Elections: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ଏସ୍‌ପି-କଂଗ୍ରେସ ଆସନ ବଣ୍ଟନ ଫର୍ମୁଲା ସ୍ଥିର

Nov 23, 2026 - 17:36
Elections: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ଏସ୍‌ପି-କଂଗ୍ରେସ ଆସନ ବଣ୍ଟନ ଫର୍ମୁଲା ସ୍ଥିର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସ୍‌ପି) ଓ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ପାଇଁ ଚାଲିଥିବା ଟଣାଓଟରା ମଧ୍ୟରେ ସହମତି ପ୍ରକାଶ ପାଇଛି।

ସୋମବାର ଦିଲ୍ଲୀରେ ହୋଇଥିବା ପ୍ରଥମ ବୈଠକରେ ଆସନ ବଣ୍ଟନ ଫର୍ମୁଲା ଚୂଡ଼ାନ୍ତ ହୋଇଛି।

ଆସନଗୁଡ଼ିକୁ ତିନିଟି ବର୍ଗରେ ବଣ୍ଟନ କରାଯାଇଛି।

ଏସ୍‌ପି ଓ କଂଗ୍ରେସ ସମନ୍ବୟ ସମିତି ମଧ୍ୟରେ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ବୈଠକରେ କୁହାଯାଇଛି ଯେ, ଆସନ୍ତା ତିନି ଦିନରେ ଆସନ ବଣ୍ଟନ ଚୂଡ଼ାନ୍ତ ହୋଇଯିବ।

ଆସନ୍ତାକାଲି ଆଉଥରେ ଦୁଇ ଦଳ ମଧ୍ୟରେ ବୈଠକ ହେବ।

Advertisment ଦୁଇଦଳ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଉଭୟ ଯେପରି ଭାବେ ଲୋକସଭା ନିର୍ବାଚନ ମିଳିତ ଭାବେ ଲଢ଼ି ବିଜେପି ନେତୃତ୍ବାଧୀନ ମେଣ୍ଟକୁ ହରାଇଥିଲେ ବିଧାନସଭା ନିର୍ବାଚନରେ ମଧ୍ୟ ସେମିତି ହରାଇବେ।

କଂଗ୍ରେସ ଓ ସମାଜବାଦୀ ପାର୍ଟିର ସମନ୍ୱୟ କମିଟିର ପ୍ରଥମ ବୈଠକ ଦିଲ୍ଲୀରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା।

ସମାଜବାଦୀ ପାର୍ଟିର ପ୍ରତିନିଧିତ୍ୱ ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ, ୟୁପି ରାଜ୍ୟ ସଭାପତି ଶ୍ୟାମ ଲାଲ ପାଲ, ସାଂସଦ ରାଜୀବ ରାୟ ଓ କୈରାନା ସାଂସଦ ଇକରା ହାସନ କରିଥିଲେ।

ଆସନ୍ତାକାଲି 'ବି' ଓ 'ସି' ବର୍ଗ ଆସନ ଉପରେ ଆଲୋଚନା କଂଗ୍ରେସ ଦଳର ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରମୋଦ ତିୱାରୀ, ୟୁପି କଂଗ୍ରେସ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ, ୟୁପି କଂଗ୍ରେସ ଅଧ୍ୟକ୍ଷ ଆରାଧନା ମିଶ୍ରା ମୋନା, ୟୁପି କଂଗ୍ରେସ କାର୍ଯ୍ୟକାରୀ ସଭାପତି ଇମ୍ରାନ ମାସୁଦ ଓ ୟୁପି କଂଗ୍ରେସ ବିଧାୟକ ଦଳ ନେତା ବୀରେନ୍ଦ୍ର ଚୌଧୁରୀ ସାମିଲ ଥିଲେ।

ସୂତ୍ର ଅନୁସାରେ ଆସନ ଗୁଡ଼ିକୁ 'ଏ', 'ବିକ୍' ଓ 'ସି' ବର୍ଗରେ ବଣ୍ଟନ କରି ମନ୍ଥନ କରାଯାଇଛି।

'ଏ' ବର୍ଗ ଆସନଗୁଡ଼ିକ ହେଉଛି ଯେଉଁଗୁଡ଼ିକୁ ସହଜରେ ଜିତିହେବ।

କଂଗ୍ରେସ ଏହି ଆସନଗୁଡ଼ିକ ମଧ୍ୟରୁ ୫୫ଟି ପାଇଁ ଦାବି କରିଛି।

ସୂଚନା ମିଳିଛି ଯେ, ଆସନ୍ତାକାଲି 'ବି' ଓ 'ସି' ବର୍ଗର ଆସନ ଉପରେ ଆଲୋଚନା ହେବ।

ଏହାପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ।

India Power: ଏସିଆର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଭାରତର ସ୍ଥାନ ଅକ୍ଷୁଣ୍ଣ; ଚୀନ୍‌ ସହ ଶକ୍ତି ବ୍ୟବଧାନ କମିଲା ବୈଠକ ସମୟରେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ବିଜୟ କ୍ଷମତା ନୀତି ଉପରେ ଗୁରୁତ୍ୱ ଦେଇ କଂଗ୍ରେସକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଦେଇଥିଲା।

ଏସ୍‌ପି ନେତାମାନେ ଦାବି କରିଥିଲେ ଯେ, ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ସହିତ ଆସନ ତାଲିକା ପ୍ରଦାନ କରାଯାଉ।

ଏସ୍‌ପି କଂଗ୍ରେସ ଦାବି କରୁଥିବା ଆସନ ପାଇଁ ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାମ ଦେବାକୁ ଅନୁରୋଧ କରିଥିଲା, ଯାହା ଦ୍ଵାରା ପ୍ରାର୍ଥୀଙ୍କ ଜିତିବା ସମ୍ଭାବନାକୁ ସଠିକ୍ ଭାବରେ ମୂଲ୍ୟାଙ୍କନ କରାଯାଇପାରିବ।

ବୈଠକ ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ୟୁପି କଂଗ୍ରେସ ଅଧ୍ୟକ୍ଷା ଆରାଧନା ମିଶ୍ର କହିଛନ୍ତି ଯେ, ଉଭୟ ଦଳ ପରସ୍ପର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଛନ୍ତି।

ଆଜିର ବୈଠକରେ ଆସନ ସଂଖ୍ୟା ଉପରେ କୌଣସି ଆଲୋଚନା ହୋଇନାହିଁ, ବରଂ ବିଜେପିକୁ କିପରି ପରାସ୍ତ କରାଯିବ ସେ ବିଷୟରେ ରଣନୀତି ଉପରେ ଆଲୋଚନା ହୋଇଛି।

ରାମ ଗୋପାଳ ଯାଦବ ଆରାଧନା ମିଶ୍ରଙ୍କ କଥାକୁ ସମର୍ଥନ କରି କହିଛନ୍ତି ଯେ, ତାଲିକା ତିନି ଦିନ ମଧ୍ୟରେ ଚୂଡ଼ାନ୍ତ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)