Ekamra Kanan road: ଏକାମ୍ର କାନନ-ହାତଆଶୁଣି ରାସ୍ତା: ଛାୟାପ୍ରଦ ସାଇକେଲ୍‌ ଟ୍ରାକ୍‌କୁ ନେଇ ବିବାଦ, ଅଣଓଡ଼ିଆ ଠିକାଦାରଙ୍କୁ ଦରଦ

Aug 27, 2026 - 04:58
Ekamra Kanan road: ଏକାମ୍ର କାନନ-ହାତଆଶୁଣି ରାସ୍ତା: ଛାୟାପ୍ରଦ ସାଇକେଲ୍‌ ଟ୍ରାକ୍‌କୁ ନେଇ ବିବାଦ, ଅଣଓଡ଼ିଆ ଠିକାଦାରଙ୍କୁ ଦରଦ

"ଭୁବନେଶ୍ବର: ଏକାମ୍ର କାନନରୁ ହାତୀଆଶୁଣି ପର୍ଯ୍ୟନ୍ତ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାରେ ହେବ ଛାୟାପ୍ରଦ ସାଇକେଲ୍‌ ଟ୍ରାକ୍‌ ଓ ପାଦଚଲା ରାସ୍ତା।

ଆଲୋକୀକରଣ ସାଙ୍ଗକୁ ସୌନ୍ଦର୍ଯ୍ୟୀକରଣ ଓ ଅନ୍ୟାନ୍ୟ କାମ କରାଯିବ।

ବିଡିଏ ଏ ବାବଦରେ ୧୧.୮୨ କୋଟି ଟଙ୍କା ଖର୍ଚ୍ଚ କରିବ।

ଏଥିପାଇଁ ଚଳିତମାସରେ ବିଡିଏ ଟେଣ୍ଡର ଆହ୍ବାନ କରିଥିବା ବେଳେ ଟେଣ୍ଡର ସର୍ତ୍ତାବଳିକୁ ନେଇ ବିବାଦ ମୁଣ୍ଡ ଟେକିଛି।

ଟେନ୍‌ସାଇଲ୍‌ ଫ୍ୟାବ୍ରିକ କାମରେ ଅଭିଜ୍ଞତାସଂପନ୍ନ ସେଭଳି ଠିକାଦାର ନଥିବାରୁ, ଏଭଳି ବିବାଦ ସୃଷ୍ଟି ହୋଇଛି।

ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଠିକାଦାରଙ୍କୁ ଦରଦ ଦେଖାଇବାକୁ ଯାଇ ଏଭଳି ଟେଣ୍ଡର କରାଯାଇଛି ବୋଲି ଅଭିଯୋଗ ହୋଇଛି।

ଏ ଉପରେ ଠିକାଦାରମାନେ ବିଡିଏ ଇଂଜିନିୟର ସଦସ୍ୟ ସୁରେନ୍ଦ୍ର ନାଏକଙ୍କୁ ଭେଟି ଅଭିଯୋଗ କରିଛନ୍ତି।Advertisment Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ ବିଡିଏ ଇଂଜିନିୟରିଂ ସଦସ୍ୟଙ୍କୁ ଭେଟିଲେ ଓଡ଼ିଆ ଠିକାଦାରଖର୍ଚ୍ଚ ହେବ ୧୧.୮୨କୋଟି ବିଡିଏ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଏଭଳି ଛାୟାପ୍ରଦ ସାଇକେଲ୍‌ ଟ୍ରାକ୍‌ କରିବାକୁ ଯାଉଛି।

ଟେଣ୍ଡର ଅନୁଯାୟୀ, ଏହି ଛାୟାପ୍ରଦ ସାଇକେଲ୍‌ ଟ୍ରାକ୍‌ରେ ପ୍ରାୟ ୬୨୦୦ ବର୍ଗମିଟର(ପ୍ରାୟ ୬୭ହଜାର ବର୍ଗଫୁଟ) ଟେନ୍‌ସାଇଲ୍‌ ଫ୍ୟାବ୍ରିକ୍‌ ବିଛାଯିବ।

ବିଡିଏ ଅଧୀନରେ ଠିକା କାମ କରୁଥିବା ଓଡ଼ିଆ ଠିକାଦାରଙ୍କ ଅଭିଯୋଗ, ଓଡ଼ିଶାରେ ଏତେ ପରିମାଣର ଟେନ୍‌ସାଇଲ୍‌ ଫ୍ୟାବ୍ରିକ୍‌ କାମ କୌଣସି ଓଡ଼ିଆ ଠିକାଦାର କରିନାହାନ୍ତି।

ଯେଉଁ ହାତଗଣତି ଠିକାଦାର ଏହି କାମ କରିଛନ୍ତି, ସେମାନେ ଅତିବେଶିରେ ପ୍ରାୟ ୧୦ହଜାର ବର୍ଗଫୁଟ ଟେନ୍‌ସାଇଲ୍‌ ଫ୍ୟାବ୍ରିକ୍‌ କାମ କରିଥିବେ।

ଯେଉଁଠାରେ ବି ଟେନ୍‌ସାଇଲ୍‌ ଫ୍ୟାବ୍ରିକ କାମ ହେଉଛି, ସେଠି ଅଣଓଡ଼ିଆ ଠିକାଦାର କରୁଛନ୍ତି।

ରୁପାଲି ଛକ, ‌ପାୱାର ହାଉସ୍‌ ଛକ ଓ ଜନପଥରେ କାର୍‌ ପାର୍କିଂ ସେଡ୍‌ ପାଇଁ ଟେନ୍‌ସାଇଲ୍‌ ଫ୍ୟାବ୍ରିକ୍‌ ପଡ଼ୁଛି।

ଏହାକୁ ଓଡ଼ିଆ ଠିକାଦାର କରୁଛନ୍ତି।

କିନ୍ତୁ ଯେଉଁ ସର୍ତ୍ତ ଏଥିପାଇଁ ରଖାଯାଇଥିଲା, ସେଥିରେ ଉଭୟ ଅଣଓଡ଼ିଆ ଓ ଓଡ଼ିଆ ଠିକାଦାର ଅଂଶଗ୍ରହଣ କରିପାରିଥିଲେ।

ସର୍ତ୍ତ ଥିଲା ଯେ, ଟେଣ୍ଡରରେ ଅଂଶଗ୍ରହଣ କରୁଥିବା ବିଡର୍‌ ୮୧.୫୨ ଲକ୍ଷ ଟଙ୍କାର ଏକ ସିଭିଲ୍‌ କାର୍ଯ୍ୟ କରିଥିବେ ଓ ଅତିକମ୍‌ରେ ୫୦୦ ବର୍ଗମିଟର ଟେନ୍‌ସାଇଲ୍‌ ପକାଇଥିବାର ଅଭିଜ୍ଞତା ଥିବ।

ନଚେତ୍‌ ବିଡର୍‌ ଟେନ୍‌ସାଇଲ୍‌ ଫ୍ୟାବ୍ରିକ ପ୍ରସ୍ତୁତ କରୁଥିବା ଏକ ନାମକରା ସଂସ୍ଥା (ଓଇଏମ୍‌ ବା ଓରିଜିନାଲ୍‌ ଇକ୍ୟୁପମେଣ୍ଟ ମାନୁଫାକ୍‌ଚରର୍‌)ର ସ୍ବୀକୃତିପତ୍ର ଦାଖଲ କରିବେ।

ଏହି ସର୍ତ୍ତ ବଳରେ ବ୍ରହ୍ମପୁରର ଜଣେ ଓଡ଼ିଆ ଠିକାଦାର ଏହି ଟେଣ୍ଡର ପାଇ କାମ କରୁଛନ୍ତି।

ଇସ୍କନ୍‌-ବାଣୀବିହାର ଡ୍ରେନ୍‌ ପାଇଁ ୨୪.୮୦ କୋଟିର ଟେଣ୍ଡରଭୁବନେଶ୍ବର: ବର୍ଷାରେ ଇସ୍କନ୍‌ ଛକ ଓ ଏହା ସଂଲଗ୍ନ ଅଞ୍ଚଳର ଜଳବନ୍ଦି ରାଜ୍ୟ ସରକାରଙ୍କୁ ବହୁ ବଦ୍‌ନାମ୍‌ କରିଛି।

ଏହାର ସ୍ଥାୟୀ ପ୍ରତିକାର ପାଇଁ ବିଏମ୍‌ସି ନୂ୍ଆ ଡ୍ରେନ୍‌ ନିର୍ମାଣ କରିବାକୁ ୨୪କୋଟି ୮୦ଲକ୍ଷ ୫୧ହଜାର ୪୬୫ ଟଙ୍କାର ଟେଣ୍ଡର ଆହ୍ବାନ କରିଛି।

ନୟାପଲ୍ଲୀ ଇସ୍କନ୍‌ ଚାମ୍ବର-୧ରୁ ଜୟଦେବବିହାର ଦେଇ ବାଣୀବିହାର ୪ ନମ୍ବର ନାଳରେ ଏହି ନୂଆ ଡ୍ରେନ୍‌ ମିଶିବ।

ନୂଆ ଟେଣ୍ଡରରେ ୩.୧୯ କିଲୋମିଟର ଅଣ୍ଡରଗ୍ରାଉଣ୍ଡ୍‌ ନାଳ ନିର୍ମାଣ ହେବ।

ପ୍ରତି ସେକେଣ୍ଡରେ ୧୧.୯ କ୍ୟୁବିକ୍‌ ମିଟର ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ।

ଶୀଘ୍ର କାମ ସାରିବାକୁ ପ୍ରି-କାଷ୍ଟ କଂକ୍ରିଟ୍‌ ଷ୍ଟ୍ରକ୍‌ଚର୍‌ ବ୍ୟବହାର ହେବ।

୧୨ ମାସରେ କାମ ସାରିବାକୁ ସର୍ତ୍ତ ରଖାଯାଇଛି।

ସେପ୍ଟେମ୍ବର ୭ରେ ଏହାର ବୈଷୟିକ ବିଡ୍‌ ଖୋଲାଯିବ।

ପୂର୍ବରୁ ଇସ୍କନ ଛକ ଚାମ୍ବର-୧ରୁ ଜୟଦେବବିହାର ଦେଇ ଜାତୀୟ ରାଜପଥ ତଳେ ବର୍ଷା ଓ ଆବର୍ଜନା ଜଳ ନିଷ୍କାସନ ଅସୁବିଧା ହେଉଥିଲା।

ଏହି ଜାଗା ଜାମ୍‌ ହୋଇ ପାଣି ନିଷ୍କାସନ ହୋଇ ନପାରି ଓଲଟା ପାଣି ଅଞ୍ଚଳକୁ ବୁଡ଼ାଉଥିଲା।

Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା ସ୍ବୀକୃତିପତ୍ର ଦେଇଥିବା ସଂସ୍ଥା ବି ଆବଶ୍ୟକ ଟେନ୍‌ସାଇଲ୍‌ ଫ୍ୟାବ୍ରିକ ଯୋଗାଇ ଦେଉଛି।

କିନ୍ତୁ ଏକାମ୍ର କାନନରୁ ହାତୀଆଶୁଣି ପର୍ଯ୍ୟନ୍ତ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାରେ ହେବାକୁ ଥିବା ପ୍ରକଳ୍ପରେ ଟେନ୍‌ସାଇଲ୍‌ ଫ୍ୟାବ୍ରିକ କାମରେ ଏଭଳି କିଛି ସର୍ତ୍ତ ରଖାଯାଇଛି।

ଓଲଟା ଓଇଏମ୍‌ ସ୍ବୀକୃତିପତ୍ରକୁ ବାଧ୍ୟତାମୂଳକ କରାଯାଇଛି।

ସିଭିଲ୍‌ କାମରେ ୨୯୫ ଲକ୍ଷ ଟଙ୍କା, ଇଲେକ୍ଟ୍ରିକାଲ୍‌ କାମରେ ୪୭.୫୦ ଲକ୍ଷ ଟଙ୍କା ଓ ଅଳଙ୍କରଣ ବୃକ୍ଷ ଲଗାରେ ୧୧.୭୪ଲକ୍ଷ ଟଙ୍କାର ଅଭିଜ୍ଞତା ଥିବା ଠିକାଦାର ଅଂଶଗ୍ରହଣ କରିପାରିବାର ସର୍ତ୍ତ ରହିଛି।

ଏଭଳି ସର୍ତ୍ତ ପାଳନରେ ଓଡ଼ିଆ ଠିକାଦାର ବିଫଳ ହେବେ।

ପୂର୍ବରୁ ବି ବିଡିଏ ଟ୍ରାନ୍‌ଜିଟ ହାଉସ୍‌ ନିର୍ମାଣ ପାଇଁ ଏଭଳି କିଛି ସର୍ତ୍ତ ରଖିଥିଲା।

ଯେଉଁଥିରେ ଜଣେ ଅଣଓଡ଼ିଆ ଠିକାଦାର ଟେଣ୍ଡର ପାଇଛନ୍ତି।

ଏଣୁ ଟେଣ୍ଡର ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରିବାକୁ ଓଡ଼ିଆ ଠିକାଦାରାମାନେ ନିବେଦନ କରିଛନ୍ତି।

ଇଂଜିନିୟରିଂ ସଦସ୍ୟ ଏ ଉପରେ ପୁନର୍ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)