Odisha Startup: ଓ-ହବଠାରେ ବିଜନେସ୍ ଓ ଇନୋଭେସନ୍ ରାଉଣ୍ଡଟେବୁଲ୍ ଅନୁଷ୍ଠିତ

Nov 07, 2026 - 20:10
Odisha Startup: ଓ-ହବଠାରେ ବିଜନେସ୍ ଓ ଇନୋଭେସନ୍ ରାଉଣ୍ଡଟେବୁଲ୍ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌କୁ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେବା ଏବଂ ଇସ୍ରାଏଲ୍ ସହ ବ୍ୟବସାୟିକ ଓ ବୈଷୟିକ ସହଯୋଗର ବ୍ୟାପକ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଇସ୍ରାଏଲ୍–ଓଡ଼ିଶା ବିଜନେସ୍ ଏବଂ ଇନୋଭେସନ୍ ରାଉଣ୍ଡଟେବୁଲ୍ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ସ୍ଥାନୀୟ ଓ-ହବ୍‌ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ରାଏଲ୍‌ ପ୍ରତିନିଧିମଣ୍ଡଳୀ ଓଡ଼ିଶାର ବିଭିନ୍ନ ଷ୍ଟାର୍ଟଅପ୍‌ ସହ ଆଲୋଚନା କରିବା ସହ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ନବସୃଜନଗୁଡିକୁ ସିଧାସଳଖ ଦେଖିଥିଲେ।

Advertisment ଏହି ଅବସରରେ ଜୁଇସ୍ ପିପୁଲ୍ ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ର ସୋସିଆଲ୍ ଆକ୍ସିଲେରେଟର୍‌ର ମ୍ୟାନେଜିଂ ପାର୍ଟନର୍ ଗିଲାଡ୍ ନ୍ୟୁମାନ୍ ଇସ୍ରାଏଲ୍ ଏବଂ ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରେ ସହଯୋଗର ବିଭିନ୍ନ ସମ୍ଭାବନା ଉପରେ ଆଲୋକପାତ କରିଥିଲେ।

ବିଶେଷକରି ପରିବେଶ ସୁରକ୍ଷା, ଇଏସ୍‌ଜି, ନିରୀକ୍ଷଣ ବ୍ୟବସ୍ଥା ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ମିଳିତ କାର୍ଯ୍ୟ କରିବାର ବ୍ୟାପକ ସୁଯୋଗ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଷ୍ଟାର୍ଟଅପ୍‌ ଏବଂ ଇନ୍‌କ୍ୟୁବେସନ୍ କେନ୍ଦ୍ର ଭାବେ ଓ-ହବ୍ ସହ ଭାଗୀଦାରି ସୃଷ୍ଟି ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ସ୍ମୃତି ରଞ୍ଜନ ପ୍ରଧାନ ଓଡ଼ିଶାର ଷ୍ଟାର୍ଟଅପ୍ ବିଷୟରେ ବିସ୍ତୃତ ବିବରଣୀ ରଖିଥିବା ବେଳେ ମିଶନ୍ ଆସୋସିଏଟ୍ ସୁଶ୍ରୀ ସାଲୋନୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏନ୍‌ଆର୍‌ଡିସି ଆଉଟ୍‌ରିଚ୍ ଅଫିସ୍ ମୁଖ୍ୟ ଡ.

ବିଜୟ କୁମାର ସାହୁ ବୈଠକର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏଚ୍‌ସିଏଲ୍‌ର ମୁଖ୍ୟ ବିସାସିସ୍ ଗନ୍ତାୟତ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ।

ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ଇନୋଭେସନ୍ ସହିତ ସଷ୍ଟେନେବିଲିଟି ଓ ସାମାଜିକ ନବସୃଜନକୁ ନେଇ ଏକ ଅଧିବେଶନ ଆୟୋଜିତ ହୋଇଥିଲା।

ବାସ୍ତବ ସମସ୍ୟାର ସମାଧାନ କରୁଥିବା ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ଇସ୍ରାଏଲ୍ ପ୍ରତିନିଧିମଣ୍ଡଳୀ ପରାମର୍ଶ ଦେଇଥିଲେ।

ବୈଠକରେ ଉପସ୍ଥିତ ଉଦ୍ୟୋଗ ପୁଞ୍ଜି ନିବେଶକମାନେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ନିବେଶ ଓ ସହଯୋଗ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।

ଓଡ଼ିଶାର ଷ୍ଟାର୍ଟଅପ୍ ଜଗତକୁ ଅନ୍ତର୍ଜାତୀୟ ବଜାର, ନୂତନ ପ୍ରଯୁକ୍ତି ଓ ନିବେଶ ସୁଯୋଗ ସହ ଯୋଡ଼ିବାରେ ଏହି ରାଉଣ୍ଡଟେବୁଲ୍ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି।

ଏହା ସହ ଇସ୍ରାଏଲ୍ ଏବଂ ଓଡ଼ିଶା ମଧ୍ୟରେ ଭବିଷ୍ୟତରେ ଦୀର୍ଘମିଆଦୀ ବ୍ୟବସାୟିକ ଓ ନବସୃଜନଭିତ୍ତିକ ସହଯୋଗ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପିତ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)