Empty playground: ଉଜୁଡ଼ା କ୍ରୀଡ଼ାଭୂମି ଅଲୋଡ଼ା ପ୍ରତିଭା

Aug 29, 2026 - 07:23
Empty playground: ଉଜୁଡ଼ା କ୍ରୀଡ଼ାଭୂମି ଅଲୋଡ଼ା ପ୍ରତିଭା

"ଭୁବନେଶ୍ବର (ସୁମନ୍ତ ପରିଡ଼ା): ଆଲୋଡ଼ା ହେବେନି କ୍ରୀଡ଼ା ପ୍ରତିଭା।

ପ୍ରତିଭାର ବିକାଶ ପାଇଁ କ୍ରୀଡ଼ାର ଭିତ୍ତିଭୂମି ଯୋଗାଇଦେବେ ସରକାର।

ଫୁଟ୍‌ବଲ୍‌, କ୍ରିକେଟ୍‌, କବାଡ଼ି, ‌ଖୋ ଖୋ, ସବୁ ଖେଳାଳି ସମାନ ସୁବିଧା ସୁଯୋଗ ପାଇବେ।

ଏଥିପାଇଁ ଭୁବନେଶ୍ବରର ବଛା ବଛା ଖେଳପଡ଼ିଆର ବିକାଶ କରାଯିବ।

୨ ବର୍ଷ ତଳେ ଏଭଳି କିଛି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର।

ଯୋଜନା ଅନୁସାରେ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ବିଡିଏ ପକ୍ଷରୁ ୧୯ଟି ଖେଳପଡ଼ିଆ ବିକାଶ ବି ହେଲା।

୨ରୁ ୩ କୋଟି ଟଙ୍କା ଖର୍ଚ୍ଚ କରାଗଲା।

କିନ୍ତୁ କାମ ସରିବା ବର୍ଷେ ବିତିଗଲାଣି, ଅଦ୍ୟାବଧି ଏହା ଲୋକାର୍ପଣ ହୋଇପାରିନି।

Advertisment Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା ଦୁର୍ଭାଗ୍ୟର କଥା ଅଦ୍ୟାବଧି ପଡ଼ିଆ ବି ବିଡିଏକୁ ହସ୍ତାନ୍ତର ହୋଇପାରିନି।

ଏବେ ବି ଏହା ଠିକାଦାରଙ୍କ ହାତରେ ରହିଛି।

ଫଳସ୍ବରୂପ ଯେଉଁ ସବୁ ବିକାଶ କରାଯାଇଥିଲା, ତାହା ଉଜୁଡ଼ିବାରେ ଲାଗିଲାଣି।

ଖେଳପଡ଼ିଆର ପୋଷାକ ବଦଳା ଗୃହ, ସୁରକ୍ଷାକର୍ମୀ ଗୃହ ସବୁ ଭୂତ କୋଠି ପାଲଟିଲାଣି।

ଦାମୀ ଘାସ ଗାଲିଚା ବି ନଷ୍ଟ ହୋଇଗଲାଣି।

ଘାସ ଗାଲିଚା ବଞ୍ଚାଇବାକୁ ତଥା ପାଣି ସିଞ୍ଚନ ପାଇଁ ଲାଗିଥିବା ଦାମୀ ଯନ୍ତ୍ରାଂଶ, ସ୍ପ୍ରିଙ୍କଲର, ରେନ୍‌ ଗଜ୍‌ ବି ଅନେକ ଜାଗାରେ ପଡ଼ି ପଡ଼ି ନଷ୍ଟ ହେଲାଣି।

ଯେଉଁ ପଡ଼ିଆକୁ କୋଟି କୋଟି ଟଙ୍କାରେ ଚିକ୍କଣ କରାଯାଇଥିଲା, ସେଠାକୁ ଯିବାକୁ ଡର ଲାଗୁଛି।

କେତେକ ଜବରଦଖଲକୁ ଚାଲିଗଲାଣି।

କେଉଁଠି କବାଡ଼ିଆ ସାମଗ୍ରୀ ଗଦା ହୋଇଛି ତ ଆଉ କେଉଁଠି କାର ଓ ବଡ଼ ବଡ଼ ଗାଡ଼ି ପାର୍କିଂ ହେଉଛି।

କିଛି ନିଶାଗସ୍ତଙ୍କ କବଳକୁ ଚାଲିଗଲାଣି।

ଅପରପକ୍ଷେ ଯେଉଁ କ୍ରୀଡ଼ା ପ୍ରତିଭାମାନେ ଏ ଆଶା ରଖିଥିଲେ ଯେ ପଡ଼ିଆ ଉନ୍ନତୀକରଣ ପରେ ସେମାନେ ଏଠାରେ ନିୟମିତ ଅଭ୍ୟାସ କରିବେ ଓ ଭାଗ୍ୟ ଗଢ଼ିବେ, ସେମାନଙ୍କ ଆଶା ବି ମଉଳିଗଲାଣି। "ଆମ ଭୂମି" ଆପ୍‌ ଅଚଳ ଖେଳପଡ଼ିଆର ବିକାଶ "ଆମ ଭୂମି" (ଆସ୍ୟୁର୍‌ଡ ମାସ୍‌ ଆସେସ୍‌ ଥ୍ରୁ ଭୁବନେଶ୍ବର ଓପନ୍‌ ସ୍ପେସ୍‌ ଓନର୍‌ସିପ୍‌ ମ୍ୟାନେଜମେଣ୍ଟ ଇନିସିଏଟିଭ୍‌) ଯୋଜନାରେ କରାଯାଇଥିଲା। "ଆମ ଭୂମି" ଯୋଜନା ଆମେରିକା, ଇଂଲଣ୍ଡ ଭଳି ଉନ୍ନତ ଦେଶର ଅବିକଳ ନକଲ।

ସେଠାରେ ଖାଲି ଜାଗାକୁ ଖେଳ ପଡ଼ିଆରେ ପରିଣତ କରାଯାଉଛି।

ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ମଞ୍ଜୁର କରିଥିଲେ।

କେବଳ ସେତିକି ନୁହେଁ, ଖେଳ ପଡ଼ିଆ ଉନ୍ନତୀକରଣ ଶେଷ ପରେ ସରକାରୀ ତହବିଲ ବଦଳରେ ନିଜସ୍ବ ଖର୍ଚ୍ଚରେ କିଭଳି ଖେଳପଡ଼ିଆର ରକ୍ଷଣାବେକ୍ଷଣ ଓ ପରିଚାଳନା ହୋଇପାରିବ, ତାର ବି ବ୍ୟବସ୍ଥା କରାଯାଇଥିଲା।

ବିଡିଏର ଜଣେ ଅଧିକାରୀ କହିଛନ୍ତି, ଏଥିପାଇଁ ସ୍ବତନ୍ତ୍ର "ଆମ ଭୂମି" ଆପ୍‌ ବିକଶିତ କରାଯାଇଥିଲା।

ଯେଉଁଥିରେ ଖେଳପଡ଼ିଆ ବୁକିଂ, ଅଭିଯୋଗ ଗ୍ରହଣ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଥିଲା।

ଲୋକେ ସିଧାସଳଖ ଏହି ଆପ୍‌ ଜରିଆରେ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ପାରିବାର ବ୍ୟବସ୍ଥା କରାଯାଇଥିଲା।

ଖେଳ ପାଇଁ କେହି ଖେଳ ପଡ଼ିଆ ବୁକିଂ କରିବାକୁ ଚାହିଁଲେ ଏହି ଆପ୍‌ ଜରିଆରେ ବୁକିଂର ବ୍ୟବସ୍ଥା କରାଯାଇଥିଲା।

ଏ ବାବଦରେ କିଛି ଅର୍ଥ ଦେବାର ବ୍ୟବସ୍ଥା କରାଯାଇଥିଲା।

ବିଦ୍ୟାଳୟ, ସ୍ଥାନୀୟ ଯୁବ ସଂଗଠନ, କ୍ଲବ୍‌କୁ ଏହାର ପରିଚାଳନା ଦାୟିତ୍ବ ଦେବାକୁ ଯୋଜନା ଥିଲା।

କିନ୍ତୁ ଏହି ଆପ୍‌ ଅଚଳ ଅବସ୍ଥାରେ ପଡ଼ିଛି।

Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ ୧୯ ଖେଳପଡ଼ିଆରୁ ୧୧ ବିଦ୍ୟାଳୟର, ବାକି ଖୋଲା ଜାଗା "ଆମ ଭୂମି" ଯୋଜନାରେ ଭୁବନେଶ୍ବର ଲକ୍ଷ୍ମୀସାଗର ସ୍କୁଲ ଖେଳପଡ଼ିଆ, ବଡ଼ଗଡ଼ ହାଇସ୍କୁଲ ଖେଳପଡ଼ିଆ, ସହିଦନଗର, ଘାଟିକିଆ, ନଖରା, ଯଦୁପୁର, ଡମଣା ହାଇସ୍କୁଲ ଖେଳପଡ଼ିଆ, ଗାଡ଼କଣ କେଳୁଚରଣ ପାର୍କ ନିକଟସ୍ଥ ଖେଳପଡ଼ିଆ, ୟୁନିଟ୍‌ ୮ ଓ ୟୁଟି ୬ ହାଇସ୍କୁଲ ଖେଳପଡ଼ିଆ, ରାଜଧାନୀ କଲେଜ ଖେଳପଡ଼ିଆ, ୟୁନିଟ୍‌-୨ ବାଳିକା ହାଇସ୍କୁଲ ଖେଳପଡ଼ିଆ ଆଦି ସ୍ଥାନରେ ୧୯ଟି ଖେଳ ପଡ଼ିଆର ବିକାଶ କରାଯାଇଥିଲା।

ଯେଉଁଥିରୁ ୧୧ଟି ବିଦ୍ୟାଳୟର ଖେଳ ପଡ଼ିଆ ଥିଲା ଓ ବାକି ୮ଟି ଖୋଲା ଜାଗା ଚିହ୍ନଟ କରି ବିକାଶ କରାଯାଇଥିଲା।

କିଛି ପଡ଼ିଆ ଓଡ଼ିଶା ଖଣି ନିଗମ ଉନ୍ନତିକରଣ କରିଥିଲା।

ଆଉ କିଛି ଓଡ଼ିଶା ବନ ନିଗମ, ହାଉସିଂ ବୋର୍ଡ ବିକାଶ କରିଥିଲା।

ଏହି ଖେଳ ପଡ଼ିଆରେ ବିଶ୍ବସ୍ତରୀୟ ସୁବିଧା ଦେବାକୁ ଲକ୍ଷ୍ୟ ଥିଲା।

ବିଭିନ୍ନ ଖେଳର ଭିତ୍ତିଭୂମି ସାଙ୍ଗକୁ ପୋଷାକ ବଦଳା ଗୃହ, ସୁରକ୍ଷାକର୍ମୀ ଗୃହ, ଜଳସିଞ୍ଚନ, ଡ୍ରେନେଜ୍‌ ବ୍ୟବସ୍ଥା ଥିଲା।

କଂକ୍ରିଟ୍‌ ବଦଳରେ ମାଟିକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା।

ସବୁ ପଡ଼ିଆ ସମାନ ଢଙ୍ଗରେ ବିକଶିତ ହୋଇଥିଲା।

ବିକାଶ ‌ହେବା ପରେ ଏହାର ପରିଚାଳନା ଦାୟିତ୍ବ କାହାକୁ ଦିଆଯିବ, ସେକଥା କିଛି ଚିନ୍ତା କରାଗଲାନି।

ଏଣୁ କୋଟି କୋଟି ଟଙ୍କାର ଏହି ଭିତ୍ତିଭୂମି ନଷ୍ଟ ହେବା ସ୍ବାଭାବିକ।

ଲାଗିଥିଲା ଦାମୀ ବରମୁଡା ଘାସଜାତୀୟ ଓ ଅନ୍ତର୍ଜାତୀୟ ଖେଳ ପଡ଼ିଆରେ ଲାଗୁଥିବା ବରମୁଡା ଘାସ ଗାଲିଚା ସବୁ ଖେଳ ପଡ଼ିଆରେ ଲାଗିଥିଲା।

ରାଜ୍ୟ ବାହାରୁ କୋଲକାତା ଓ ଅନ୍ୟ ରାଜ୍ୟରୁ ଏହି ଘାସ ମଗାଯାଇଥିଲା।

ଏହି ଘାସ କ୍ରୟରେ ବର୍ଗଫୁଟ ପିଛା ୩ରୁ ୨୫ ଟଙ୍କା ଖର୍ଚ୍ଚ କରାଯାଇଥିଲା।

କିନ୍ତୁ ସବୁକିଛି ଉଜୁଡ଼ଗଲାଣି।

ଖେଳପଡ଼ିଆ ଉନ୍ନତୀକରଣରେ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଶା ବନ ନିଗମ ଡିଭିଜନାଲ୍‌ ମ୍ୟାନେଜର ଜଗନ୍ନାଥ ସ୍ବାଇଁ କହିଛନ୍ତି, ଏହି ଘାସ କାରପେଟ୍‌ ଭଳି।

ପ୍ରତି ୧୫ ଦିନ ଅବା ମାସେରେ ଟ୍ରିମିଂ(କଟା) ହେବା କଥା।

ନିୟମିତ ପାଣି ସିଞ୍ଚନ ହେବା କଥା।

ଏଥିପାଇଁ ପୂର୍ଣ୍ଣ ଭିତ୍ତିଭୂମି ବି ରହିଥିଲା।

କିନ୍ତୁ ସେଭଳି କରାଗଲାନି।

ଏଣୁ ଏସବୁ ଉଜୁଡ଼ି ଯାଇଛି।

ଓଡ଼ିଶା ବନ ନିଗମ ଘାଟିକିଆ ବଜରଙ୍ଗୀ ପଡ଼ିଆର ଉନ୍ନତୀକରଣ କରିଥିଲା।

ସେ ସମୟରେ ପ୍ରକଳ୍ପ ଖର୍ଚ୍ଚ ଥିଲା ପ୍ରାୟ ୩.୭୦ କୋଟି ଟଙ୍କା।

ବିଭିନ୍ନ ଖର୍ଚ୍ଚ କାଟ୍‌ ପରେ ପ୍ରାୟ ୩ କୋଟି ଟଙ୍କାର କାମ କରାଯାଇଥିଲା।

ଯେଉଁ ଘାସ ଲାଗିଥିଲା, ତାହା କୋଲକାତାରୁ ମଗାଯାଇଥିଲା।

ବର୍ଷା ଭଳି ଚାରିପାର୍ଶ୍ବରୁ ପଡ଼ିଆରେ ପାଣି ସିଞ୍ଚନ ବ୍ୟବସ୍ଥା ଥିଲା।

ଉନ୍ନତୀକରଣ କାମ ସରିବା ପରେ ଖେଳପଡ଼ିଆ ହସ୍ତାନ୍ତର ସରିଛି।

Poetry session: ସମ୍ବାଦ ସାହିତ୍ୟଘର ପକ୍ଷରୁ ମନୋଜ୍ଞ ମଞ୍ଜୁଳ କବିତା ଆସର ବଜରଙ୍ଗୀ ଓ ନଖରା ଥିଲା ସବୁଠୁ ବଡ଼ ପଡ଼ିଆ୧୯ଟି ଖେଳ ପଡ଼ିଆରୁ ସବୁଠୁ ବଡ଼ ଖେଳ ପଡ଼ିଆ ଥିଲା ଘାଟିକିଆ ବଜରଙ୍ଗୀ ଖେଳ ପଡ଼ିଆ ଓ ନଖରା ଖେଳ ପଡ଼ିଆ।

ଦୁଇ ପଡ଼ିଆର ଆକାର ପ୍ରାୟ ୫ ଏକର।

ଦୁଇ ପଡ଼ିଆ ବିକାଶରେ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା।

ସବୁଠି ପୋଷାକ ବଦଳା ଗୃହ, ସୁରକ୍ଷା କର୍ମୀ ଗୃହ, ପ୍ରାଚୀର, ଡ୍ରେନ୍‌, ରେନ୍‌ ଗଜ୍‌ ବ୍ୟବସ୍ଥା, ଦାମୀ ଘାସ ଗାଲିଚା ବିଛାଯାଇଥିଲା।

କିନ୍ତୁ ଏହା ଉଜୁଡ଼ିବାରେ ଲାଗିଛି।

ଝୁଲିଛି ଆଉ ୫ ଖେଳ ପଡ଼ିଆ ଭାଗ୍ୟ୧୯ଟି ଖେଳ ପଡ଼ିଆ ବାଦ୍‌ ଆହୁରି ୫ଟି ଖେଳପଡ଼ିଆ ବିକାଶ ଯୋଜନା ଥିଲା।

କିନ୍ତୁ ଯେହେତୁ ୧୯ଟି ଖେଳପଡ଼ିଆ ପୂର୍ଣ୍ଣରୂପ ନେଇପାରିନି ଓ ଲୋକାର୍ପିତ ହୋଇପାରିନି, ସେ ଦୃଷ୍ଟିରୁ ଆଉ ୫ ଖେଳପଡ଼ିଆ ଉନ୍ନତିକରଣ ଯୋଜନା ବି ଝୁଲିରହିଛି।

ଏହି ଯୋଜନାରେ ମାନସସନ୍ତାନ ଥିଲେ ବଲୱନ୍ତ ସିଂହ।

ତାଙ୍କ ପ୍ରଚେଷ୍ଠା ଓ ପ୍ରତିଦିନ ଭୋର ୪ଟାରୁ କ୍ଷେତ୍ର ଅନୁଧ୍ୟାନ ପରେ ଏହି କାମ ଆରମ୍ଭ ହୋଇଥିଲା।

ଲକ୍ଷ୍ୟ ଥିଲା ବିଦ୍ୟାଳୟ ପଡ଼ିଆକୁ ବିକାଶ କରିବା ସହ ଖାଲି ସରକାରୀ ଜାଗା ଜବରଦଖଲକୁ ରୋକିବା।

ସେ ସମୟରେ ଖେଳ ପଡ଼ିଆକୁ ଅସ୍ଥାୟୀ ଖେଳ ପଡ଼ିଆ ଭାବେ ବ୍ୟବହାର କରୁଥିବା ଯୁବ‌ଗୋ‌ଷ୍ଠୀଙ୍କ ସହ ବି ପ୍ରତ୍ୟକ୍ଷ ଆଲୋଚନା ହୋଇଥିଲା।

ସେମାନଙ୍କ ସହଯୋଗକ୍ରମେ ପଡ଼ିଆ ବିକାଶ ହେଲା ସତ, କିନ୍ତୁ ପୂର୍ବରୁ ଯେଉଁମାନେ ଖେଳିବାରୁ ସୁଯୋଗ ପାଉଥିଲେ, ପଡ଼ିଆ ବିଡିଏ ହାତକୁ ଯିବା ପରେ ସେମାନଙ୍କ ଖେଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି।

ୟୁନିଟ୍‌-୬ ଉଚ୍ଚବିଦ୍ୟାଳୟ ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟ ଭଳି ୟୁନିଟ୍‌-୬ ଉଚ୍ଚବିଦ୍ୟାଳୟ ପଡ଼ିଆର ବି ନବକଳେବର କରାଯାଇଥିଲା। "ଆମ ଭୂମି" ଯୋଜନାରେ ପଡ଼ିଆରେ ଖେଳିବା ପାଇଁ ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା।

ଦୁଇମହଲା ପୋଷାକ ବଦଳା ଗୃହ ସାଙ୍ଗକୁ ସୁରକ୍ଷା କର୍ମୀ ଗୃହ, ଫୁଟ୍‌ବଲ୍‌ ଓ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା।

କିନ୍ତୁ ରକ୍ଷଣାବେକ୍ଷଣ ଓ ଦୂରଦୃଷ୍ଟି ଅଭାବରୁ ଏହା ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟିଲାଣି।

ପୋଷାକ ବଦଳା ଗୃହ ଭୂତକୋଠି ହୋଇଗଲାଣି।

ଏହାର ଦ୍ବିତୀୟ ମହଲା ବି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି।

ପଡ଼ିଆ କିଛିକାଂଶରେ ଭଲ ଥିଲେ ବି ଟ୍ରିମିଂ ଓ ଅନ୍ୟାନ୍ୟ କାମ ଅଭାବରୁ ପଡ଼ିଆ ଭିତର ଓ ଚତୁଃପାର୍ଶ୍ବ ଘାସ ବଡ଼ ହୋଇଗଲାଣି।

ଅନାବନା ଘାସ ଉଠି ଜଙ୍ଗଲ ପାଲଟିଲାଣି।

ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟ Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟର ପୂର୍ବର ଖେଳପଡ଼ିଆକୁ ନୂଆ ରୂପ ଦେଇଥିଲେ ସରକାର।

ପଡ଼ିଆରେ ମାଟି ପକାଇ ସମତୁଲ କରିବା ସହ ଡ୍ରେନେଜ୍‌ ବ୍ୟବସ୍ଥା  କରାଯାଇଥିଲା।

କ୍ରିକେଟ୍‌ ଅଭ୍ୟାସ ନେଟ୍‌ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା।

କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପଡ଼ିଆ ଏବେ କାଦୁଅ ପଚପଚ।

ଦାମୀ ବରମୁଡ଼ା ଘାସ ବି ନଷ୍ଟ ହୋଇଗଲାଣି ଓ ପଡ଼ିଆ ନଣ୍ଡା ଦିଶିଲାଣି।

ସେପଟେ ଯେଉଁ ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇଥିଲା, ତାହା ଉଜୁଡ଼ିଗଲାଣି।

ବଡ଼ଗଡ଼ ଉଚ୍ଚବିଦ୍ୟାଳୟ ବଡ଼ଗଡ଼ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆ ବି ଆମ ଭୂମି ଯୋଜନାରେ ବିକାଶ କରାଯାଇଥିଲା।

କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହା ଜଙ୍ଗଲ ପାଲଟିଲାଣି।

ଚତୁଃପାର୍ଶ୍ବରେ ଏତେ ବଡ଼ ବଡ଼ ଗଛ ସବୁ ଉଠିଲାଣି ଯେ ପଡ଼ିଆକୁ ଯିବାକୁ ଡର ଲାଗୁଛି।

ସେପଟେ ପଡ଼ିଆ ମଝିରେ ବି ଅନାବନା ଗଛ ମାଡ଼ିଗଲାଣି।

ଲାଗିଥିବା ଦାମୀ ଘାସ କାଁ ଭାଁ ସ୍ଥାନରେ ବଞ୍ଚିଛି, ବାକି ସବୁ ମରିଯାଇଛି।

ପଡ଼ିଆରେ ହୋଇଥିବା ଯୋଗମଣ୍ଡପ ଓ ଅନ୍ୟାନ୍ୟ ଭିତ୍ତିଭୂମି ବି ଉଜୁଡ଼ିଗଲାଣି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)