Energy production: ପ୍ଲାଷ୍ଟିକ୍‌ ଆବର୍ଜନାରୁ ଉଦ୍‌ଜାନ ଉତ୍ପାଦନ

Aug 01, 2026 - 08:40
Energy production: ପ୍ଲାଷ୍ଟିକ୍‌ ଆବର୍ଜନାରୁ ଉଦ୍‌ଜାନ ଉତ୍ପାଦନ

"ଆଜି ଆମେ ସମ୍ମୁଖୀନ ହେଉଥିବା ଦୁଇଟି ବଡ଼ ପରିବେଶ ଆହ୍ବାନ ହେଉଛି ପ୍ଲାଷ୍ଟିକ୍‌ ଆବର୍ଜନାର ପ୍ରାଚୁର୍ଯ୍ୟ ଏବଂ ସ୍ବଚ୍ଛ ଶକ୍ତିର ଅଭାବ।

ଏକ ରାସାୟନିକ ପ୍ରକ୍ରିୟା ଏକାବେଳେ ଦୁଇଟିଯାକ ଆହ୍ବାନର ମୁକାବିଲା କରିବାର ସମ୍ଭାବନା ସୃଷ୍ଟି କରିଛି।

ଯୁକ୍ତରାଷ୍ଟ୍ର ଆମେରିକାର ସାମୁଏଲି ସ୍କୁଲ୍‌ ଅଫ୍ ଇଂଜିନିଅରିଂ ଓ ଦକ୍ଷିଣ କୋରିଆର ଏହ୍ବା ଓମ୍ୟାନ୍‌ସ ୟୁନିଭର୍ସିଟିର ଗବେଷକମାନେ ମିଳିତ ଭାବେ କରିଥିବା ଅଧ୍ୟୟନ ଅନୁଯାୟୀ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ତିନି ପ୍ରକାର ପ୍ଲାଷ୍ଟିକ୍‌କୁ ସିଧାସଳଖ ହାଇଡ୍ରୋଜେନ୍‌ ବା ଉଦ୍‌ଜାନ ଇନ୍ଧନରେ ରୂପାନ୍ତରିତ କରାଯାଇପାରିବ।

ଏହି ପ୍ରକ୍ରିୟାର ବିଶେଷତ୍ବ ହେଲା ଏଥିପାଇଁ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍‌କୁ ଅଲଗା କରିବା ଅନାବଶ୍ୟକ, ଯାହା ଏକ ବ୍ୟୟବହୁଳ ତଥା ସମୟସାପେକ୍ଷ କାମ ହୋଇଥାଏ।Advertisment Illegal Firecrackers: ଲାଇସେନ୍ସପ୍ରାପ୍ତ ଦୋକାନରେ ବେଆଇନ ବାଣ ବିକ୍ରି; ପୁଲିସର ଚଢ଼ଉରେ ଖୁଲାସା ଏହି ପ୍ରକ୍ରିୟାର ନାମ ଆଲ୍‌କାଲାଇନ୍‌ ଥର୍ମାଲ୍‌ ଟ୍ରିଟ୍‌ମେଣ୍ଟ (ଏଟିଟି)। "ପିଇଟି", ପଲିଇଥିଲିନ୍ ଓ ପଲିପ୍ରପିଲିନ୍‌ ମିଶ୍ରିତ ପ୍ଲାଷ୍ଟିକ୍‌ ଆବର୍ଜନା ଉପରେ ଯେତେବେଳେ "ଏଟିଟି" ପରୀକ୍ଷଣ କରାଗଲା, ଦେଖାଗଲା ଯେ ୯୦% ସ୍ବଚ୍ଛ ହାଇଡ୍ରୋଜେନ୍‌ ଗ୍ୟାସ୍‌ ଉତ୍ପନ୍ନ ହେଉଛି ଏବଂ ଏଥିରୁ ନିର୍ଗତ କାର୍ବନ୍‌ ଅଙ୍ଗାରକାମ୍ଳ ରୂପରେ ବାୟୁରେ ମିଶିବା ବଦଳରେ ୭୫% ଭାଗ କଠିନ ଅବସ୍ଥାରେ ରହିଯାଉଛି।

ତେଣୁ ଭବିଷ୍ୟତରେ ଏହି ପ୍ରକ୍ରିୟାର ପ୍ଲାଷ୍ଟିକ୍‌ ଆବର୍ଜନା ହ୍ରାସ ପାଇବା ସହିତ ଅପେକ୍ଷାକୃତ ସ୍ବଚ୍ଛ ଉପାୟରେ ଉଦ୍‌ଜାନ ଉତ୍ପାଦନ ମଧ୍ୟ କରାଯାଇପାରିବ ବୋଲି ଆଶା ସଂଚାର ହୋଇଛି।

Horoscope 2026 August 01: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।