Elephant Attack: ଗୋଠଛଡ଼ା ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ଗୁରୁତର: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
"ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଅଲଣ୍ଡା ଚିରବେର୍ଣା ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି।
ଏକ ଗୋଠଛଡ଼ା ଦନ୍ତା ହାତୀର ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।Advertisment Vigilance Raid: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଭିମସାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍ ଧନୁର୍ଦ୍ଧର ବିଶ୍ୱାଳ ସୂଚନା ଅନୁଯାୟୀ, ବୃଦ୍ଧ ଜଣକ କୌଣସି କାମରେ ଘରୁ ବାହାରକୁ ଯାଇଥିବା ବେଳେ ହଠାତ୍ ସେହି ଅଞ୍ଚଳରେ ବୁଲୁଥିବା ଗୋଠଛଡ଼ା ଦନ୍ତା ହାତୀ ସାମ୍ନାକୁ ଆସିଥିଲା।
କିଛି ବୁଝିବା ପୂର୍ବରୁ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା।
ଫଳରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି।
ଦନ୍ତା ହାତୀର ବାରମ୍ବାର ଉପଦ୍ରବ ଏହି ଘଟଣା ପରେ ଅଲଣ୍ଡା ଚିରବେର୍ଣା ଓ ଆଖପାଖ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି।
ଗୋଠଛଡ଼ା ଦନ୍ତା ହାତୀର ବାରମ୍ବାର ଉପଦ୍ରବ ଯୋଗୁଁ ଲୋକମାନେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ଭୟ କରୁଥିବା କହିଛନ୍ତି।
ବନ ବିଭାଗ ତୁରନ୍ତ ହାତୀର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
"