Environmental Organization: ପରିବେଶ ସଂଗଠନ: ଡବ୍ଲୁଓଟିଆର୍
"ଖରାରେ ଫାଟିଯାଇଥିବା ମାଟି, ଶୁଖିଯାଇଥିବା କୂଅ, ପାଣି ପାଇଁ ମାଇଲ୍ ମାଇଲ୍ ଚାଲୁଥିବା ମହିଳା ଏବଂ ଚାଷ ନଷ୍ଟ ଯୋଗୁଁ ନିରାଶାରେ ବଞ୍ଚୁଥିବା କୃଷକ- ଏହା ଥିଲା ଭାରତର ଅନେକ ଗ୍ରାମର ବାସ୍ତବ ଚିତ୍ର।
କିନ୍ତୁ ଏହି ପରିସ୍ଥିତି ବଦଳିପାରେ, ଯଦି ପ୍ରତ୍ୟେକ ବୁନ୍ଦା ପାଣିର ମୂଲ୍ୟ ବୁଝାଯାଏ ଏବଂ ସମସ୍ତେ ମିଶି ପ୍ରକୃତିର ସୁରକ୍ଷା ଲାଗି କାମ କରନ୍ତି।
ଏହି ବିଶ୍ୱାସକୁ ସତ୍ୟରେ ପରିଣତ କରିଛି "ୱାଟରସେଡ୍ ଅର୍ଗାନାଇଜେସନ୍ ଟ୍ରଷ୍ଟ" (ଡବ୍ଲୁଓଟିଆର୍)।
ଏହି ସଂସ୍ଥା କେବଳ ଜଳ ସଂରକ୍ଷଣ କରୁନାହିଁ, ବରଂ ପାଣିକୁ ଆଧାର କରି ଜୀବିକା, କୃଷି, ପରିବେଶ ସୁରକ୍ଷା, ପ୍ରକୃତିର ପୁନରୁଦ୍ଧାର ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଆଶା ସଞ୍ଚାର କରିଛନ୍ତି।Advertisment Scissors: ଗୋଟିଏ କଇଁଚି, ଦଶଟି କାମ ୧୯୯୩ ମସିହାରେ ମହାରାଷ୍ଟ୍ରର ପୁଣେରେ ପ୍ରତିଷ୍ଠିତ ଡବ୍ଲୁଓଟିଆର୍ର ମୂଳ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ଭାରତରେ ଦାରିଦ୍ର୍ୟ ହ୍ରାସ କରିବା ଏବଂ ଜଳ, ଜମି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ମାଧ୍ୟମରେ ସ୍ଥାୟୀ ବିକାଶର ପଥ ପ୍ରଶସ୍ତ କରିବା।
ସଂସ୍ଥାଟି ବିଭିନ୍ନ ସମୁଦାୟର ସକ୍ରିୟ ଅଂଶଗ୍ରହଣକୁ କେନ୍ଦ୍ରବିନ୍ଦୁରେ ରଖି ଜଳଉତ୍ସର ବିକାଶ, ପରିବେଶ ପୁନରୁଦ୍ଧାର, ଜଳବାୟୁ ସହନଶୀଳ କୃଷି ଏବଂ ସମନ୍ୱିତ ଜଳ ପରିଚାଳନା କ୍ଷେତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛି।
ତିନି ଦଶକରୁ ଅଧିକ ସମୟ ଧରି ଡବ୍ଲୁଓଟିଆର୍ ଦେଶର ହଜାର ହଜାର ଗାଁରେ କାମ କରି ଲକ୍ଷଲକ୍ଷ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି।
ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳର ପୁନର୍ଭରଣ, ମୃତ୍ତିକା ସଂରକ୍ଷଣ ଏବଂ ଅବକ୍ଷୟିତ ଜମିର ପୁନରୁଦ୍ଧାର ମାଧ୍ୟମରେ କୃଷିକୁ ପୁଣିଥରେ ଲାଭଜନକ କରିବାରେ ସଂସ୍ଥାଟି ସଫଳ ହୋଇଛି।
ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ଜଳ ଉପଲବ୍ଧତା ବୃଦ୍ଧି ପାଇଛି, କୃଷି ଉତ୍ପାଦନ ବଢ଼ିଛି ଏବଂ ଗ୍ରାମୀଣ ପରିବାରମାନଙ୍କର ଆୟରେ ମଧ୍ୟ ବୃଦ୍ଧି ଘଟିଛି।
ଜଳବାୟୁ ପରିବର୍ତ୍ତନ ଆଜି ଗ୍ରାମୀଣ ଜୀବନ ଓ କୃଷି ପାଇଁ ଏକ ବଡ଼ ଆହ୍ୱାନ।
ଏହି ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଡବ୍ଲୁଓଟିଆର୍ କୃଷକମାନଙ୍କୁ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଗ୍ରହଣ କରିବାରେ ସହଯୋଗ କରୁଛି।
ସ୍ଥାନୀୟ ପାଣିପାଗ ସୂଚନା, ଜଳ ବଜେଟିଂ, ଫସଲ ଯୋଜନା ଏବଂ ଆଧୁନିକ କୃଷି ପରାମର୍ଶ ମାଧ୍ୟମରେ କୃଷକମାନେ ଅନିଶ୍ଚିତ ପାଣିପାଗର ପ୍ରଭାବକୁ କମାଇ ଅଧିକ ସ୍ଥାୟୀ ଓ ଲାଭଜନକ ଚାଷ କରିପାରୁଛନ୍ତି।
ଡବ୍ଲୁଓଟିଆର୍ର କାର୍ଯ୍ୟ କେବଳ ପ୍ରାକୃତିକ ସମ୍ପଦର ସଂରକ୍ଷଣରେ ସୀମିତ ନୁହେଁ।
ସଂସ୍ଥାଟି ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣକୁ ମଧ୍ୟ ସମାନ ଗୁରୁତ୍ୱ ଦେଇଆସୁଛି।
ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ, କୌଶଳ ବିକାଶ ଓ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି ମାଧ୍ୟମରେ ମହିଳାମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ଗ୍ରାମ ବିକାଶରେ ସକ୍ରିୟ ନେତୃତ୍ୱ ନେଉଛନ୍ତି।
ଜୈବ ବିବିଧତାର ସଂରକ୍ଷଣ ମଧ୍ୟ ଡବ୍ଲୁଓଟିଆର୍ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।
ସ୍ଥାନୀୟ ଉଦ୍ଭିଦ ଓ ପ୍ରାଣୀ ସମ୍ପଦର ସୁରକ୍ଷା, ପରିବେଶ ଅନୁକୂଳ ଜୀବିକାକୁ ପ୍ରୋତ୍ସାହନ ଏବଂ ପ୍ରାକୃତିକ ସନ୍ତୁଳନ ରକ୍ଷା ମାଧ୍ୟମରେ ସଂସ୍ଥାଟି ମଣିଷ ଓ ପ୍ରକୃତି ମଧ୍ୟରେ ଏକ ସୁସ୍ଥ ସମ୍ପର୍କ ଗଢ଼ି ତୋଳୁଛି।
Road Accident: ଦୁର୍ଘଟଣାରେ ପ୍ରାଣ ହାରିଲେ ବାପା-୨ପୁଅ, ବଡ଼ପୁଅ ସହ ଜୀବନ ସହ ସଂଘର୍ଷ କରୁଛନ୍ତି ମା" ଏହି ସଂସ୍ଥାର ସଫଳତାର ମୂଳ ଭିତ୍ତି ହେଉଛି ସମୁଦାୟର ସକ୍ରିୟ ଅଂଶଗ୍ରହଣ।
ଗ୍ରାମବାସୀମାନେ ନିଜେ ନିଜ ଗାଁର ବିକାଶ ଯୋଜନା ପ୍ରସ୍ତୁତ କରନ୍ତି, ପ୍ରାଥମିକତା ନିର୍ଦ୍ଧାରଣ କରନ୍ତି ଏବଂ ସମସ୍ତଙ୍କ ସହଯୋଗରେ ତାହାକୁ କାର୍ଯ୍ୟକାରୀ କରନ୍ତି।
ଏହି ଅଂଶଗ୍ରହଣମୂଳକ ଦୃଷ୍ଟିଭଙ୍ଗୀ ଗ୍ରାମଗୁଡ଼ିକୁ ଅଧିକ ସ୍ୱାବଲମ୍ବୀ, ସକ୍ଷମ ଓ ସ୍ଥାୟୀ କରିପାରିଛି।
ବର୍ତ୍ତମାନ ଡବ୍ଲୁଓଟିଆର୍ ଭାରତର ଅନେକ ରାଜ୍ୟରେ କାର୍ଯ୍ୟରତ ଏକ ଅଗ୍ରଣୀ ବିକାଶମୂଳକ ସଂସ୍ଥା।
ଏହାର କାର୍ଯ୍ୟ କେବଳ ଜଳ ସଂରକ୍ଷଣରେ ସୀମିତ ନୁହେଁ; ବରଂ ଖାଦ୍ୟ ସୁରକ୍ଷା, ପରିବେଶ ସଂରକ୍ଷଣ, ମହିଳା ସଶକ୍ତୀକରଣ, ଜୀବିକା ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ସହ ଜଡ଼ିତ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।