Panchayat vote: ଆଗକୁ ପଞ୍ଚାୟତ ଭୋଟ: ଦ୍ବିତୀୟ ସ୍ତରର ନେତା ଅଭାବ, ଶୀର୍ଷଙ୍କ ମୁଣ୍ଡରେ ସବୁ ଦାୟିତ୍ବ
"ବଲାଙ୍ଗୀର: ରାଜ୍ୟରେ ଯେଉଁ ଦଳର ସରକାର ଥାଉ, ବଲାଙ୍ଗୀର ଜିଲ୍ଲାରୁ ପ୍ରତିନିଧିତ୍ବ ସବୁବେଳେ ଓଜନଦାର ରହିଥାଏ।
ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଏହାର ଏକ ସଦ୍ୟ ପ୍ରମାଣ।
ଆଗକୁ ପଞ୍ଚାୟତ ନିର୍ବାଚନ।
ଗତ ସାଧାରଣ ନିର୍ବାଚନରେ ବଲାଙ୍ଗୀରକୁ ବାଦ୍ ଦେଇ ବାକି ୪ଟି ନିର୍ବାଚନମଣ୍ଡଳୀରେ ବିଜେପି ବାଜି ମାରିଥିଲା।
ଏବେ ସେହି ବିଜୟୀ ପ୍ରାର୍ଥୀଙ୍କ ଅସଲ ରିପୋର୍ଟ କାର୍ଡ ପଞ୍ଚାୟତ ନିର୍ବାଚନରେ ଖୋଲିବ।
ତେଣୁ, ସ୍ବାଭାବିକ ଭାବେ ବିଜେପି ପଞ୍ଚାୟତ ନିର୍ବାଚନକୁ ଗୁରୁତ୍ବର ସହ ନେଇଛି।
କିଛି ଦିନ ତଳେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବଛାବଛା ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରି ଫେରିଛନ୍ତି।
ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବାକୁ ମନ୍ତ୍ର ଦେଇ ଶ୍ରୀ ସାମଲ ବାହୁଡ଼ିଛନ୍ତି।
କିନ୍ତୁ, ଜିଲ୍ଲାରେ ବିଜେପି ପଞ୍ଚାୟତ ନିର୍ବାଚନ ପାଇଁ ସେଭଳି ସକ୍ରିୟ ହେଲା ଭଳି ମନେ ହେଉନାହିଁ।
ପ୍ରଥମତଃ, ଦଳରେ କୌଣସି ନିର୍ବାଚନମଣ୍ଡଳୀରେ ଦ୍ବିତୀୟ ସ୍ତରର ନେତା ନାହାନ୍ତି।
ମନ୍ତ୍ରୀ ଏବଂ ବିଧାୟକମାନେ ବର୍ଷର ଅଧିକାଂଶ ସମୟ ଭୁବନେଶ୍ବରରେ ରହୁଛନ୍ତି।Advertisment Relief distribution: ଯାଜପୁର ଇନରହୁଇଲ କ୍ଲବ ପକ୍ଷରୁ ବରୀରେ ରିଲିଫ୍ ବଣ୍ଟନ ଶୀର୍ଷଙ୍କ ମୁଣ୍ଡରେ ସବୁ ଦାୟିତ୍ବଜିଲ୍ଲା ଗଠନ ପ୍ରସଙ୍ଗରେ ସଭିଏଁ ଚୁପ୍ ଅତି ଜରୁରି କାର୍ଯ୍ୟକ୍ରମ ଥିଲେ ସେମାନେ ନିର୍ବାଚନମଣ୍ଡଳୀରେ ରହୁଛନ୍ତି।
ସେମାନଙ୍କ ଅନୁପସ୍ଥିତିରେ ନିର୍ବାଚନମଣ୍ଡଳୀରେ ସଂଗଠନ ପରିଚାଳନା କରିବାକୁ ଆଉ ନେତା ନାହାନ୍ତି।
ଜିଲ୍ଲା ସଂଗଠନ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପସ୍ଥିତି ଉପରେ ନିର୍ଭର କରୁଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ସ୍ଥିତି ରହିଲେ ବିଜେପିକୁ ବହୁ ମହଙ୍ଗା ପଡ଼ିବ ବୋଲି ସମୀକ୍ଷକମାନେ ମତ ରଖୁଛନ୍ତି।
ବଲାଙ୍ଗୀରକୁ କୌଣସି ବଡ଼ ପ୍ରକଳ୍ପ ଆଣିବା, ଆଖିଦୃଶିଆ ଯୋଜନା ପ୍ରଣୟନ କରିବାରେ ଦଳ ବିଫଳ ହୋଇଛି।
ବରଂ, ଧାନକିଣା ବିଭ୍ରାଟ, ଦାଦନ ସୁଅ ମାମଲାରେ ଦଳ ସମାଲୋଚନାର ଶିକାର ହେଉଛି।
ଉଭୟ ପ୍ରସଙ୍ଗରେ ବିରୋଧୀ ଦଳ ବିଜେପିକୁ ଘେରିବାର ସହଜ ବାଟ ପାଇଛନ୍ତି।
କେବଳ ରାଜନୈତିକ ଦୃଷ୍ଟିକୋଣରୁ ବିଜେପି ସେଭଳି କିଛି ଆଖିଦୃଶିଆ ଅଗ୍ରଗତି କରିନାହିଁ।
କ୍ଷମତା କେବଳ ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକଙ୍କ ହାତରେ ସୀମିତ ରହିଛି।
ପୁରୁଖା ନେତାଙ୍କ ନିଗମ କିମ୍ବା ପରିଷଦ ପଦ ପାଇବା ଆଶା ମଉଳି ଯାଇଛି।
ଫଳରେ ପଞ୍ଚାୟତ ନିର୍ବାଚନ ପାଇଁ ଶିବିରରେ ଉତ୍ସାହ ନାହିଁ।
Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ ବିଜେଡି ବର୍ଷତମାମ କୌଣସି ବଡ଼ କାର୍ଯ୍ୟକ୍ରମ କରି ନିଜ ଶକ୍ତି ପ୍ରଦର୍ଶନ କରିନାହିଁ।
ପରାଜିତ ପ୍ରାର୍ଥୀ, ପ୍ରାର୍ଥିନୀଙ୍କ କାର୍ଯ୍ୟକ୍ରମ କେବଳ ନିଜ କ୍ୟାରିଅର୍ ବଞ୍ଚାଇବା ଭିତରେ ସୀମିତ।
ଧାନକିଣାରେ ବିଭ୍ରାଟ ହେଉ କିମ୍ବା ଅନ୍ୟ ପ୍ରସଙ୍ଗ ହେଉ, ବିଜେଡି ତାକୁ ଜୀବନ୍ତ ରଖିବାରେ ବିଫଳ ହୋଇଛି।
ଆଗାମୀ ନିର୍ବାଚନ ଯାଏଁ ଭୋଟର ଯେମିତି ଚିହ୍ନି ରଖିଥିବେ, ସେ ନେଇ ଦଳର ନେତାନେତ୍ରୀମାନେ ଉଦ୍ୟମ ରଖିଛନ୍ତି।
ପ୍ରସଙ୍ଗଗୁଡ଼ାଏ ଥିଲେ ବି ଦଳର ବିକ୍ଷିପ୍ତ ଆଚରଣ ବିଜେପିକୁ କାଟୁ କରିନାହିଁ।
ନୂତନ ଜିଲ୍ଲା ଗଠନ ଦାବିକୁ ବିଜେଡି ଅନ୍ତତଃ ଆଗାମୀ ୨୦୨୯ ନିର୍ବାଚନ ଯାଏଁ ସତେଜ ରଖି ରାଜନୀତି କରିବ ବୋଲି ଚର୍ଚ୍ଚା ହେଉଥିଲା।
ସ୍ଥାନୀୟ ପ୍ରସଙ୍ଗରେ ଶାସକ ଦଳକୁ ବିଜେଡି ଠିକ୍ ଭାବେ ଟାର୍ଗେଟ୍ କରି ପାରୁନାହିଁ।
ରାଜ୍ୟସ୍ତରରୁ ଯାହା ବିକ୍ଷୋଭ, ରାଲି କରିବାକୁ ନିର୍ଦ୍ଦେଶ ଆସିଲେ ଛାମୁଆ ନେତାଙ୍କୁ ଦେଖିବାକୁ ମିଳୁଛି।
କଂଗ୍ରେସ ଦଳ ଭିତରେ ଥିବା ଫାଟ ଜଳଜଳ ହୋଇ ଦିଶୁଛି।
ଗତ ସାଧାରଣ ନିର୍ବାଚନ ପରଠାରୁ ଦଳ ନିଜକୁ ସମ୍ଭାଳି ପାରିନାହିଁ।
ଏକକ ନେତୃତ୍ବକୁ ନେଇ ବାଦବିବାଦ ଲାଗି ରହିଛି।
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ବେଳେ ତାଙ୍କୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଏକାକୀ ଭେଟିଥିଲେ।
ହେଲେ, ସୁରକ୍ଷା ଦୃଷ୍ଟିକୋଣରୁ ଜିଲ୍ଲା ସଭାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କୁ ପୁଲିସ ଉଠାଇ ନେଇଥିଲା।
ଯାହାକୁ ନେଇ ଦଳ ଭିତରେ ଜୋର୍ଦାର ତର୍କବିତର୍କ ହୋଇଥିଲା।
ଏବେ ମାମଲା ଥଣ୍ଡା ଥିଲେ ହେଁ ଅନ୍ତର୍ଦ୍ବନ୍ଦ୍ବ ପ୍ରଶମିତ ହୋଇନାହିଁ।
ଯାହାର ପ୍ରତିଫଳନ ପଞ୍ଚାୟତ ନିର୍ବାଚନରେ ଆହୁରି ସ୍ପଷ୍ଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
