Elderly Man Killed After Wall Collapses: ଲଗାଣ ବର୍ଷାରେ ଭୁଶୁଡିଲା ଝାଟିମାଟି ଘର, ଚାଲିଗଲା ବୃଦ୍ଧଙ୍କ ଜୀବନ

Jul 05, 2026 - 11:45
Elderly Man Killed After Wall Collapses: ଲଗାଣ ବର୍ଷାରେ ଭୁଶୁଡିଲା ଝାଟିମାଟି ଘର, ଚାଲିଗଲା ବୃଦ୍ଧଙ୍କ ଜୀବନ

ବଲାଙ୍ଗିରରେ ଅଘଟଣ। ଲଗାଣ ବର୍ଷାରେ ମାଟି ଘରର କାନ୍ଥ ଭୁଶୁଡ଼ି ଜଣଙ୍କ ଜୀବନ ଯାଇଛି। ପୁଇଁତଲା ବ୍ଲକ ଲୁବରାନପଲି ଗାଁରେ ଘଟିଛି ଅଘଟଣ। ଗତକାଲି ରାତିରେ ୬୫ ବର୍ଷୀୟ ବୃଦ୍ଧ ଗଣ୍ଡାରାମ କୁମ୍ଭାର ଓ ପତ୍ନୀ ଲକ୍ଷ୍ମୀ କୁମ୍ଭାର ଝାଟିମାଟି ଘରେ ଶୋଇଥିଲେ।

ପ୍ରବଳ ବର୍ଷା ଯୋଗୁଁ ଘର କାନ୍ଥ ଭାଙ୍ଗି ଦୁଇ ଜଣଙ୍କ ଉପରେ ପଡିବାରୁ ଚାପି ହୋଇଯାଇଥିଲେ | ଆଜି ସକାଳୁ ପଡୋଶୀ ଦେଖିବା ପରେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ | କିନ୍ତୁ ଘଟଣାସ୍ଥଳରେ ଗଣ୍ଡାରାମଙ୍କ ଜୀବନ ଚାଲିଯାଇଛି।