Election: ୩ ରାଜ୍ୟର ବିଧାନସଭା ଉପନିର୍ବାଚନ ଶେଷ
"ନୂଆଦିଲ୍ଲୀ: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନର ଉପନିର୍ବାଚନ ପାଇଁ ଆଜି ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।
ସନ୍ଧ୍ୟା ୬ଟାରେ ଭୋଟ୍ ଗ୍ରହଣ ଶେଷ ହେବା ପରେ ଭାରତୀୟ ନିର୍ବାଚନ କମିସନଙ୍କ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ମତଦାନ ହାର ଦେଖିବାକୁ ମିଳିଛି।
ମଧ୍ୟପ୍ରଦେଶର ଦାତିଆ ଆସନରେ ସର୍ବାଧିକ ପ୍ରାୟ ୭୧% ମତଦାନ ହୋଇଥିବା ବେଳେ ଗୁଜରାଟର ମଞ୍ଜଲପୁରରେ ୩୭% ଏବଂ ବିହାରର ବାଙ୍କୀପୁରରେ ସବୁଠାରୁ କମ୍ ମାତ୍ର ୩୪% ଭୋଟିଂ ରେକର୍ଡ କରାଯାଇଛି।Advertisment ହାରର ପାଟନା ସହର ଅନ୍ତର୍ଗତ ବାଙ୍କୀପୁର ଆସନ ଉପରେ ଆଜି ସାରା ଦେଶର ନଜର ଥିଲା, କାରଣ ଏଠାରୁ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପ୍ରଥମ ନିର୍ବାଚନ ଲଢୁଛନ୍ତି।
ଏହି ଆସନରେ ବିଜେପିର ନୀରଜ କୁମାର ସିହ୍ନା ଏବଂ ଆର୍ଜେଡିର ରେଖା କୁମାରୀ ଗୁପ୍ତାଙ୍କ ମଧ୍ୟରେ କଡ଼ା ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି।
ଆଜି ମତଦାନ ସମୟରେ ରାଜନୈତିକ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା, ଯେଉଁଠି ପ୍ରଶାନ୍ତ କିଶୋର ଶାସକ ଦଳର ଇସାରାରେ ଜନ ସୁରାଜ କର୍ମୀମାନଙ୍କୁ ପୁଲିସ ଅଟକ ରଖିଥିବା ଅଭିଯୋଗ କରିଥିଲେ।
ତେବେ ସ୍ଥାନୀୟ ପ୍ରଶାସନ ଏହାକୁ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ରୋକିବା ପାଇଁ ଏକ ସାଧାରଣ ସତର୍କତାମୂଳକ ପଦକ୍ଷେପ ବୋଲି ସ୍ପଷ୍ଟ କରିଛି।
ପ୍ରବଳ ଚର୍ଚ୍ଚା ସତ୍ତ୍ୱେ ବାଙ୍କୀପୁରର ସହରୀ ଭୋଟରଙ୍କ ମଧ୍ୟରେ ଉତ୍ସାହ କମ୍ ଥିଲା।
Karnataka Politics: ଲଢ଼ିବିନି ୨୦୨୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ସିଦ୍ଧରମୈୟା ଅନ୍ୟପଟେ, ମଧ୍ୟପ୍ରଦେଶର ଦାତିଆ ଆସନରେ ଭୋଟରମାନେ ପ୍ରବଳ ଉତ୍ସାହର ସହ ୨୯୧ଟି ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିଲେ।
ଏହି ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା ଏବଂ ୧୪୦୦ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ।
ସମ୍ବେଦନଶୀଳ ବୁଥ୍ ଗୁଡ଼ିକ ଉପରେ ଡ୍ରୋନ୍ ଜରିଆରେ ନଜର ରଖାଯିବା ସହ ୧୦୦% ୱେବକାଷ୍ଟିଂ ମାଧ୍ୟମରେ ସିଧାସଳଖ ମନିଟରିଂ କରାଯାଇଥିଲା।
ସେହିପରି ଗୁଜରାଟର ବଦୋଦରା ସହର ଅନ୍ତର୍ଗତ ମଞ୍ଜଲପୁର ଆସନରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।
ଆସନ୍ତା ଅଗଷ୍ଟ ୩ ତାରିଖରେ ଭୋଟ୍ ଗଣତି କରାଯିବ ଏବଂ ସେହିଦିନ ହିଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।