Election: ଗାନ୍ଧୀନଗର ମହାନଗର ନିଗମ ଏବଂ ଥାରା ଓ ଓଖା ପୌରପାଳିକାରେ ଜିତିଲା ବିଜେପି

Oct 13, 2026 - 23:13
Election: ଗାନ୍ଧୀନଗର ମହାନଗର ନିଗମ ଏବଂ ଥାରା ଓ ଓଖା ପୌରପାଳିକାରେ ଜିତିଲା ବିଜେପି

"ଅହମଦାବାଦ: ଗୁଜରାଟ ପୌର ନିର୍ବାଚନରେ ବିଜେପିକୁ ବଡ଼ ବିଜୟ ମିଳିଛି।

ବିଜେପି ଗାନ୍ଧୀନଗର ମହାନଗର ନିଗମରେ ୪୪ ଆସନରୁ ୩୮ ଆସନରେ ଜିତିଛି।

କଂଗ୍ରେସ ଗାନ୍ଧୀନଗରରେ ୫ ଆସନ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଜଣେ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଜିତିଛନ୍ତି।

ପୂର୍ବ ନିର୍ବାଚନରେ ଗୋଟିଏ ଆସନରେ ଜିତିଥିବା ଆମ୍‌ ଆଦମୀ ପାର୍ଟି ଚଳିତ ଥର ଏହାର ଆକାଉଣ୍ଟ୍‌ ମଧ୍ୟ ଖୋଲି ପାରିନାହିଁ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୧ ତାରିଖରେ ଗାନ୍ଧୀନଗରମ ମହାନଗର ନିଗମ ସହ ଥାରା ଏବଂ ଓଖା ପୌରପାଳିକାରେ ମଧ୍ୟ ନିର୍ବାଚନ ହୋଇଥିଲା।

Advertisment ବନାସକାଣ୍ଠା ଜିଲ୍ଲାର ଥାରା ପୌରପାଳିକାରେ ବିଜେପି ୨୪ ଆସନରୁ ୧୯ଟିରେ ଜିତିଛି।

ଅନ୍ୟପକ୍ଷେ କଂଗ୍ରେସ ବାକି ୫ ଟି ଆସନରେ ଜିତିଛି।

ଦେବଭୂମି ଦ୍ବାରକା ଜିଲ୍ଲାର ଓଖା ପୌରପାଳିକାରେ ବିଜେପି ୩୨ଟି ଆସନରୁ ୨୯ଟିରେ ଜିତିଛି।

କଂଗ୍ରେସ ଏଠାରେ ୩ଟି ଆସନରେ ଜିତିଛି।

ଓଖାରେ ୪ଟି ଆସନରେ ବିଜେପି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲା।

ଏହି ୪ଟି ଆସନରୁ ମିଶାଇଇେ ଓଖା ପୌରପାଳିକାରେ ୩୬ ଆସନରୁ ବିଜେପି ୩୩ଟି‌ ହାସଲ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)