ଲାଞ୍ଚ ନେଇ ଜେଲ ଗଲେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ
ଲାଞ୍ଚ ନେଇ ଜେଲ ଗଲେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ
ନନ୍ଦିଘୋଷ ବ୍ୟୁରୋ: ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ ଗଲେ ଜେଲକୁ । ଗତକାଲି ଜଣେ ବାଲି ବ୍ୟବସାୟୀଙ୍କ ପାଖରୁ ଖଣି କାର୍ଯ୍ୟରେ ଅଗ୍ରିମ ସହଯୋଗ ପାଇଁ ଲାଞ୍ଚ ନେଉଥିଲେ ।
ଉପ ଖଣି ନିର୍ଦ୍ଦେଶକ ସତ୍ୟଜିତ ୨୦୧୩ରେ ବ୍ରହ୍ମପୁର ଖଣି ବିଭାଗରେ ଚାକିରି ଆରମ୍ଭ କରିଥିଲେ । ପରେ ସମ୍ବଲପୁର ଓ ଭୁବନେଶ୍ୱରରେ କାର୍ଯ୍ୟ କରିଥିଲେ ୨୦୨୩ରେ ପଦୋନ୍ନତି ପାଇ ଜଏଣ୍ଟ ଡାଇରେକ୍ଟର ମାଇନ୍ସ ଭାବେ ଜୟପୁରରେ କାର୍ଯ୍ୟରତ ଥିଲେ l
ଗତକାଲି ବାଲି ରିଲିଜଧାରୀଙ୍କ ପାଖରୁ ଲାଞ୍ଚ ନେଇ ଧରା ପଡିବା ବେଳେ ତାଙ୍କର କଟକ ସ୍ଥିତ ପୈତୃକ ବାସଭବନରୁ ଭିଜିଲାନ୍ସ ମିଳିତ ଭାବେ ୬ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ସତ୍ୟଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି କୋରାପୁଟ ଭିଜିଲାନ୍ସ ଏସପି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।