Election: ପୌର ନିର୍ବାଚନ: ଆନ୍ଧ୍ରରେ ଏନ୍‌ଡିଏର ବଡ଼ ବିଜୟ: ଜଗନ ମୋହନ ରେଡ୍ଡୀଙ୍କୁ ବଡ଼ ଝଟ୍‌କା

Nov 04, 2026 - 13:15
Election: ପୌର ନିର୍ବାଚନ: ଆନ୍ଧ୍ରରେ ଏନ୍‌ଡିଏର ବଡ଼ ବିଜୟ: ଜଗନ ମୋହନ ରେଡ୍ଡୀଙ୍କୁ ବଡ଼ ଝଟ୍‌କା

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ପୌର ନିର୍ବାଚନରେ ​​ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତୃତ୍ୱାଧୀନ ମେଣ୍ଟ ରାଜ୍ୟରେ ୧୩ଟି ନଗର ନିଗମ ମଧ୍ୟରୁ ୯ଟିରେ ବିଜୟୀ ହୋଇଛି।

ଏଥିରେ ଶ୍ରୀକାକୁଲମ ନଗର ନିଗମ ଓ ଅମଦାଲାଭଲସା ପୌରପାଳିକାକୁ ବାଦ୍‌ ଦିଆଯାଇଛି।

କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହି ଦୁଇଟି ପୌରପାଳିକାରେ ନିର୍ବାଚନ ହୋଇପାରିନଥିଲା।

ନେଲିମାର୍ଲା ଓ ସାଲୁରରେ ଟିଡିପିର ବିଦ୍ରୋହୀ ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦ ଜିତିଛନ୍ତି।

ଏହାବ୍ୟତୀତ ମେଣ୍ଟ ୮୬ଟି ପୌରପାଳିକା ଓ ନଗର ପଞ୍ଚାୟତ ମଧ୍ୟରୁ ୭୫ଟି ଦଖଲ କରିଛି।

Advertisment ଟିଡିପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବୃହତ ବିଶାଖାପାଟଣା ମହାନଗର ନିଗମ (ଜିଭିଏମ୍‌ସି) ନିର୍ବାଚନରେ ବୃହତ୍‌ ବିଜୟ ହାସଲ କରିଛି।

ଏନ୍‌ଡିଏ ମେଣ୍ଟ ଏଠାରେ ୧୨୦ ଆସନରୁ ୯୮ଟି ବିଜୟୀ ହୋଇଛି।

ଟିଡିପି ୬୪ଟି ୱାର୍ଡ ସହିତ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ଏହାର ମେଣ୍ଟ ସହଯୋଗୀ, ଜନ ସେନା ପାର୍ଟି (ଜେଏସ୍‌ପି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ଯଥାକ୍ରମେ ୨୬ ଓ ୮ଟି ୱାର୍ଡ ଜିତିଛନ୍ତି।

ନଭେମ୍ବର ୧ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ​​୫୬.୩୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା, ଯେଉଁଥିରେ ୧୮,୩୭,୯୦୧ ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ୧୦,୩୫,୧୫୪ ଜଣ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ।

ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ ମଙ୍ଗଳବାର ଘୋଷିତ ଫଳାଫଳରେ ଟିଡିପି ମେୟର ପଦବୀ ଜିତିଛି ଓ ଏହାର ପ୍ରାର୍ଥୀ ମୁକ୍କା ଶ୍ରାବଣୀ ମେୟର ନିର୍ବାଚନ ଜିତିଛନ୍ତି।

ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି (ୱାଇଏସ୍‌ଆରସିପି) ପାଇଁ ବଡ଼ ଝଟକା ହୋଇଛି।

ୱାଇଏସ୍‌ଆର୍‌ସିପି ପୂର୍ବ କାର୍ଯ୍ୟକାଳରେ ଜିତିଥିବା ୫୯ ଟି ୱାର୍ଡ ତୁଳନାରେ ଏଥର ମାତ୍ର ୧୩ ଟି ୱାର୍ଡ ଜିତିଛି।

ସ୍ୱାଧୀନ ପ୍ରାର୍ଥୀମାନେ ୮ ଟି ୱାର୍ଡ ଜିତିଛନ୍ତି ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଗୋଟିଏ ଜିତିଛି।

ଟିଡିପି , ଜେଏସ୍‌ପି ଓ ବିଜେପି କର୍ମୀମାନେ ବାଣ ଫୁଟାଇ ଓ ମିଠା ବାଣ୍ଟି ‌ସେମାନଙ୍କ ବିଜୟକୁ ପାଳନ କରିଥିଲେ।

Farmers: ପଞ୍ଜାବରେ ୨୪୦ ଚାଷୀଙ୍କ ନାଁରେ ମାମଲା, ୧୨ ଲକ୍ଷ ଜରିମାନା: ନଡ଼ା ପୋଡ଼ି ବିରୋଧରେ ପ୍ରଶାସନର କଡ଼ା ପଦକ୍ଷେପ ତେବେ ୱାଇଏସ୍‌ଆର୍‌ସିପିରେ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଛି।

ବୁଧବାର ସକାଳେ ମିଳିଥିବା ନିର୍ବାଚନ ଫଳାଫଳ ଅନୁଯାୟୀ, ଅଧିକାଂଶ ପୌରପାଳିକାରେ ଟିଡିପି ନେତୃତ୍ୱାଧୀନ ମେଣ୍ଟ ବିରୋଧୀ ଦଳ ଉପରେ ବିଜୟୀ ହୋଇଛି।

ଏହି ମେଣ୍ଟ ଛଅଟି ପୌରପାଳିକାରେ ମଧ୍ୟ ଆଗୁଆ ଥିଲା।

ଏହି ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦଳ ୱାଇଏସ୍‌ଆର୍‌ସିପିକୁ କଡପା ଜିଲ୍ଲାରେ ସବୁଠାରୁ ବଡ଼ ଝଟକା ଲାଗିଛି।

ଜିଲ୍ଲାର ୨୭୯ ପୌର ୱାର୍ଡ ମଧ୍ୟରୁ ୱାଇଏସ୍‌ଆର୍‌ସିପି ମାତ୍ର ୭ଟି ଆସନ ଜିତିଛି।

ଅନ୍ୟପକ୍ଷରେ ଟିଡିପି ନେତୃତ୍ୱାଧୀନ ମେଣ୍ଟ ୬ଟି ପୌରପାଳିକା ନିର୍ଦ୍ୱନ୍ଦ୍ୱରେ ଜିତିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)