Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ

Sep 03, 2026 - 01:02
Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ

"ଘୁ ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର କୁରୁମୁଙ୍ଗିଆରେ ଜଙ୍ଗଲରେ ଦନ୍ତା ହାତୀ ଉପଦ୍ରବ ଦେଖିବାକୁ ମିଳିଛି।

କିଛି ଦିନର ନୀରବତା ପରେ ପୁଣି ଦନ୍ତା ନିଜ ଉଗ୍ର ରୂପ ଦେଖେଇବା ଫଳରେ ଲୋକ ଭୟଭୀତ ଅବସ୍ଥାରେ।

ମଙ୍ଗଳବାର ରାତିରେ କୁରୁମିଙ୍ଗିଆ ଅଞ୍ଚଳରେ ଦନ୍ତାହାତୀ ଫସଲ ନଷ୍ଟ କରିବା ସହ ଏକ ମଇଁଷି କୁ ଜୀବନରେ ମାରିଦେଇଥିବା ସୂଚନା ମିଳିଛି।

Advertisment ସୂଚନାଯୋଗ୍ୟ ଯେ ମଙ୍ଗଳବାର ରାତି ପ୍ରାୟ ରାତି ୩ ଘଣ୍ଟ ସମୟରେ ହାତୀଟି କୁରୁମୁଙ୍ଗିଆ ଗ୍ରାମରେ ପହଞ୍ଚିବା ପରେ ଏକ ଗୁହାଳରେ ବନ୍ଧା ଯାଇଥିବା ମଇଁଷିକୁ ମାରି ଦେଇଥିଲା।

ବର୍ତ୍ତମାନ ଜଂଗଲୀ ଦନ୍ତା ହାତୀର ଉପଦ୍ରବରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

କିଛି ସ୍ଥାନରେ ବହୁ ଫସଲ ନଷ୍ଟ କରିଦେଇଥିବା ଜଣାପଡ଼ିଛି।

ହାତୀ ଭୟରେ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ିବାରେ ଲାଗିଛି।

ଚାଷ ଜମିରେ ଫସଲ ନଷ୍ଟ କରିବା ଯୋଗୁଁ ଚାଷୀ ଚିନ୍ତାରେ ଜଙ୍ଗଲରେ ହାତୀ ଯାତାୟତ କରିଥିବା ଯୋଗୁଁ ଅଞ୍ଚଳବାସୀ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି।

ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଲୋକ ଏବେ ହାତୀ ଯୋଗୁଁ ନିଜ ଜୀବିକା ହରେଇ ଦୁଃଖ ଦୁର୍ଦଶାରେ ଜୀବନ ଅତିବାହିତ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)