ତାଲା ଭାଙ୍ଗି ଲୁଟିନେଲେ ଦାନ ବାକ୍ସ ସହ ରୁପା ଅଳଙ୍କାର
ସୋର : ପୁଣି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ତାଲା ଭାଙ୍ଗି ଲୁଟିନେଲେ ଦାନ ବାକ୍ସ ସହ ରୁପା ଅଳଙ୍କାର । ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ମିରିପୁର ଖଇରା ଗାଁରେ ଥିବା ହନୁମାନ ମନ୍ଦିରରୁ ହୋଇଛି ଲୁଟ୍ । ଦୁର୍ବୃତ୍ତ ମାନେ ମନ୍ଦିରରୁ ହନୁମାନଙ୍କର ରୁପା ମୁକୁଟ, ରୁପାର ଗୋଡ଼ ବାଙ୍କିଆ ଓ ଅନ୍ୟାନ୍ୟ ଅଳଙ୍କାର ସହ ଦାନ ବାକ୍ସ ଲୁଟି ଫେରାର ହୋଇଯାଇଛନ୍ତି । ଗାଁର ଜଣେ ବ୍ୟକ୍ତିଙ୍କ ସାଇକେଲ ବି ଚୋରି ହୋଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଖବର ପାଇ ତଦନ୍ତ କରୁଛି ପୋଲିସ ।