ENT Doctor: ଦୀପାବଳିରେ ବାଣ ଫୁଟାଇବା ବେଳେ ସାବଧାନ! ଶ୍ରବଣଶକ୍ତି ହରାଇବାର ରହିଛି ଆଶଙ୍କା

Nov 07, 2026 - 20:10
ENT Doctor: ଦୀପାବଳିରେ ବାଣ ଫୁଟାଇବା ବେଳେ ସାବଧାନ! ଶ୍ରବଣଶକ୍ତି ହରାଇବାର ରହିଛି ଆଶଙ୍କା

ଚଣ୍ଡିଗଡ଼: ଦୀପାବଳି ରେ ବାଣ ଫୁଟାଇବା ସମୟରେ ଲୋକେ ସାଧାରଣତଃ ଧୂଆଁ ଓ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଥାନ୍ତି।

କିନ୍ତୁ ବାଣର ପ୍ରଚଣ୍ଡ ଶବ୍ଦ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସେତିକି ବିପଜ୍ଜନକ।

କାନ ପାଖରେ ବାଣ ଫୁଟିଲେ ଶ୍ରବଣଶକ୍ତି ପ୍ରଭାବିତ ହୋଇପାରେ।

ଅନେକ କ୍ଷେତ୍ରରେ କାନର ଭିତର ଶିରାରେ ଏପରି କ୍ଷତି ହୋଇଥାଏ, ଯାହାଫଳରେ ଶୁଣିବା ଶକ୍ତି ସବୁଦିନ ପାଇଁ କମିଯାଇପାରେ।

ଦୀପାବଳି ସମୟରେ ଚଣ୍ଡିଗଡ଼ର ଜିଏମ୍‌ସିଏଚ୍‌-୩୨ ହସ୍ପିଟାଲକୁ ଏଭଳି ସମସ୍ୟା ନେଇ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି।

Advertisment ପ୍ରଚଣ୍ଡ ଶବ୍ଦରେ କାନର ଭିତର ନସ୍‌ କ୍ଷତିଗ୍ରସ୍ତ ହୁଏ ଜିଏମ୍‌ସିଏଚ୍‌-୩୨ର ଇଏନ୍‌ଟି ବିଶେଷଜ୍ଞ ଡାକ୍ତର ନିତିନ ଗୁପ୍ତା କହିଛନ୍ତି ଯେ, ଅତ୍ୟଧିକ ଶବ୍ଦ ଯୋଗୁଁ କାନର ଭିତର ଶିରା କ୍ଷତିଗ୍ରସ୍ତ ହେବା ସ୍ଥିତିକୁ ଆକୋଷ୍ଟିକ୍ ଟ୍ରମା କୁହାଯାଏ।

ସାଧାରଣ ଦିନଗୁଡ଼ିକରେ ଏଭଳି ୧୦ରୁ ୧୫ଟି ମାମଲା ସାମ୍ନାକୁ ଆସୁଥିବା ବେଳେ ଦୀପାବଳି ପରେ ରୋଗୀଙ୍କ ସଂଖ୍ୟା ବଢ଼ିଯାଏ।

ଏପରିକି ଏକାଥରେ ୪ରୁ ୫ ଜଣ ରୋଗୀ ଏହି ସମସ୍ୟା ନେଇ ହସ୍ପିଟାଲରେ ପହଞ୍ଚିଥାନ୍ତି।

୭୦ ପ୍ରତିଶତ ରୋଗୀ ସୁସ୍ଥ ହୋଇପାରନ୍ତି ଡାକ୍ତର ନିତିନ ଗୁପ୍ତାଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଶବ୍ଦ ଯୋଗୁଁ ପ୍ରଭାବିତ କେତେକ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ୫ରୁ ୭ ଦିନ ପର୍ଯ୍ୟନ୍ତ ଚିକିତ୍ସା କରିବାକୁ ପଡ଼ିଥାଏ।

ଏଭଳି ମାମଲାରେ ପ୍ରାୟ ୭୦ ପ୍ରତିଶତ ରୋଗୀ ସୁସ୍ଥ ହେବାର ସମ୍ଭାବନା ରହିଥିବା ବେଳେ ପ୍ରାୟ ୩୦ ପ୍ରତିଶତ କ୍ଷେତ୍ରରେ ଶ୍ରବଣଶକ୍ତି ସବୁଦିନ ପାଇଁ ନଷ୍ଟ ହୋଇପାରେ।

ଅନ୍ୟପଟେ ବାଣରୁ ବାହାରୁଥିବା ଧୂଆଁ ନାକ, ଗଳା ଓ ଫୁସ୍‌ଫୁସ୍‌କୁ ମଧ୍ୟ ପ୍ରଭାବିତ କରିପାରେ।

ପୂର୍ବରୁ ଆଲର୍ଜି, ବାରମ୍ବାର ଛିଙ୍କ ହେବା, ନାକରୁ ପାଣି ବୋହିବା କିମ୍ବା ଆଜ୍‌ମା ସମସ୍ୟା ଥିବା ଲୋକଙ୍କ ଅସୁବିଧା ବଢ଼ିପାରେ।

ଅନେକ ସମୟରେ ନାକ ଓ ଗଳାରୁ ଆରମ୍ଭ ହୋଇଥିବା ସମସ୍ୟା ଶ୍ୱାସନଳୀ ଏବଂ ଫୁସ୍‌ଫୁସ୍‌ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ପିଲାମାନଙ୍କୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣଠାରୁ ଦୂରେଇ ରଖିବା ଉଚିତ।

ବାଣ ଫୁଟାଇବା ସମୟରେ ଏହାର ଅତି ନିକଟରେ ଠିଆ ହେବା ଅନୁଚିତ।

ଆଜ୍‌ମା ଓ ଆଲର୍ଜି ରୋଗୀମାନେ ବାଣର ଧୂଆଁ ସହ ଘରେ ପୂଜା ସମୟରେ ବାହାରୁଥିବା ଧୂଆଁ ପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ।

ତେଣୁ ଦୀପାବଳିରେ ବାଣ ଫୁଟାଇବା ସମୟରେ କେବଳ ଧୂଆଁରୁ ହେଉଥିବା କ୍ଷତି ନୁହେଁ, ବରଂ ପ୍ରଚଣ୍ଡ ଶବ୍ଦ ଯୋଗୁଁ କାନ ଓ ଶ୍ରବଣଶକ୍ତି ଉପରେ ପଡ଼ୁଥିବା ପ୍ରଭାବ ପ୍ରତି ମଧ୍ୟ ସଚେତନ ରହିବା ଜରୁରୀ।

ଦାଦନ ଦୁଃଖରେ କାନ୍ଦୁଛି କନ୍ଧମାଳ ; ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ କେରଳରେ ମୃତ୍ୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)