ଅବପାତ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ପ୍ରବଳ ବର୍ଷା ; ଆସନ୍ତା ୨୪ ଘଣ୍ଟାରେ ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି

Jul 07, 2026 - 08:09
ଅବପାତ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ପ୍ରବଳ ବର୍ଷା ; ଆସନ୍ତା ୨୪ ଘଣ୍ଟାରେ ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି

ନନ୍ଦିଘୋଷ ବ୍ୟୁରୋ : ଅବପାତ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ପ୍ରବଳ ବର୍ଷା । ଏହା ଉତ୍ତର ଓଡିଶା ସଂଲଗ୍ନ ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଛତିଶଗଡ ଦେଇ ଗତି କରିବା ସମ୍ଭାବନା ରହିଛି l  ଆସନ୍ତା ୨୪ ଘଣ୍ଟାରେ ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି l ପଶ୍ଚିମ ଓଡିଶାର ୮  ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି l ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼,ବରଗଡ଼, ସୋନପୁର,ବଲାଙ୍ଗୀର ଓ ନୂଆପଡା l ସେହିପରି ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି l ଏହି ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର,ଅନୁଗୁଳ, ବୌଦ୍ଧ, କନ୍ଧମାଳ,କଳାହାଣ୍ଡି ଓ ନବରଙ୍ଗପୁର l ଏହି ସମୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ଆଜି ଯାଏ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ନ ଯିବାକୁ ମସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ କେନ୍ଦ୍ର l ସେପଟେ ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ l ଉପକୂଳକୁ ବର୍ଷାରୁ ଆଶ୍ବସ୍ତି ମିଳିଥିବାବେଳେ ପଶ୍ଚିମରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।