Elephant Attack: ଲାଞ୍ଜିଗଡ଼ ବେତିଆପଡ଼ାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

Sep 26, 2026 - 10:43
Elephant Attack: ଲାଞ୍ଜିଗଡ଼ ବେତିଆପଡ଼ାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

"ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଆଦିବାସୀଙ୍କ ମୃତ୍ୟୁ ହୋଇଛି।

ମୃତକ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବିଜେପୁର ସେକ୍ସନ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ବେତିଆପଡା ଗ୍ରାମର ଡ୍ରିମ୍ବା ମାଝୀ (୪୭) ବୋଲି ଜଣାପଡିଛି।Advertisment କପା ଚାଷ ଜମିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ ସୂଚନା ଅନୁସାରେ,ଆଜି ସକାଳ ସାଢେ ୬ ରୁ ସାଢେ ୭ ଘଣ୍ଟା ସମୟରେ ଡ୍ରିମ୍ବା ନିଜ ଗାଁ ଠାରୁ ୫୦୦ ମିଟର ଦୂରରେ ପଟାଙ୍ଗପଦର ଗାଁ ଯିବା ରାସ୍ତାରେ ଥିବା ନିଜ କପା ଚାଷ ଜମିକୁ ଯାଉଥିବା ବେଳେ ଜଙ୍ଗଲରୁ ହାତୀ ହାବୁଡ଼ରେ ପଡ଼ିଥିଲେ।

ହାତୀ ଡ୍ରିମ୍ବାଙ୍କୁ ଉଠାଇ କଚାଡି କଚାଡି ମାରିଥିବା ଘଟଣା ସ୍ଥଳକୁ ଦେଖିଲେ ଅନୁମାନ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ବନ ବିଭାଗ କି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

Drinking Water: ଚିତ୍ରକୋଣ୍ଡା ସାରକୁବନ୍ଧ ହଷ୍ଟେଲରେ ପାଣି ସଙ୍କଟ, ୭ ଦିନ ହେଲା ବର୍ଷା ପାଣି ଭରସାରେ ଛାତ୍ରଛାତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)