01 NOVEMBER 2026

Welcome!

Unlock your personalized experience.
Sign Up

Election: କଡପାରେ ସଂଘର୍ଷ, ସାମ୍ବାଦିକଙ୍କୁ ଆକ୍ରମଣ, ବୁଥ୍‌ କ୍ୟାପଚରିଂ ଅଭିଯୋଗ ଆଣିଲା ୱାଇଏସ୍‌ଆର୍‌ସିପି

Nov 01, 2026 - 19:29
Election: କଡପାରେ ସଂଘର୍ଷ, ସାମ୍ବାଦିକଙ୍କୁ ଆକ୍ରମଣ, ବୁଥ୍‌ କ୍ୟାପଚରିଂ ଅଭିଯୋଗ ଆଣିଲା ୱାଇଏସ୍‌ଆର୍‌ସିପି

ଅମରାବତୀ: କଡପା ଜିଲ୍ଲାରେ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି (ୱାଇଏସ୍‌ଆର୍‌ସିପି) କର୍ମୀଙ୍କ ମଧ୍ୟରେ ସଂଘର୍ଷକୁ ବାଦ ଦେଇ ରବିବାର ଆନ୍ଧ୍ର ପ୍ରଦେଶର ୧୦୦ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ନିର୍ବାଚନ ପାଇଁ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ବିଜୟୱାଡା ଓ ବିଶାଖାପାଟଣାକୁ ମିଶାଇ ୧୩ଟି ମହାନଗର ନିଗମ ଓ ୮୭ଟି ମ୍ୟୁନିସିପାଲଟି ଓ ନଗର ପଞ୍ଚାୟତରେ ମତଦାନ ଅନୁଷ୍ଠିତ ହୋଇଥିଲା। କଡପା ଜିଲ୍ଲାର ପୁଲିଭେନ୍ଦୁଲାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବା ଫଳରେ ହିଂସା ସୃଷ୍ଟି ହୋଇଥିଲା। 

ୱାଇଏସ୍‌ଆର୍‌ସିପି ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ ମୋହନ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ, ଟିଡିପି ନେତୃତ୍ୱାଧୀନ ସରକାର ବୁଥ୍ କ୍ୟାପଚରିଂ, ନକଲି ଭୋଟିଂ ଓ ଅନେକ ମତଦାନ କେନ୍ଦ୍ରରେ ଭୋଟରଙ୍କୁ ବାଧା ଦେଇ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି। ପୁଲିଭେନ୍ଦୁଲାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ରେଡ୍ଡୀ ଅଭିଯୋଗ କରିଥିଲେ ଯେ, ଟିଡିପି କର୍ମୀମାନେ ଭୋର ୪ଟାରୁ ଭୋଟରଙ୍କ ସ୍ଲିପ୍ ଜବରଦସ୍ତ ଛଡ଼ାଇ ନେଇଥିଲେ। ୱାଇଏସ୍‌ଆର୍‌ସିପି ପୋଲିଂ ଏଜେଣ୍ଟମାନଙ୍କୁ ନିର୍ବାଚନମଣ୍ଡଳୀର ୮୦ ଟି ବୁଥ ମଧ୍ୟରୁ ୭୦ ଟିରେ ପ୍ରବେଶ କରିବାକୁ ଦିଆଯାଇ ନଥିଲା। 

SIR Controversy: ଏସ୍‌ଆଇଆର୍‌ ବିବାଦ: ପାଶ୍ବାନ, କୁସୱାହ, ଟିଡିପି ପରେ ଇସିଙ୍କଠାରୁ ସ୍ପଷ୍ଟୀକରଣ ମାଗିଲେ କୁମାରସ୍ବାମୀ

ରେଡ୍ଡୀ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଓ କଡପା ସାଂସଦ ୱାଇଏସ୍‌ ଅବିନାଶ ରେଡ୍ଡୀ ପରେ ପୁଲିଭେନ୍ଦୁଲାରେ ରଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିଲେ। ତେବେ ଟିଡିପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପୌର ନିର୍ବାଚନ କଭରେଜ୍ କରୁଥିବା ଘରୋଇ ଜାତୀୟ ନ୍ୟୁଜ୍ ଚ୍ୟାନେଲର ଦୁଇ ଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)