Environment Panchayat: ବଡ଼ସାହିରେ ପରିବେଶ ପଞ୍ଚାୟତ; ପରିବେଶ ସୁରକ୍ଷା ପାଇଁ ଜୈବିକ ଜୀବନଶୈଳୀ ଆପଣାଅ: ସନାତନ

Jul 13, 2026 - 04:58
Environment Panchayat: ବଡ଼ସାହିରେ ପରିବେଶ ପଞ୍ଚାୟତ; ପରିବେଶ ସୁରକ୍ଷା ପାଇଁ ଜୈବିକ ଜୀବନଶୈଳୀ ଆପଣାଅ: ସନାତନ

"ବୈଶିଙ୍ଗା: ଅତ୍ୟଧିକ ପ୍ଲାଷ୍ଟିକ୍ ଓ ପଲିଥିନ୍‌ ବ୍ୟବହାର, ଶିଳ୍ପ ପ୍ରତିଷ୍ଠା ଆଳରେ ବ୍ୟାପକ ଗଛକଟା, ପ୍ରାକୃତିକ ସମ୍ପଦର ମନଇଚ୍ଛା ଏବଂ ଅନୁଚିତ ବ୍ୟବହାର ଯୋଗୁ ପରିବେଶ ସଂକଟରେ ପଡ଼ିଛି।

ପାଣି, ପବନ ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏବେଠାରୁ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ।

ଜୈବ ପ୍ରଯୁକ୍ତିର ପ୍ରୟୋଗ ଓ ଜୈବିକ ଜୀବନଶୈଳୀକୁ ଆପଣାଇଲେ ପରିବେଶ ସୁରକ୍ଷିତ ରହିବା ସହିତ ପୃଥିବୀ ମଧ୍ୟ ସୁସ୍ଥ ରହିବ ବୋଲି ବଡ଼ସାହି ବିଧାୟକ ସନାତନ ବିଜୁଳି ମତବ୍ୟକ୍ତ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଧାନସଭା ନିର୍ବାଚନମଣ୍ଡଳୀର ବେତନଟୀ ବ୍ଲକ୍‌ ରାଇକମା ରଘୁନାଥ ଉଚ୍ଚବିଦ୍ୟାଳୟ ପରିସରରେ ରବିବାର "ସମ୍ବାଦ" ପକ୍ଷରୁ ଆୟୋଜିତ ହୋଇଥିଲା "ପରିବେଶ ପଞ୍ଚାୟତ"।

ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ବିଜୁଳି ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସାଂପ୍ରତିକ ସମୟର ସବୁଠାରୁ ବଡ଼ ଆହ୍ବାନ ବୋଲି ପ୍ରକାଶ କରି ଏହାର ସୁରକ୍ଷା ଦିଗରେ "ସମ୍ବାଦ"ର ଭୂମିକାକୁ ପ୍ରଶଂସା କରିଥିଲେ।

ଏଥିସହ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷାର ଅଗ୍ରଦୂତ ସାଜିବାକୁ ପରାମର୍ଶ ଦେଇଥିଲେ।

Advertisment Education: ଖତ ଖାଉଛି କମ୍ପ୍ୟୁଟର; ଅଚଳ ହେଲାଣି ସ୍କୁଲରେ ଇ-ଶିକ୍ଷା ମୁଖ୍ୟବକ୍ତା ବିଶିଷ୍ଟ ପରିବେଶବିତ୍‌ ତଥା ରାଇକମା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜତ କୁମାର ଦାଶ କହିଥିଲେ, ଦ୍ରୁତ ଶିଳ୍ପାୟନ, ନୂତନ ରାସ୍ତାଘାଟ ନିର୍ମାଣ ପାଇଁ ବ୍ୟାପକ ଭାବେ ଗଛ କାଟିବା ଦ୍ବାରା ପରିବେଶର ଦ୍ରୁତ ଅବକ୍ଷୟ ହେଉଛି।

ବିକାଶ ଆବଶ୍ୟକ, କିନ୍ତୁ ବିକାଶ ନାମରେ ପ୍ରକୃତିକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ।

ଯେତିକି ଗଛ କଟାଯାଉଛି, ସେହି ପରିମାଣରେ ଚାରାରୋପଣ କରିବା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ସ୍ଥାନୀୟ ଫରେଷ୍ଟର ଦୀପକ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପଚନ୍ଦ୍ର ମିଶ୍ର ପରିବେଶ ସୁରକ୍ଷା ସମ୍ପର୍କରେ ନିଜ ମତ ରଖିଥିଲେ।

ପ୍ରଧାନଶିକ୍ଷକ ଅଜିତ କୁମାର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରି ପରିବେଶ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀଙ୍କ ଗୁରୁ ଦାୟିତ୍ବ ରହିଛି ବୋଲି କହିଥିଲେ। "ସମ୍ବାଦ"ର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ବଟକୃଷ୍ଣ ବିହାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସ୍ଥାନୀୟ "ସମ୍ବାଦ" ପ୍ରତିନିଧି ଦୀପକ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରମୋହନ ବାରିକ, ନିରଞ୍ଜନ ବାରିକ, ଉପେନ୍ଦ୍ର ମହାନ୍ତ, ଶାନ୍ତନୁ ପଣ୍ଡା, ମାଧବ ଚନ୍ଦ୍ର ନାଏକ ଉପସ୍ଥିତ ଥିଲେ।

ଶେଷରେ ଅତିଥିବୃନ୍ଦ ଚାରାରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଥିଲେ।

Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।