Education: ଡିଜିଟାଲ୍ ଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କଲା ବେଦାନ୍ତ ଆଲୁମିନିୟମ୍
"ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ର ଡିଏଭି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଏକ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ୍ର ଉଦ୍ଘାଟନ ହୋଇଛି।
ଏହା କଳାହାଣ୍ଡି ଜିଲ୍ଲାରେ ଡିଜିଟାଲ୍ ଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିଛି।
୮୦ଟି ନୂତନ ଡେସ୍କଟପ୍ କମ୍ପ୍ୟୁଟର ସହିତ ସଜ୍ଜିତ ଉନ୍ନତ ଲ୍ୟାବ୍ ୧୪୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ୬୦ ଜଣ ଶିକ୍ଷକଙ୍କୁ ଉପକୃତ କରିବ।Advertisment ଏହି ସୁବିଧା କମ୍ପ୍ୟୁଟର ଶିକ୍ଷା, କୋଡିଂ, ଡିଜିଟାଲ୍ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା-ଆଧାରିତ ଶିକ୍ଷାକୁ ଆଗକୁ ନେବ ଏବଂ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଉପକରଣ ଏବଂ ପ୍ଲାଟଫର୍ମ ସହିତ ଅଭିଜ୍ଞତା ପ୍ରଦାନ କରିବ।
ଏହି ଅବସରରେ ଭିଏଏମ୍ଏଲ୍, ଲାଞ୍ଜିଗଡ଼ର ଆଲୁମିନା ବ୍ୟବସାୟ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଭବିଷ୍ୟତ ପାଇଁ ଯୁବ ମସ୍ତିଷ୍କକୁ ପ୍ରସ୍ତୁତ କରିବା ସହିତ ଗୁଣାତ୍ମକ ଶିକ୍ଷା ଓ ଡିଜିଟାଲ୍ ସମ୍ବଳର ଉପଲବ୍ଧତା ଜରୁରି।
ଉନ୍ନତ କମ୍ପ୍ୟୁଟର ଲ୍ୟାବ୍ ବିଶ୍ୱସ୍ତରୀୟ ଡିଜିଟାଲ୍ ଭିତ୍ତିଭୂମି, ଅର୍ଥପୂର୍ଣ୍ଣ ଶିକ୍ଷଣ ସୁଯୋଗ ଏବଂ ଉନ୍ନତ ବୈଷୟିକ ଦକ୍ଷତା ହାସଲ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।