Encounter: ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ହାଟଡିହି (କିଶୋର ଆଚାର୍ଯ୍ୟ): ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୁଲିସ।
ଛେନାପଦୀ ନିକଟ ଅସିଆ ଗାଁ ନିକଟରେ ଏହି ଘଟଣା ଘଟିଛି।
ପୁଲିସର ପାଲଟା ଗୁଳିରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଛି।
ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।
Advertisment ସୂଚନା ଅନୁଯାୟୀ, ଅର୍ଜୁନ ପ୍ରଧାନ ଓଡ଼ିଶା ସମେତ ବିହାର ଓ ଝାଡ଼ଖଣ୍ଡରେ ୨୦ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ସୂଚନା ରହିଛି।
ଅସିଆ ଗାଁ ନିକଟରେ ପୁଲିସ ତାକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା।
ଏହାର ଜବାବରେ ପୁଲିସ ପାଲଟା ଗୁଳି ଚଳାଇଥିଲା।
ଏଥିରେ ଅର୍ଜୁନ ଆହତ ହୋଇଥିଲା।
ବିଭିନ୍ନ ଥାନାରେ ଏକାଧିକ ମାମଲା ଚଳିତ ବର୍ଷ ସେପ୍ଟେମ୍ବର ୨୭ ତାରିଖରେ ସୋସୋ ଥାନା ଅନ୍ତର୍ଗତ ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟ୍ କରାଯାଇଥିଲା।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଅର୍ଜୁନ ପ୍ରଧାନ।
ଅର୍ଜୁନର ଘର ଯାଜପୁର ଜିଲ୍ଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗାଁରେ।
ତା' ନାଁରେ ଓଡ଼ିଶା ସମେତ ରାଜ୍ୟ ବାହାରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
ଏହି ମାମଲାଗୁଡ଼ିକୁ ନେଇ ପୁଲିସ ତାକୁ ଖୋଜୁଥିଲା।
ଏନକାଉଣ୍ଟର ପରେ ଘଟଣାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ କରାଯାଉଛି।
Chilika: ଅକ୍ଟୋବର ସରିଲା, ଚିଲିକାକୁ ପକ୍ଷୀଙ୍କ ଆଗମନ କମିଛି: କଳରବ ଖୋଜୁଛି 'ମଙ୍ଗଳାଯୋଡ଼ି'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
