Egypt: ପ୍ରଥମଥର ନକ୍ଆଉଟ୍ରେ ଇଜିପ୍ଟ; ଆଶଙ୍କାରେ ଇରାନ
"ସିଆଟଲ: ଚଳିତ ଫିଫା ବିଶ୍ୱକପ୍ରେ ଇଜିପ୍ଟ ଇତିହାସ ରଚିଛି।
ଗ୍ରୁପ୍–ଜିର ଶେଷ ମ୍ୟାଚ୍ରେ ଇରାନ ସହ ନିର୍ଣ୍ଣାୟକ ମୁକାବିଲାକୁ ୧-୧ ଗୋଲ୍ରେ ଡ୍ର" କରି ପ୍ରଥମ ଥର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।
ଅନ୍ୟପକ୍ଷରେ ଇରାନର ଭାଗ୍ୟ ଏବେ ଅନ୍ୟ ଗ୍ରୁପ୍ର ଫଳାଫଳ ଉପରେ ନିର୍ଭର କରୁଛି।
ନକ୍ଆଉଟ୍ ପର୍ଯ୍ୟାୟରେ (ରାଉଣ୍ଡ୍ ଅଫ୍ ୩୨) ଇଜିପ୍ଟର ମୁକାବିଲା ଅଷ୍ଟ୍ରିଆ ସହ ହେବ।
Advertisment Football: ସମ୍ବଲପୁରରେ ଫିଫା ମାନର ଆଧୁନିକ ପଡ଼ିଆ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ ଶୁକ୍ରବାର ବିଳମ୍ବିତ ରାତିର ଏହି ମ୍ୟାଚ୍ର ପଞ୍ଚମ ମିନିଟ୍ରେ ମହମ୍ମଦ ସାଲାହଙ୍କ ସଟ୍କୁ ଇରାନ ଗୋଲ୍ରକ୍ଷକ ଅଲିରେଜା ବେଇରାନଭାନ୍ଦ ଅଟକାଇଥିଲେ ମଧ୍ୟ ଫେରି ଆସିଥିବା ବଲ୍କୁ ମାହମୁଦ୍ ସାବେର ଗୋଲ୍ରେ ପରିଣତ କରି ଇଜିପ୍ଟକୁ ଆଗୁଆ କରିଥିଲେ।
ନବମ ମିନିଟ୍ରେ ଇରାନ ପେନାଲ୍ଟି ପାଇଥିଲା।
କିନ୍ତୁ ମେହଦି ତାରେମିଙ୍କ ପେନାଲ୍ଟିକୁ ଇଜିପ୍ଟ ଗୋଲରକ୍ଷକ ମୋସ୍ତାଫା ଶୋବେଇର ଚମତ୍କାର ଭାବେ ସେଭ୍ କରିଥିଲେ।
୧୪ତମ ମିନିଟ୍ରେ ଇରାନର ତାରକା ଖେଳାଳି ରାମିନ୍ ରେଜାଇଆନ୍ ରିବାଉଣ୍ଡ ବଲ୍କୁ ଗୋଲ୍ରେ ପରିଣତ କରି ସ୍ଥିତି ୧-୧ କରି ନେଇଥିଲେ।
Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା ପ୍ରଥମାର୍ଦ୍ଧରେ ଶୋବେଇର ଆଉ କିଛି ଚମତ୍କାର ସେଭ୍ କରି ଇଜିପ୍ଟକୁ ବଞ୍ଚାଇ ରଖିଥିଲେ।
ଦ୍ୱିତୀୟାର୍ଦ୍ଧରେ ଇଜିପ୍ଟ ବଲ୍କୁ ପୂରା ନିୟନ୍ତ୍ରଣରେ ରଖି ଖେଳିଥିଲା ଏବଂ ସେହି ସ୍କୋର୍ ଲାଇନ୍କୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବାକୁ ସଫଳ ହୋଇଥିଲା।
ଶେଷ ମୁହୂର୍ତ୍ତରେ ଶୋଜା ଖାଲିଲଜାଦେହଙ୍କ ଗୋଲ୍କୁ ଭାର୍ ସମୀକ୍ଷା ପରେ ଅଫସାଇଡ୍ ଘୋଷଣା କରାଯିବା ପରେ ଇରାନର ବିଜୟ ଆଶା ମଉଳି ଯାଇଥିଲା।
ଇରାନ ତୃତୀୟ ସ୍ଥାନରେ ରହିଥିବାରୁ ସର୍ବଶ୍ରେଷ୍ଠ ୮ଟି ତୃତୀୟ ସ୍ଥାନଧାରୀ ଦଳ ମଧ୍ୟରେ ସ୍ଥାନ ପାଇବ କି ନାହିଁ, ତାହା ଗ୍ରୁପ୍-ଜେ, କେ ଓ ଏଲ୍ର ଅବଶିଷ୍ଟ ମ୍ୟାଚ୍ର ଫଳାଫଳ ପରେ ସ୍ପଷ୍ଟ ହେବ।"