Anti-Alcohol Protest ଚଟାହାଣ୍ଡି ରାସ୍ତାରେ ମହିଳା ମାତିଲେ, ୨୬୦୦ଲିଟର ପୁଡ଼ିମଦ ପିଙ୍ଗି ନଷ୍ଟକଲେ

ନବରଙ୍ଗପୁର: ନବରଙ୍ଗପୁର ସଦରବ୍ଲକର ଚଟାହାଣ୍ଡି ଗାଁ ଦାଣ୍ଡରେ ଆଜି ସଂଧ୍ୟାରେ ୨୬୦୦ଲିଟର ପୁଡିମଦକୁ ରାସ୍ତା ଉପରେ ପକାଇ ନଷ୍ଟ କରିଛନ୍ତି ଚଟାହାଣ୍ଡି ନାରୀ ମହାସଂଘ। କୋଡିଙ୍ଗା ଥାନା ଓ ନବରଙ୍ଗପୁର ଅବକାରୀ କର୍ମଚାରୀଙ୍କ ଉପସ୍ଥିତିରେ ନଷ୍ଟ କରିଥିଲେ।
anti liquor movement ମଦ ବନ୍ଦ ପାଇଁ ତେନ୍ତୁଳିଖୁଣ୍ଟି ନାରୀ ମହାସଙ୍ଘର ଦାବିପତ୍ର
ଜିଲ୍ଲାରେ ଗାଁକୁଗାଁ ବ୍ୟାପିବାରେ ଲାଗିଛି ମହିଳାଙ୍କ ମଦ ବନ୍ଦ ଆନ୍ଦୋଳନ। ଆଜି(ଶନିବାର) ଏହି କ୍ରମରେ ପ୍ରବଳ ବର୍ଷା ସତ୍ତ୍ବେ ନବରଙ୍ଗପୁରବ୍ଲକର ଚଟାହାଣ୍ଡି ଗାଁରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ୬୫ବସ୍ତା ପୁଡି (ପ୍ୟାକେଟ୍ )ମଦ ୨୬୦୦ଲିଟର ମଦକୁ ବାହାର କରିଥିଲେ ଆନ୍ଦୋଳନରତ ଶତାଧିକ ମହିଳା।
ଚଟାହାଣ୍ଡି ସରପଞ୍ଚ ଚଞ୍ଚଳା ସାନ୍ତାଙ୍କ ନେତୃତ୍ବରେ ମହିଳାମାନେ ଆନ୍ଦୋଳନ କରିଥିଲେ। ଦିନ ତମାମ ମହିଳାମାନେ ମଦକୁ ନଷ୍ଟ କରିବାକୁ ଜିଦ୍ ଧରି ବସିଥିଲେ। କୋଡିଙ୍ଗା ଥାନା ଓ ନବରଙ୍ଗପୁର ଅବକାରୀ କର୍ମଚାରୀମାନେ ବହୁ ବୁଝାସୁଝା ପରେ ବି ମହିଳାମାନେ ଶୁଣିନଥିଲେ। ଏହି ସବୁ ପୁଡିମଦର ରଂଗ କଳା ରହିବା ସହ ତିଆରି କେବେ ହୋଇଛି, କେବେ ଏହା ଏକ୍ସପାଇରି ହେବ କିଛି ଲେଖା ହୋଇନଥିବାରୁ ଏହା ବିଷାକ୍ତ ମଦ ବୋଲି କହିଛନ୍ତି ଚଟାହାଣ୍ଡି ସରପଞ୍ଚ। ଏହି ବିଷାକ୍ତ ପୁଡିମଦ ପିଇ ଆମ ଅଞ୍ଚଳର ଶତାଧିକ ଲୋକେ ମରିଗଲେଣି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି।
anti liquor protest Odisha ମଦ ବନ୍ଦ ପ୍ରତିବାଦ ସଭାରେ ଅସ୍ତ୍ରଧାରୀ ନିଶାଡ଼ିଙ୍କ ଦୌରାତ୍ମ୍ୟ
ସୂଚନାଯୋଗ୍ୟ, ଗତ ୧୦ବର୍ଷ ତଳେ ମଧ୍ୟ ଚଟାହାଣ୍ଡିରେ ପୁଡିମଦକୁ ବିରୋଧ କରି ଆନ୍ଦୋଳନ କରିବା ସହ ମଦଭାଟିରୁ ମଦ ବାହାର କରି ମହିଳା ମାନେ ପିଙ୍ଗି ଦେଇଥିଲେ। ଆଜି ପୁଣି ଏହାର ପୁନାରାବୃତ୍ତି କରିଛନ୍ତି ଅଞ୍ଚଳର ମହିଳା।