Employment Campaign: ସ୍ଥାନୀୟ ସମ୍ବଳର ବିକାଶ ସହ ଯୁବଙ୍କୁ ସ୍ଥାୟୀ ରୋଜଗାର ଉପରେ ଗୁରୁତ୍ୱ

Aug 02, 2026 - 17:37
Employment Campaign: ସ୍ଥାନୀୟ ସମ୍ବଳର ବିକାଶ ସହ ଯୁବଙ୍କୁ ସ୍ଥାୟୀ ରୋଜଗାର ଉପରେ ଗୁରୁତ୍ୱ

"ଘୁ.ଉଦୟଗିରି: କନ୍ଧମାଳର ମାଟିରେ ରୋଜଗାରର ସୁଯୋଗ ସୃଷ୍ଟି କରି ଦାଦନ ଯନ୍ତ୍ରଣାରୁ ଜିଲ୍ଲାବାସୀଙ୍କୁ ମୁକ୍ତ କରିବା ପାଇଁ ଏକଜୁଟ ହୋଇଛନ୍ତି ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସାମ୍ବାଦିକ।

ଏହି ଲକ୍ଷ୍ୟ ନେଇ କନ୍ଧମାଳ ଜିଲ୍ଲା ସାମାଜିକ କର୍ମୀ ସଂଗଠନ "ସ୍ୱାକ୍" ପକ୍ଷରୁ "ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ" ଅଭିଯାନ ଅଧୀନରେ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ କନ୍ଧମାଳ ଜିଲ୍ଲାର ୩୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିଙ୍କ ସମେତ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଜନପ୍ରତିନିଧି, ବରିଷ୍ଠ ନାଗରିକ, ସାମ୍ବାଦିକ ଓ ବିଭିନ୍ନ ସଂଗଠନର ପ୍ରତିନିଧି ଯୋଗଦେଇ କନ୍ଧମାଳର ବିକାଶ ଓ ଦାଦନ ସମସ୍ୟା ଉପରେ ଗଭୀର ଆଲୋଚନା କରିଥିଲେ।Advertisment ରୋଜଗାରର ଅଭାବରୁ କନ୍ଧମାଳର ଶହ ଶହ ଶ୍ରମିକ ଜୀବିକା ଅନ୍ୱେଷଣରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଉଛନ୍ତି।

ଅନେକ ଶ୍ରମିକ ଦଲାଲଙ୍କ ମାଧ୍ୟମରେ ବାହାରକୁ ଯାଇ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି।

ଏପରିକି କାର୍ଯ୍ୟସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ଅନେକ ଶ୍ରମିକଙ୍କ ଜୀବନ ଚାଲିଯାଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି।

ଏହି ଦାଦନ ଯନ୍ତ୍ରଣାର ଅନ୍ତ ଘଟାଇବା ପାଇଁ ବୈଠକରେ ଦୃଢ଼ ଓ ଦୀର୍ଘମିଆଦୀ ପଦକ୍ଷେପ ନେବା ଉପରେ ମତପ୍ରକାଶ ପାଇଥିଲା। "ଏକ ଜିଲ୍ଲା, ଏକ ସଙ୍କଳ୍ପ" ଭାବନାକୁ ନେଇ କନ୍ଧମାଳର ନିଜସ୍ୱ ପ୍ରାକୃତିକ ଓ ମାନବ ସମ୍ବଳକୁ ଉପଯୋଗ କରି ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ରୋଜଗାର, ଆତ୍ମନିଯୁକ୍ତି ଓ ଉଦ୍ୟୋଗୀ ହେବାର ସୁଯୋଗ ସୃଷ୍ଟି କରିବା ଉପରେ ଜୋର ଦିଆଯାଇଥିଲା।

ଏଥିପାଇଁ ତୃଣମୂଳ ସ୍ତରରୁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି।କନ୍ଧମାଳର ଜଙ୍ଗଲଜାତ ଦ୍ରବ୍ୟ, ପଣସ, ହଳଦୀ, ବିଭିନ୍ନ ମସଲାଜାତୀୟ ସାମଗ୍ରୀ, କୁଟୀର ଶିଳ୍ପ ଓ ଅନ୍ୟାନ୍ୟ ସ୍ଥାନୀୟ ସମ୍ବଳର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ବଜାର ସଂଯୋଗ ମାଧ୍ୟମରେ ନୂଆ ରୋଜଗାର ସୃଷ୍ଟି କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ।

ବିଧାୟକ, ସାଂସଦ, ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ସହ ସମନ୍ୱୟ ରଖି ଏହି ଅଭିଯାନକୁ ଆଗକୁ ନେବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା।ସଂଗଠନର ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବାବେଳେ ସମ୍ପାଦକ ହୃଷିକେଶ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଓ ଅଭିଯାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ସ୍ୱାକ୍‌ର ଉପଦେଷ୍ଟା ସମୀର କୁମାର ପାଢ଼ୀ, ଅଶୋକ କୁମାର ପରିଡ଼ା, ସହସମ୍ପାଦକ ସଞ୍ଜୀବ ଦିଗାଲ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ପ୍ରଦାତ୍ତା ସମ୍ପାଦକ ପ୍ରଦୀପ ଦାସ, ପ୍ରଦାନର ନିରଞ୍ଜନ ମିଶ୍ର, ବିପଦର ବନ୍ଧୁର ତାପସ କୁମାର ନାୟକ, ପ୍ରେସ୍ କ୍ଲବ୍‌ର ସନ୍ତୋଷ ଦିଗାଲଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ, ସରପଞ୍ଚ ଓ ଏମ୍‌ବିକେମାନେ ଉପସ୍ଥିତ ଥିଲେ।

Elephant: କନ୍ଧମାଳରେ ହାତୀ ଆତଙ୍କ; ଜନସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ସେନ୍ସଭୋଲ, ସ୍ୱାତୀ, ସାହାରା, ମହିଳା ଜୀବିକା ସୁରକ୍ଷା ମଞ୍ଚ, ଅନ୍ତରଙ୍ଗ ଯୁବ ମହାସଂଘ, ଓଡ଼ିଶା ମୋଟର ଚାଳକ ସଂଘ, ଗ୍ରାମ ବିକାଶ, ଏମ୍‌ଏମ୍‌ସିଟି, ଗୁଡ୍ ସମରିଟାନ, ଏୟୁଏସ୍, ଉସା, କ୍ଷିପ୍ର ନ୍ୟାୟ ମଞ୍ଚ, ନାଗରିକ ମଞ୍ଚ, କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ, ପେପର ମିଡିଆ, ପ୍ରେସ୍ କ୍ଲବ୍, ମିଡିଆ କ୍ଲବ୍ ଓ ଜୀବିକା ସୁରକ୍ଷା ମଞ୍ଚ ଆଦିର ପ୍ରତିନିଧିମାନେ ଏହି ଅଭିଯାନକୁ ସମର୍ଥନ ଜଣାଇଥିଲେ।

ବୈଠକକୁ ସଭାପତି ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମର ଚିନ୍ମୟ ସେଠୀ, ସସ୍ମିତା ମଲ୍ଲିକ, ମିନାକ୍ଷୀ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଓ ବିବେକାନନ୍ଦ ପ୍ରଧାନ ସହଯୋଗ କରିଥିଲେ। “କନ୍ଧମାଳର ପିଲା କନ୍ଧମାଳରେ ରୋଜଗାର ପାଉ—ଏହା ହିଁ ହେଉ ଆମ ସଙ୍କଳ୍ପ।”ଦାଦନ ହୋଇ ବାହାରକୁ ଯାଇ ଆଉ କୌଣସି ମା' ତାଙ୍କ ପୁଅକୁ ହରାଇବେ ନାହିଁ, କୌଣସି ପରିବାର ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ ନାହିଁ—ସ୍ଥାନୀୟ ସମ୍ବଳ, ସ୍ଥାନୀୟ ରୋଜଗାର ଓ ସ୍ୱାବଲମ୍ବୀ କନ୍ଧମାଳ ଗଠନର ଏହି ସଙ୍କଳ୍ପ ହିଁ ବୈଠକର ମୁଖ୍ୟ ବାର୍ତ୍ତା ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।