Elephant: ଚମ୍ପୁଆ ବନାଞ୍ଚଳରେ ହାତୀ ଶାବକ ଜନ୍ମ

Oct 19, 2026 - 06:09
Elephant: ଚମ୍ପୁଆ ବନାଞ୍ଚଳରେ ହାତୀ ଶାବକ ଜନ୍ମ

"ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ ଉଖୁଣ୍ଡା ସେକ୍ସନ କାଞ୍ଜିଆଶୁଳାଠାରେ ରବିବାର ଭୋର ସମୟରେ ଏକ ହାତୀ ଶାବକ ଜନ୍ମ ହୋଇଛି।

ଏହା ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ସତର୍କ କରାଯିବା ସହ ହାତୀର ଗତିବିଧି ଉପରେ ନଜର ରଖାଯାଇଛି।

କିଛିଦିନ ହେଲା ଉଖୁଣ୍ଡା ସେକ୍ସନରେ ୨୫ଟିକିଆ ହାତୀପଲ ପଇଁତରା ମାରୁଛନ୍ତି।

ଏଥିରୁ ଗୋଟିଏ ହାତୀ ଭାଲୁପାଳି ନାଳ ନିକଟରେ ଶାବକକୁ ଜନ୍ମ ଦେଇଥିଲା।Advertisment Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି ହାତୀଛୁଆକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

ଡିଏଫ୍ଓ ଏଚ୍‌ଡି ଧନରାଜଙ୍କ ନିର୍ଦେଶରେ ଉଭୟ ମା" ଓ ଛୁଆର ଗତିବିଧି ଉପରେ ନଜର ରଖାଯାଇଛି।

ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଯାଇଛି।

ଗତମାସ ଗଣେଶ ଚତୁର୍ଥୀରେ ବାସୁଦେବପୁରଠାରେ ରାଜପଥ ପାର୍ଶ୍ବରେ ଗୋଟିଏ ହାତୀ ଶାବକ ଜନ୍ମ ହୋଇଥିବା ବେଳେ ଏବେ ଦୁର୍ଗାପୂଜାରେ ଆଉ ଏକ ଶାବକ ଜନ୍ମ ହୋଇଛି।

ଚମ୍ପୁଆ ବନାଞ୍ଚଳରେ ମୋଟ ହାତୀସଂଖ୍ୟା ୫୦ ଥିବାବେଳେ ସେଥି ମଧ୍ୟରେ ୧୫ଟି ଛୁଆହାତୀ ଅଛନ୍ତି।

ଚମ୍ପୁଆ ସେକ୍ସନରେ ୧୦ଟି, ଉଖୁଣ୍ଡା ସେକ୍ସନରେ ନବଜାତ ଛୁଆକୁ ମିଶାଇ ୨୬, ବାଲିବନ୍ଧ ସେକ୍ସନର ୬ଟି ଓ ଯୋଡ଼ା ସେକ୍ସନରେ ୮ଟି ହାତୀ ଚଳପ୍ରଚଳ କରୁଛନ୍ତି।

Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)