ଆଜିଠୁ ଭାରତ-ଆୟାରଲାଣ୍ଡ T-20 ସିରିଜ

Jun 26, 2026 - 12:49
ଆଜିଠୁ ଭାରତ-ଆୟାରଲାଣ୍ଡ T-20 ସିରିଜ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଭାରତ-ଆୟାରଲାଣ୍ଡ T-20 ସିରିଜ । ୨ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବେଲଫାଷ୍ଟର ଷ୍ଟର୍ମଣ୍ଟ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ସନ୍ଧ୍ୟା ୬ ଟାରେ ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ । ସେପଟେ ଆୟରଲ୍ୟାଣ୍ଡର ନେତୃତ୍ୱ ନେବେ ଲୋର୍କାନ ଟକର । ତେବେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଅଧିକ ନଜର ରହିଛି । ୧୫ ବର୍ଷୀୟ ଏହି ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି ଏବଂ ଭାରତ ପାଇଁ ସିନିୟର ଅନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ସବୁଠାରୁ କମ ବୟସ୍କ ପୁରୁଷ କ୍ରିକେଟର ଭାବରେ ସଚିନ ତେନ୍ଦୁଲକରଙ୍କ ଦୀର୍ଘକାଳୀନ ରେକର୍ଡକୁ ଭାଙ୍ଗିବାକୁ ଯାଉଛନ୍ତି । ସଚିନ ତେନ୍ଦୁଲକର ୧୬ ବର୍ଷ ୨୦୫ ଦିନରେ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ । ଆଜି ଯଦି ବୈଭବ ଖେଳନ୍ତି ତେବେ ୧୫ ବର୍ଷ ୯୧ ଦିନରେ ସର୍ବ କନିଷ୍ଠ ଖେଳାଳି ଭାବେ ଡେବ୍ୟୁ କରିବେ । ପୁରୁଷ ଟି-୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଭାରତ ରହିଛି ଯେତେବେଳେ ଆୟର୍ଲାଣ୍ଡ ବିଶ୍ୱର ୧୨ ନମ୍ବର ସ୍ଥାନରେ ଅଛି।ଇଂଲଣ୍ଡ ସହ T-20 ସିରିଜ ପୂର୍ବରୁ ଏହି ସିରିଜ ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ୱ ବହନ କରେ।ସେପଟେ ଭାରତକୁ ଟକର ଦେବା ପାଇଁ ଆଇରିଶ୍ ଦଳ ମଧ୍ୟ ଫୁଲ୍ ଦମ୍ ରେ ପ୍ରସ୍ତୁତି କରିଛି ।