Electric Pole: ସବୁ ରାତିରେ ଜଳୁଛି ଖୁଣ୍ଟି, ଭୟରେ କଲୋନୀ ବାସିନ୍ଦା

Jun 12, 2026 - 11:04
Electric Pole: ସବୁ ରାତିରେ ଜଳୁଛି ଖୁଣ୍ଟି, ଭୟରେ କଲୋନୀ ବାସିନ୍ଦା

"ଭୁବନେଶ୍ୱର: ସ୍ଥାନୀୟ ପାଣ୍ଡବ ନଗର ଲେନ୍‌ ନମ୍ବର ତିନିରେ ଏବେ ପ୍ରତି ରାତିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବା ପାଇଁ ମିଳୁଛି।

ପ୍ରତି ରାତିରେ ଏଠାରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟର ବାଣ ଫୁଟିବା ପରି ଜଳୁଛି।

ଖୁଣ୍ଟିରୁ ନିଆଁ ପାଖ ଆଖର ଘର ଭିତରେ ପଡୁଛି।

Advertisment  ଗରମରେ ଲୋକମାନେ ଆଉଟୁ ପାଉଟୁ ହେଉଛନ୍ତି ଏହାପରେ ସ୍ଥାନୀୟ ଅଞ୍ଚଳରୁ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇ ଯିବାରୁ ଗରମରେ ଲୋକମାନେ ଆଉଟୁ ପାଉଟ ହେଉଛନ୍ତି ।

ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବିଳମ୍ବରେ ଆସି ପୋଡିଯାଇଥିବା ତାର ସଜାଡିବା ପରେ ବିଦ୍ୟୁତ ସରବରାହ ଠିକ୍‌ ହେଉଛି।

ଖୁଣ୍ଟିଟି ଘରକୁ ଲାଗିକରି ଥିବାରୁ ସେଠାରେ ଅଗ୍ନିକାଣ୍ଡର ଭୟ ରହୁଛି ।

ତାର ପରିବର୍ତ୍ତନ ପରେ ମଧ୍ୟ ଏହି ସମସ୍ୟା  ଦେଖା ଦେଇଛି ।

ସେଠାରେ ଥିବା ଖୁଣ୍ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା କିମ୍ବା ଅନ୍ୟ କୌଣସି ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ଖୁଣ୍ଟି ବିପଜ୍ଜନକ ଭାବେ ଘରକୁ ଲାଗି କରିଥିବାରୁ କେତେ ବେଳେ କୌଣସି ଅଘଟଣ ଘଟିବାର ଆଶଙ୍କା ରହିଛି ।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Orphan Children: ପ୍ରଶାସନର ନିଆରା ପଦକ୍ଷେପ, ଅନାଥ ପିଲାଙ୍କ ମୁହଁରେ ଫୁଟିଲା ହସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।