆମେରିକାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ବିଶ୍ୱର ୮୦ରୁ ଅଧିକ ଦେଶରେ ପହଞ୍ଚିଛି।

ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମଣିଷର ଜୀବନ ଯେଉଁ ଭୂମି ଓ ଜଳ ଉପରେ ନିର୍ଭରଶୀଳ ସେଗୁଡ଼ିକୁ ସୁରକ୍ଷିତ ରଖିବା।Advertisment Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...

୧୯୧୫ରେ ଗଠିତ "ଇକୋଲୋଜିକାଲ୍ ସୋସାଇଟି ଅଫ୍ ଆମେରିକା" ସହ ଏହାର ମୂଳ ଇତିହାସ ଜଡ଼ିତ।

ପରିବେଶବିତ୍‌ ଭିକ୍ଟର ସେଲଫୋର୍ଡ ଓ ତାଙ୍କ ସହଯୋଗୀମାନେ ପ୍ରାକୃତିକ ଅଞ୍ଚଳଗୁଡ଼ିକୁ ବୈଜ୍ଞାନିକ ଅଧ୍ୟୟନ ପାଇଁ ସୁରକ୍ଷିତ କରିବାର ଚିନ୍ତା କରିଥିଲେ।

ଏହି ଚିନ୍ତାଧାରାରୁ ୧୯୪୬ରେ ଗଠିତ ହେଲା ଇକୋଲୋଜିଷ୍ଟ ୟୁନିୟନ୍।

ପରବର୍ତ୍ତୀ ସମୟରେ ଏହା "ଦି ନେଚର୍‌ କନ୍‌ଜରଭାନ୍‌ସି" ନାମରେ ପରିଚିତ ହୋଇଥିଲା।

୧୯୫୧ରେ ଏହା ଆମେରିକାରେ ପଞ୍ଜୀକୃତ ହେଲା।

ସେତେବେଳେ ଏହାର କାମ ଥିଲା ମୁଖ୍ୟତଃ ପ୍ରାକୃତିକ ଭୂମି କିଣି ତାହାକୁ ସୁରକ୍ଷିତ ରଖିବା।

କିନ୍ତୁ ସମୟ ସହିତ ବଦଳିଲା ସଂରକ୍ଷଣର ପରିଭାଷା।

ପ୍ରକୃତିକୁ ବଞ୍ଚାଇବା ପାଇଁ କେବଳ ଜମି ସୁରକ୍ଷା ଯଥେଷ୍ଟ ନୁହେଁ; ଦରକାର ବିଜ୍ଞାନ, ତଥ୍ୟ ଓ ଜୀବବିବିଧତା ସମ୍ପର୍କିତ ଗଭୀର ଅଧ୍ୟୟନ।

୧୯୭୦ରେ ବୈଜ୍ଞାନିକ ରବର୍ଟ ଇ.

ଜେନକିନ୍ସ ଜୁନିଅର ଯୋଗଦେବା ପରେ ଟିଏନ୍‌ସିର କାର୍ଯ୍ୟ ଅଧିକ ବୈଜ୍ଞାନିକ ଓ ଜୈବବିବିଧତାକୈନ୍ଦ୍ରିକ ହୋଇଥିଲା।

ଆଜି ଟିଏନ୍‌ସିର କାର୍ଯ୍ୟର ପରିସର ବିଶାଳ।

ସଂଗଠନର ତଥ୍ୟ ଅନୁସାରେ, ଏହା ୧୨୫ ମିଲିୟନ୍ ଏକରରୁ ଅଧିକ ଭୂମିର ସୁରକ୍ଷାରେ ଅବଦାନ ରଖିଛି।

ଶତାଧିକ ସାମୁଦ୍ରିକ ସଂରକ୍ଷଣ ପ୍ରକଳ୍ପ ଚାଲୁଛି ଏବଂ ହଜାରେରୁ ଅଧିକ ବୈଜ୍ଞାନିକ ଏହା ସହ କାମ କରୁଛନ୍ତି।

ଜଙ୍ଗଲରୁ ଆରମ୍ଭ କରି ନଦୀ, ହ୍ରଦ, ସମୁଦ୍ର, କୃଷିଭୂମି ଓ ସହରାଞ୍ଚଳ ପ୍ରକୃତିର ପ୍ରାୟ ପ୍ରତ୍ୟେକ ଦିଗ ଏହାର କାର୍ଯ୍ୟପରିସରରେ ରହିଛି।

ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ହ୍ରାସ ଓ ପ୍ରାକୃତିକ ଆବାସସ୍ଥଳ ନଷ୍ଟ ହେବା ଭଳି ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ଖୋଜିବାରେ ମଧ୍ୟ ଏହା କାମ କରୁଛି।

Rain in Odisha: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା ମେକ୍ସିକୋର କାଲାକମୁଲ୍ ଅଞ୍ଚଳର ଉଷ୍ଣକଟିବନ୍ଧୀୟ ଜଙ୍ଗଲ, ଆମେରିକାର ୟେଲୋଷ୍ଟୋନ୍ ଅଞ୍ଚଳର ବନ୍ୟଜନ୍ତୁ ଆବାସସ୍ଥଳ ଏବଂ ମୋନଟାନାର ବିଶାଳ ଜଙ୍ଗଲରେ ପ୍ରକୃତି ସୁରକ୍ଷା ପାଇଁ ଟିଏନ୍‌ସିର ବିଭିନ୍ନ ପ୍ରୟାସ ଦେଖିବାକୁ ମିଳେ।

ଟିଏନ୍‌ସିର ପରିବେଶ ଅଭିଯାନଗୁଡ଼ିକ ମଧ୍ୟରୁ ସବୁଠୁ ପରିଚିତ ନାମ ହେଉଛି "ପ୍ଲାଣ୍ଟ୍‌ ଏ ବିଲିୟନ୍ ଟ୍ରିଜ୍‌"।

୨୦୦୮ରେ ଆରମ୍ଭ ହୋଇଥିବା ଏହି ପ୍ରୟାସର ଲକ୍ଷ୍ୟ ଥିଲା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଗଛ ଲଗାଇବା ଓ ଜଙ୍ଗଲ ପୁନରୁଦ୍ଧାର କରିବା।

ଏହି ଅଭିଯାନର ଏକ ବଡ଼ ଲକ୍ଷ୍ୟ ହେଉଛି ବ୍ରାଜିଲର ଆଟଲାଣ୍ଟିକ୍ ଜଙ୍ଗଲର ପୁନରୁଦ୍ଧାର।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)