editorial: ରୁଟିର ବାସନା

Oct 16, 2026 - 02:43
editorial: ରୁଟିର ବାସନା

"କ୍ଷୁଧାତୁରମାନଙ୍କ ଲାଗି ରୁଟି ଭଳି ସାଧାରଣ ଖାଦ୍ୟ ମଧ୍ୟ ବିଳାସ ହୋଇଥାଏ; ଯେଉଁ ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀ ଠାଏ କହିଥିଲେ ଯେ କ୍ଷୁଧାର୍ତ୍ତଙ୍କ ସକାଶେ ଈଶ୍ବର କେବଳ ରୁଟି ରୂପରେ ହିଁ ଆବିର୍ଭୂତ ହୁଅନ୍ତି।

କ୍ଷୁଧାର ଦାରୁଣ ତାଡ଼ନା ବିଷୟ ବୁଝାଇବାକୁ ଯାଇ ଦିବଂଗତ ଅଭିନେତା ନାନା ପାଟେକର, ନିଜ ଅନୁଭୂତିରୁ କହିଥିଲେ ଯେ ଭୋକିଲା ସକାଶେ କୌଣସି ଦୁର୍ମୂଲ୍ୟ ଅତରର ସୁବାସ ନୁହେଁ, ତାଜା ସେକା ରୁଟିର ବାସନା ହିଁ ସର୍ବାଧିକ ଆକର୍ଷଣୀୟ ହୋଇଥାଏ।Advertisment ପ୍ରତି ବର୍ଷ ଭଳି ଆଜି, ପୃଥିବୀର ସର୍ବତ୍ର, ଜାତିସଂଘ ଦ୍ବାରା, ୧୯୭୯ ମସିହାରେ ଆହୂତ, "ବିଶ୍ବ ଖାଦ୍ୟ ଦିବସ" ପାଳିତ ହେଉଛି।

ପୃଥିବୀରୁ କ୍ଷୁଧା ଦୂର କରିବା ସକାଶେ ୧୯୪୫ ମସିହା ଅକ୍‌ଟୋବର ୧୬ ତାରିଖରେ ଗଠିତ "ଫୁଡ ଏଣ୍ଡ ଆଗ୍ରିକଲଚର ଅର୍ଗାନାଇଜେସନ" ବା "ଏଫ.ଏ.ଓ." (ଖାଦ୍ୟ ଓ କୃଷି ସଂଗଠନ)ର ବର୍ଷ ପୂର୍ତ୍ତି ପାଳନ ସହିତ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସଂଦର୍ଭରେ ସ୍ଥିତି, ସଂକଟ ଓ ସମ୍ଭାବନାର ଆକଳନ କରିବା ଏବଂ ଏକ ବିଶାଳ ସଂଖ୍ୟକ କ୍ଷୁଧାତୁର ପୃଥିବୀବାସୀଙ୍କ ଆଡ଼କୁ ଧ୍ୟାନ ଆକର୍ଷଣ କରିବା ହେଉଛି ଏହାର ଉଦ୍ଦେଶ୍ୟ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ପୃଥିବୀରେ ଉତ୍ପାଦିତ ହେଉଥିବା ଖାଦ୍ୟ ଦ୍ବାରା ପ୍ରତ୍ୟେକ ପୃଥିବୀବାସୀଙ୍କ ସକାଶେ ଆବଶ୍ୟକ ପରିମାଣର ପୌଷ୍ଟିକ ଆହାର ଉପଲବ୍‌ଧ କରାଯିବା ସମ୍ଭବ, କିନ୍ତୁ ବିଡ଼ମ୍ବନା ହେଲା ଏବେ ୬୪.୮ କୋଟି ପୃଥିବୀବାସୀ ବୁଭୁକ୍ଷା-କାତର!

ଏଭଳି ସ୍ଥିତିରେ ଏ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଖାଦ୍ୟ ଥିବା ସତ୍ତ୍ବେ ଜଣେ କ୍ଷୁଧାତୁର ହୋଇ ରହିବାର ବାଧ୍ୟବାଧକତା ସଂଦର୍ଭରେ ବିଶ୍ଳେଷଣ କରି ନୋବେଲ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ଭାରତୀୟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ଯେଉଁ ନିଦ୍ଦିଷ୍ଟ କାରଣ ଦର୍ଶାଇଥିଲେ, ତାହା ହେଉଛି "ଏନଟାଇଟଲମେଣ୍ଟ" ବା "ମାଲିକାନା" ବା "ଅଧିକାର"ର ଅଭାବ।

କହିବା ବାହୁଲ୍ୟ ଯେ ଦାରିଦ୍ର୍ୟ, ଯୁଦ୍ଧ ବା ସଂଘର୍ଷ, ଜଳବାୟୁ ସଂକଟ ଇତ୍ୟାଦି ଭଳି କାରଣରୁ ଜଣେ ମନୁଷ୍ୟ ଏହି ଅଧିକାରରୁ ଛିନ୍ନ ହୋଇପାରେ। "ୱର୍ଲଡ ଫୁଡ ପ୍ରୋଗ୍ରାମ"ର ଏକ ତଥ୍ୟ ଅନୁସାରେ ଉତ୍କଟ ଦାରିଦ୍ର୍ୟ ହେତୁ ପୃଥିବୀର ୨.୬ ବିଲିଅନ (୧ ବିଲିଅନ ହେଉଛି ଶହେ କୋଟି) ସଂଖ୍ୟକ ଲୋକ ଆବଶ୍ୟକ ଖାଦ୍ୟ କ୍ରୟ କରିବାକୁ ଅସମର୍ଥ ଏବଂ ତଜ୍ଜନିତ ଅନାହାର, ଅର୍ଧାହାର ଓ କୁପୋଷଣର ଶିକାର ହେଉଛନ୍ତି।

ଏଭଳି ସ୍ଥଳେ ଏକ ନିଷ୍ଠୁର ବାସ୍ତବତା ହେଲା ବିଭିନ୍ନ କାରଣରୁ ଉତ୍ପାଦିତ ଖାଦ୍ୟର ପ୍ରାୟ ୨୦% ବା ଏକ-ପଞ୍ଚମାଂଶ ନଷ୍ଟ ହୋଇଥାଏ, ଯାହା ଏକ ସ୍ଥୂଳ ହିସାବରେ ହେବ ପ୍ରତ୍ୟହ ପ୍ରାୟ ୧ ବିଲିଅନ "ମିଲ୍‌" ବା ଥାଳି।

Pakistan School: ପାକିସ୍ତାନରେ ଘରୋଇ ସ୍କୁଲ ଛାତ ଭୁଶୁଡ଼ି ୩୪ ମୃତ: ସ୍କୁଲ ମାଲିକ ଗିରଫସଂଘର୍ଷ ଓ ଉତ୍କଟ ଜଳବାୟୁ ବିପର୍ଯ୍ୟୟ ହେତୁ ଖାଦ୍ୟ ଉତ୍ପାଦନ ଓ ଯୋଗାଣ ଗଭୀର ଭାବେ ପ୍ରଭାବିତ ହୋଇ ଖାଦ୍ୟ ସଂକଟ ଓ କ୍ଷୁଧାର କାରଣ ହୋଇଥାଏ।

ଏହା ସୁବିଦିତ ଯେ "ଏଲ ନିନୋ"ର ପ୍ରଭାବ ଚଳିତ ବର୍ଷ ଅତ୍ୟନ୍ତ ତୀବ୍ର ହୋଇଥିବାରୁ, ୨୦୨୭-୨୮ ମସିହା ପର୍ଯ୍ୟନ୍ତ, ଉତ୍କଟ ଦୁର୍ଭିକ୍ଷ ଓ ପ୍ରଳୟଙ୍କରୀ ବନ୍ୟାର ପୂର୍ବାନୁମାନ କରାଯାଉଛି, ଯହିଁରେ ତୀବ୍ର ଖାଦ୍ୟାଭାବ ସୃଷ୍ଟି ହେବା ଅନିବାର୍ଯ୍ୟ।

ନିକଟରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ.

ଜୟଶଙ୍କରଙ୍କ ପକ୍ଷରୁ ପ୍ରଦତ୍ତ ଚିନ୍ତାସଂକୁଳ ସତର୍କ ବାଣୀରେ ନିକଟ ଭବିଷ୍ୟତରେ ସୃଷ୍ଟି ହେବାକୁ ଯାଉଥିବା ଖାଦ୍ୟ ସଂକଟ ପ୍ରତି ଇଙ୍ଗିତ ରହିଛି, ଯାହାର କାରଣ ହେଉଛି ରୁଷିଆ-ୟୁକ୍ରେନ ଓ ଇରାନ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ସେହି କାରଣରୁ ଯୋଗାଣ ଶୃଙ୍ଖଳରେ ପରିଦୃଷ୍ଟ ହୋଇଥିବା ତୀବ୍ର ବିଭ୍ରାଟ।

କେବଳ ସେତିକି ନୁହେଁ, ଦୀର୍ଘକାଳୀନ ଯୁଦ୍ଧ ଓ ସଂଘର୍ଷ ହେତୁ ଘୋର ଦାରିଦ୍ର୍ୟ ମଧ୍ୟକୁ ନିକ୍ଷେପିତ ହୋଇଯାଇଥିବା "ସବ-ସାହାରାନ" ବା "ଉପ ସାହାରୀୟ" ଆଫ୍ରିକା ହେଉଛି, ସଂପ୍ରତି, ପୃଥିବୀର ସର୍ବାଧିକ କ୍ଷୁଧା-କ୍ଳିଷ୍ଟ ଅଞ୍ଚଳ।

ଏବେ ପୃଥିବୀର ୩୫ଟି ଅଞ୍ଚଳରେ ୬୫ଟି ଛୋଟ ବଡ଼ ସଂଘର୍ଷ ଚାଲିଥିବା ହେତୁ ଏକ ବିସ୍ତୃତ ଅଞ୍ଚଳରେ, ଖାଦ୍ୟାଭାବ ଓ ଖାଦ୍ୟ ଦ୍ରବ୍ୟର ଦରଦାମ ବୃଦ୍ଧି ଦେଖା ଦେଇଥିବା ସ୍ବାଭାବିକ, ଯେଉଁ ସ୍ଥିତିରେ ଅସଂଖ୍ୟ ସାଧାରଣ ନାଗରିକ, କ୍ରୟ ଶକ୍ତି ଅଭାବରୁ, ଅମର୍ତ୍ତ୍ୟ ସେନ କହିଥିବା ଭଳି ଖାଦ୍ୟ ଉପରେ ଅଧିକାର ସାବ୍ୟସ୍ତ କରି ନ ପାରି ଜଠର ଜ୍ବାଳା ସହ୍ୟ କରିବାକୁ ବାଧ୍ୟ ହେଉଥିବେ।ଗଲା ସେପ୍‌ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଜାତିସଂଘର ସାଧାରଣ ପରିଷଦର ବୈଠକରେ ନେପାଳର ତରୁଣ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦ୍ବାରା ପ୍ରଦତ୍ତ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାଷଣରେ ଅଭିଯୋଗଟିଏ ଶୁଣିବାକୁ ମିଳିଥିଲା ଯେ "ପୃଥିବୀର ପ୍ରତ୍ୟେକ କୋଣକୁ ଯୁଦ୍ଧ ସରଞ୍ଜାମ ପଠାଇବାର ବିପୁଳ ଆୟୋଜନ ସକାଶେ ସାମର୍ଥ୍ୟ ମିଳି ସାରିଥିଲେ ହେଁ ସବୁରି ମୁହଁକୁ ଆହାର ପହଞ୍ଚାଇବାରେ ସଫଳତା ମିଳି ପାରିନାହିଁ!

ପୃଥିବୀର ଅନେକ ଦେଶରେ ଖାଦ୍ୟାନ୍ନ ଭଣ୍ଡାର ପରିପୃକ୍ତ ହୋଇ ପଡ଼ିଥିବା ବେଳେ ଏବଂ ଖାଦ୍ୟର ଏକ ବୃହଦାଂଶ ନଷ୍ଟ ହେଉଥିବା ପୃଷ୍ଠଭୂମିରେ ତୀବ୍ର କ୍ଷୁଧାର ଉପସ୍ଥିତି ଭଳି ଦୁର୍ଭାଗ୍ୟପୂର୍ଣ୍ଣ ବିରୋଧାଭାସ ହେଉଛି ବାଲେନ ଶାହଙ୍କ କଟାକ୍ଷର ହେତୁ, ଯାହାର ମୂଳରେ ରହିଛି ସଂବେଦନଶୂନ୍ୟତା!

ଏହା ସତ ଯେ "ଏଫ.ଏ.ଓ." ଭଳି ଅନୁଷ୍ଠାନ ପକ୍ଷରୁ ନିରବଚ୍ଛିନ୍ନ ଭାବେ ଧାରଣକ୍ଷମ ଖାଦ୍ୟ ଉତ୍ପାଦନ, କୃଷିର ଉନ୍ନତୀକରଣ ଏବଂ ଖାଦ୍ୟ ସଂକଟ କାଳରେ ଆପତ୍‌କାଳୀନ ସାହାଯ୍ୟ ପ୍ରଦାନ ଆଦିରେ ଅବିଶ୍ରାନ୍ତ ପ୍ରୟାସ ଜାରି ରହିଛି; ମାତ୍ର ଅପର ପକ୍ଷରେ କ୍ଷୁଧା ବିମୋଚନ ସଂଦର୍ଭରେ ସ୍ବଚ୍ଛଳ ଦେଶଗୁଡ଼ିକର ଉଦାସୀନ ଅସଂପୃକ୍ତି ହେତୁ ଆଶାନୁରୂପକ ସଫଳତା ମିଳୁନାହିଁ।

ଏଭଳି ସ୍ଥଳେ ସ୍ମରଣକୁ ଆସିଥାଏ ୧୯୬୫ ମସିହାରେ, ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଭାରତ ସହିଥିବା ଲାଞ୍ଛନାର କଥା, ଯେତେବେଳେ ତୀବ୍ର ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଥିବା ଭାରତ ଖାଦ୍ୟାନ୍ନ ଲାଗି ଆମେରିକା ଆଗରେ ହାତ ପତେଇଥିଲା।

ସେହି ସମୟରେ, ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଲିଣ୍ଡନ ବି.

ଜନସନଙ୍କ ବ୍ୟବହାରରେ ଘୋର ଅପମାନିତ ଓ ବ୍ୟଥିତ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶପଥ ନେଇଥିଲେ ଯେ ଏଭଳି ଉଦ୍ୟମ କରିବେ, ଯେମିତି ଖାଦ୍ୟାନ୍ନ ଲାଗି ଭାରତକୁ ଆଉ କେବେ ହେଲେ ଭିକ୍ଷା କରିବାକୁ ନ ପଡ଼େ!

ତା" ପରେ ଇତିହାସର ମୋଡ଼ ବଦଳାଇ ଆମ ଦେଶରେ ଯୁଗାନ୍ତକାରୀ ସବୁଜ ବିପ୍ଳବର ସୂତ୍ରପାତ ଘଟିଥିଲା।

ଏହି ଦୃଷ୍ଟାନ୍ତ ଏଠାରେ ଅବତାରଣା କରିବାର ଉଦ୍ଦେଶ୍ୟ ହେଲା ସେହି ସଂବେଦନଶୂନ୍ୟତାକୁ ଦେଖାଇବା ଯହିଁରେ ଖାଦ୍ୟାଭାବ ଜର୍ଜର ଦେଶଗୁଡ଼ିକୁ ଭିକ୍ଷୁକ, ଦୟାର ପାତ୍ର ଓ ଅପାଙ୍‌କ୍ତେୟ ବୋଲି ବିଚାର କରାଯାଏ; ଯେଉଁ କାରଣରୁ ବୁଭୁକ୍ଷା ଓ "ହାତ ଟେକା ଦାନ"ର ଚକ୍ର ନିରନ୍ତର ଘୂରି ଚାଲେ; ଯଦିଓ କଦବା କେମିତି ଭାରତ ଭଳି ଭିନ୍ନ ଉଦାହରଣ ସୃଷ୍ଟି ହୋଇ ଯାଆନ୍ତି!

Gyanesh Kumar: ନିଜ ନାଗରିକଙ୍କ ବିରୋଧରେ ମୋଦୀ, ଶାହ ଯୁଦ୍ଧ ଆରମ୍ଭ କରିଛନ୍ତି:ଅଭିଜିତ୍‌ ଦୀପକେ ଅଷ୍ଟାଦଶ ଶତାବ୍ଦୀରେ ଫରାସୀ ରାଣୀ ମେରି ଆନ୍ତୋନିଏତଙ୍କ ମୁଖ ନିସୃତ ଯେଉଁ ଉକ୍ତି (ତାଚ୍ଛଲ୍ୟ ଭରା!) ଜନ ଅସନ୍ତୋଷର ବାରୁଦ ଗଦାରେ ଅଗ୍ନି ସଂଯୋଗ କରି ଫରାସୀ ବିପ୍ଳବ ଘଟାଇଥିଲା, ତାହା ଥିଲା "ରୁଟି ନ ମିଳିଲେ କେକ୍‌ ଖାଅ"।

କ୍ଷୁଧାତୁରମାନଙ୍କ ଲାଗି ରୁଟି ଭଳି ସାଧାରଣ ଖାଦ୍ୟ ମଧ୍ୟ ବିଳାସ ହୋଇଥାଏ; ଯେଉଁ ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀ ଠାଏ କହିଥିଲେ ଯେ କ୍ଷୁଧାର୍ତ୍ତଙ୍କ ସକାଶେ ଈଶ୍ବର କେବଳ ରୁଟି ରୂପରେ ହିଁ ଆବିର୍ଭୂତ ହୁଅନ୍ତି।

କ୍ଷୁଧାର ଦାରୁଣ ତାଡ଼ନା ବିଷୟ ବୁଝାଇବାକୁ ଯାଇ ଦିବଂଗତ ଅଭିନେତା ନାନା ପାଟେକର, ନିଜ ଅନୁଭୂତିରୁ କହିଥିଲେ ଯେ ଭୋକିଲା ସକାଶେ କୌଣସି ଦୁର୍ମୂଲ୍ୟ ଅତରର ସୁବାସ ନୁହେଁ, ତାଜା ସେକା ରୁଟିର ବାସନା ହିଁ ସର୍ବାଧିକ ଆକର୍ଷଣୀୟ ହୋଇଥାଏ।

ସଂପ୍ରତି ମିଳୁଥିବା ସମ୍ବାଦରୁ ଜଣାପଡ଼ିଥାଏ ଯେ ଦୀର୍ଘ ଛଅ ବର୍ଷ ଧରି ଗୃହଯୁଦ୍ଧରେ ବ୍ୟାପୃତ, ଜାତିସଂଘର ରିପୋର୍ଟ ଅନୁସାରେ ପୃଥିବୀର ସର୍ବାଧିକ କ୍ଷୁଧାର୍ତ୍ତ ରାଷ୍ଟ୍ର ସୁଦାନରେ ମାତ୍ର କେଇ ପଟ ରୁଟିର ଲୋଭ ଦେଖାଇ ଏଗାର ବା ବାର ବର୍ଷ ବୟସର ବାଳକମାନଙ୍କୁ ବନ୍ଧୁକ ହ‌େସ୍ତ ଯୁଦ୍ଧକୁ ଠେଲି ଦିଆଯାଉଛି।

ରୁଟିର ବାସନାକୁ ହେଜି ପ୍ରାଣକୁ ବାଜି ଲଗାଇ ଦେଉଥିବା ଏଭଳି ହତଭାଗ୍ୟମାନେ ବିଶ୍ବ ଖାଦ୍ୟ ଦିବସ ଅବସରରେ ବିବେକ ଦଂଶନର କାରଣ ହୁଅନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)