Editorial: କାରଣ ସନ୍ଧାନ
"ବ୍ରିଟିସ ଶାସନ କାଳରେ, ଆମରଣ ଅନଶନକୁ ମହାତ୍ମା ଗାନ୍ଧୀ, ସତ୍ୟାଗ୍ରହର ଅଂଶରେ ପରିଣତ କରି ତା" ମାଧ୍ୟମରେ ଦାବି ପୂରଣ କରିବାରେ ଯଥେଷ୍ଟ ସଫଳତା ପାଇଥିଲେ।
ତେଣୁ ସ୍ବାଧୀନତା ପରେ ସରକାରଙ୍କ ଉପରେ ଚାପ ସୃଷ୍ଟି ସକାଶେ ଏହାକୁ ଏକ ବିଶେଷ ଅସ୍ତ୍ର ଭାବେ ଏ ପର୍ଯ୍ୟନ୍ତ ମଧ୍ୟ ବ୍ୟବହାର କରାଯାଇ ଆସୁଛି।Advertisment Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ ଏହା େଲଖା େହବା େବଳକୁ ଯନ୍ତରମନ୍ତର ଠାେର େସାନମ ୱାଙ୍ଗଚୁକଙ୍କ ଅନଶନ ବିଂଶତିତମ ଦିବସରେ ପହଞ୍ଚି ସାରିଛି।
ଦୀର୍ଘ ଅନାହାର ସହିତ ଦିଲ୍ଲୀର ଉଚ୍ଚ ତାପମାତ୍ରାର ପ୍ରତିକୂଳ ପ୍ରଭାବ ହେତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲାଣି, ଯେଉଁ ପରିପ୍ରେକ୍ଷୀରେ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଦିଲ୍ଲୀ ଉଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଲେଣି ଯେ ତାଙ୍କ ସ୍ବାସ୍ଥ୍ୟ ଉପରେ ସତର୍କ ନିଘା ରଖାଯାଉ।
ଏହା ସୁବିଦିତ ଯେ "ନିଟ୍" ପ୍ରଶ୍ନପତ୍ର ଲିକ ଘଟଣାରେ ଉତ୍ତରଦାୟିତ୍ବ ସ୍ବୀକାର ପୂର୍ବକ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ "କକ୍ରୋଚ ଜନତା ପାର୍ଟି" ବା "ସି.େଜ.ପି."ର ଆନ୍ଦୋଳନକୁ ସମର୍ଥନ ଜଣାଇ ୱାଙ୍ଗଚୁକ ଆମରଣ ଅନଶନ ଆରମ୍ଭ କରିଥିଲେ।
କିନ୍ତୁ, କଥା ହେଲା, ଏଭଳି ଏକ ସମ୍ବେଦନଶୀଳ ସ୍ଥିତିରେ ମଧ୍ୟ ସରକାର ସଂପୂର୍ଣ୍ଣ ପ୍ରତିକ୍ରିୟାଶୂନ୍ୟ ନିରବତା ଅବଲମ୍ବନ କରିଛନ୍ତି, ଯାହା ହିଁ ତୁମୂଳ ଆଲୋଚନା ଓ ବିତର୍କର ବିଷୟ ହୋଇଛି।
ଏଠାରେ ଏହାର କାରଣ ସନ୍ଧାନର ପ୍ରୟାସ କରାଯାଉ।ଏହି ଆନ୍ଦୋଳନ ଓ ୱାଙ୍ଗଚୁକଙ୍କ ଅନଶନ ସଂଦର୍ଭରେ ସ୍ବତଃ, ୨୦୧୧ ମସିହାରେ, ଅନ୍ନା ହଜାରେଙ୍କ ଅନଶନ ଓ ତାଙ୍କ ନେତୃତ୍ବରେ ସଂଚାଳିତ ବିଶାଳ ଜନଆନ୍ଦୋଳନ ବିଷୟ ମନେ ପଡ଼ିଯାଏ, ଯହିଁରେ ଏହି ଯନ୍ତରମନ୍ତର ସାରା ଭାରତ ସକାଶେ ଏକ ଚୁମ୍ବକୀୟ କ୍ଷେତ୍ରରେ ପରିଣତ ହୋଇଥିଲା, ଯାହାର ତିନି ବର୍ଷ ପରେ ଏକାଧିକ ଦୁର୍ନୀତି ସ୍କାଣ୍ଡାଲର ଦୁର୍ନାମ ମୁଣ୍ଡାଇ ୟୁ.ପି.ଏ.
ସରକାରର ପତନ ଘଟିଥିଲା।
ଏଣୁ ପ୍ରଶ୍ନ ଉଠିଥାଏ ଯେ "ସି.ଜେ.ପି." ଦ୍ବାରା ଆନ୍ଦୋଳନ, ହଜାରେଙ୍କ ଆନ୍ଦୋଳନ ଭଳି, ବିପୁଳ ଜନସମର୍ଥନ ଜୁଟାଇବାରେ ବିଫଳ ହୋଇଛି କାହିଁକି, ଯଦିଓ ସି.ଜେ.ପି.ର ଦାବିର ଯଥାର୍ଥତା ନେଇ ପ୍ରାୟ ସମସ୍ତେ ଏକମତ?
ଏହାର ଉତ୍ତରରେ ଏକାଧିକ ଯୁକ୍ତି ଶୁଣିବାକୁ ମିଳିଥାଏ; ଯେମିତି ସି.ଜେ.ପି.
ଏକ ସଂଗଠନ ନୁହେଁ, ବରଂ ସାମାଜିକ ଗଣମାଧ୍ୟମ ମଞ୍ଚରେ ଏକ ମିଳନ କ୍ଷେତ୍ର, ଯାହା ପଛରେ ଦୃଢ଼ ରାଜନୈତିକ ଆଭିମୁଖ୍ୟ, ଗୋଷ୍ଠୀ ଭାବନା, ଭୂମି ଓ ସାଧାରଣ ଲୋକଙ୍କ ସହିତ ସଂପୃକ୍ତି ଇତ୍ୟାଦି ନାହିଁ।
ଆଉ ଏକ ଯୁକ୍ତି ହେଲା, "ଆମ ଆଦମୀ ପାର୍ଟି" ସହିତ ଏହାର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ପୁରୁଣା ସଂପର୍କ ହେତୁ ଧାରଣା ସୃଷ୍ଟି ହୋଇଛି ଯେ ଏହା ହେଉଛି "ଆପ୍"ର ଏକ ଛାୟା ସଂଗଠନ, ସୁତରାଂ, ରାଜନୈତିକ ଅଭିସନ୍ଧି ଦ୍ବାରା ଗ୍ରସ୍ତ; ଯେଉଁ କାରଣରୁ ସି.ଜେ.ପି.କୁ ପ୍ରାୟ ସମସ୍ତ ବିରୋଧୀ ଦଳଙ୍କ ସମର୍ଥନ ମଧ୍ୟ ସ୍ପଷ୍ଟ-ଅସ୍ପଷ୍ଟ।
ପ୍ରକାଶ ଥାଉ କି ଅନ୍ନା ହଜାରେଙ୍କ ଆନ୍ଦୋଳନ ବେଳେ ଦକ୍ଷିଣପନ୍ଥୀ ଗୋଷ୍ଠୀ (ଏପରିକି ବାବା ରାମଦେବଙ୍କ ଅନୁଗାମୀ)ଗୁଡ଼ିକର ସମର୍ଥକମାନେ ଯନ୍ତରମନ୍ତରରେ ସମର୍ଥନର ଯେଉଁ ତରଙ୍ଗ ସୃଷ୍ଟି କରିଥିଲେ, ତାହା ଅଚିରେ ବିଶାଳ ଜନସମୁଦ୍ରକୁ ଜନ୍ମ ଦେଇଥିଲା। "ସି.େଜ.ପି." ପଛରେ ସେଭଳି ସାଂଗଠନିକ ଆଶୀର୍ବାଦ ନାହିଁ।
ଆଉ ଏକ ଯୁକ୍ତି କହିଥାଏ ଯେ ସରକାରଙ୍କ ସମ୍ଭାବ୍ୟ ଆକ୍ରୋଶ ଭୟରେ ଅନେକ ସମର୍ଥକ ସେଠାରେ ଏକତ୍ର ହେବାକୁ ଭୟ କରୁଛନ୍ତି!
ତେବେ, ଏ ସବୁ ଯୁକ୍ତି ଏବଂ "ସି.ଜେ.ପି." ଦ୍ବାରା ଜନଜାଗରଣ ସୃଷ୍ଟିରେ ବିଫଳତା ସତ୍ତ୍ବେ ଏଥିରେ ଦ୍ବିରୁକ୍ତି ନାହିଁ ଯେ ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ବନାମଧନ୍ୟ ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଉଦ୍ବେଗକୁ ମହତ୍ତ୍ବ ଦେଇ ସରକାରଙ୍କ ପକ୍ଷରୁ ଆଲୋଚନାର ଉଦ୍ୟମ କରାଯିବା ଉଚିତ।
କିନ୍ତୁ ଏଠାରେ ଦ୍ବିତୀୟ ପ୍ରଶ୍ନ ଉଠିଥାଏ ଯେ ବିରୋଧ ପରିପ୍ରେକ୍ଷୀରେ ସରକାରଙ୍କ ପ୍ରତିକ୍ରିୟାର ରୂପରେଖ ଇତିମଧ୍ୟରେ ବଦଳି ସାରିଲାଣି କି?ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମସିହାରେ, ନୂଆ କୃଷି ଆଇନ ବିରୋଧରେ ହୋଇଥିବା କୃଷକ ଆନ୍ଦୋଳନକୁ ଦୀର୍ଘ ଗୋଟିଏ ବର୍ଷର ସରକାରୀ ଉଦାସୀନତା ଓ ନିରବତା ସହ୍ୟ କରିବାକୁ ପଡ଼ିଥିଲା, ଯାହା ପରେ ସ୍ବୟଂ ଯାଇ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କୃଷି ଆଇନକୁ ହଟାଇ ଦିଆଯିବା ବିଷୟ ଘୋଷଣା କରାଯାଇଥିଲା।
ସେମିତି ୨୦୨୩ ମସିହାରେ, କୁସ୍ତି ମହାସଂଘର କର୍ମକର୍ତ୍ତାଙ୍କ ଦ୍ବାରା ଯୌନ ଉତ୍ପୀଡ଼ନର ଅତ୍ୟନ୍ତ ଗୁରୁତର ଓ ସ୍ପର୍ଶକାତର ଅଭିଯୋଗ ନେଇ ଅଲିଂପିକ ପଦକ ବିଜେତା ମହିଳା କୁସ୍ତି ଖେଳାଳିମାନଙ୍କ ଆନ୍ଦୋଳନର ଦୟନୀୟ ଅପମୃତ୍ୟୁ ଘଟିଥିଲା, ଦୀର୍ଘ ତିନି ମାସ ପରେ, ବିନା କୌଣସି ସରକାରୀ ଆଲୋଚନା ବା ସଂପୃକ୍ତିରେ।
ଏହି ସବୁ ଆନ୍ଦୋଳନ କାଳରେ ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ପ୍ରାୟତଃ ଏ ନେଇ ନିରବତା ବା ଅପପ୍ରଚାରରେ ବୁଡ଼ି ରହିଥିଲେ; ଜନସାଧାରଣ ପ୍ରମୁଖତଃ ନିର୍ଲିପ୍ତ ଥିଲେ; କେବଳ ଯାହା ସାମାଜିକ ଗଣମାଧ୍ୟମରେ ଆନ୍ଦୋଳନ ସଂଦର୍ଭରେ ଉଭୟ ପକ୍ଷରୁ ସ୍ବରମାନ ଶୁଭୁଥିଲା।
ଏବେ ମଧ୍ୟ ସେଭଳି ସ୍ଥିତି ହୋଇଛି।
ଏହାର କାରଣ କ"ଣ ହୋଇପାରେ?
ସମ୍ଭବତଃ ଏୟା ଯେ ତୀବ୍ର ରାଜନୈତିକ ଧ୍ରୁବୀକରଣର ପରିବେଶରେ ସଂପ୍ରତି ଯେ କୌଣସି ପ୍ରସଙ୍ଗରେ, ସତେ ଯେମିତି, କେବଳ ଦୁଇଟି ପକ୍ଷ; ସରକାରଙ୍କ ସପକ୍ଷ ଓ ବିପକ୍ଷ ବିଦ୍ୟମାନ, ବିଚାରବନ୍ତ ମଧ୍ୟମ-ମାର୍ଗ ସୀମାନ୍ତରିତ। "ଗୋଦୀ ମିଡିଆ", "ଅର୍ବାନ ନକ୍ସଲ", "ଆନ୍ଦୋଳନଜୀବୀ", "ଟୁକୁଡେ ଟୁକୁଡେ ଗ୍ୟାଙ୍ଗ", "ସୋରସ ପାର୍ଟି", "ଆଣ୍ଟି ନେସନାଲ"- ଏଭଳି ସଂଜ୍ଞା ଦ୍ବାରା ପ୍ରତ୍ୟେକ କାର୍ଯ୍ୟ ଓ କଥା ପରିଭାଷିତ; ଯେଉଁ ତର୍କରେ ସରକାରଙ୍କ ସପକ୍ଷରେ କୌଣସି ମତ ଅଥବା ବିପକ୍ଷରେ ପ୍ରତିବାଦ, ସେମାନଙ୍କ ଯଥାର୍ଥତା ସତ୍ତ୍ବେ, ତୋଷାମଦ ବା ଅହେତୁକ ଘୃଣା-ରଂଜିତ ବୋଲି ପ୍ରଶ୍ନାକୁଳ ହୋଇପାରେ।
ଯେଉଁ କ୍ରମରେ ଯୋଗେନ୍ଦ୍ର ଯାଦବ ଜଣେ "ଆନ୍ଦୋଳନଜୀବୀ" ବା ରବୀଶ କୁମାର ଜଣେ "ଅର୍ବାନ ନକ୍ସଲ" ରୂେପ ଗୁରୁତ୍ବ ହରାଇ ପାରନ୍ତି, କୃଷକ ଆନ୍ଦୋଳନରେ ଖଲିସ୍ତାନୀ ପ୍ରଭାବ ଓ ମହିଳା କୁସ୍ତିବିତ୍ଙ୍କ ବିରୋଧ ପ୍ରଦର୍ଶନେର କଂଗ୍ରେସର ଦୁରଭିସନ୍ଧିକୁ ଆବିଷ୍କାର କରାଯାଇପାରେ ଏବଂ ଅର୍ବାଚୀନ ତରୁଣମାନଙ୍କ ମଉଜର ପ୍ରାଙ୍ଗଣ ଭାବେ "ସି.ଜେ.ପି."କୁ ଗୌଣ କରି ଦିଆଯାଇପାରେ।
ଏଭଳି ସ୍ଥଳେ ଯେ କୌଣସି ପ୍ରସଙ୍ଗରେ ଜନସମର୍ଥନ ବିଭାଜିତ ହୋଇଯିବାରେ ବିସ୍ମୟର କାରଣ ମଧ୍ୟ ନ ଥାଏ।
Horoscope 2026 July 18: ଜାଣନ୍ତୁ ଆଜିର ରାଶିଫଳ ବ୍ରିଟିସ ଶାସନ କାଳରେ, ଆମରଣ ଅନଶନକୁ ମହାତ୍ମା ଗାନ୍ଧୀ, ସତ୍ୟାଗ୍ରହର ଅଂଶରେ ପରିଣତ କରି ତା" ମାଧ୍ୟମରେ ଦାବି ପୂରଣ କରିବାରେ ଯଥେଷ୍ଟ ସଫଳତା ପାଇଥିଲେ।
ତେଣୁ ସ୍ବାଧୀନତା ପରେ ସରକାରଙ୍କ ଉପରେ ଚାପ ସୃଷ୍ଟି ସକାଶେ ଏହାକୁ ଏକ ବିଶେଷ ଅସ୍ତ୍ର ଭାବେ ଏ ପର୍ଯ୍ୟନ୍ତ ମଧ୍ୟ ବ୍ୟବହାର କରାଯାଇ ଆସୁଛି।
ହେଲେ, ଅନଶନ ପ୍ରତି ସରକାରମାନଙ୍କ ଦୃଷ୍ଟିଭଙ୍ଗୀ ମଧ୍ୟ ଅନେକ ସମୟରେ ଦୁର୍ବୋଧ୍ୟ ହୋଇଥାଏ।
କାରଣ ସେହି ବ୍ରିଟିସ ଶାସନ କାଳରେ, ୧୯୨୯ ମସିହାରେ, ୨୪ ବର୍ଷ ବୟସ୍କ ଯତୀନ୍ଦ୍ର ନାଥ ଦାସ, ଜେଲରେ ରାଜନୈତିକ ବନ୍ଦୀମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ବିରୋଧରେ ୬୩ ଦିନର ଅନଶନ କରି ପ୍ରାଣ ହରାଇଥିଲେ।
୨୦୧୮ ମସିହାରେ ଗଙ୍ଗା ପରିଷ୍କରଣର ଦାବି ଓ ଗଙ୍ଗା ତଟରୁ ଅବିଚାରିତ ବାଲି ଉଠାଣର ପ୍ରତିବାଦରେ ୮୭ ବର୍ଷ ବୟସ୍କ ପ୍ରଫେସର ଜି.
ଡି.
ଅଗ୍ରୱାଲ, ଦୀର୍ଘ ୧୧୧ ଦିନ ଅନଶନ କରି ପ୍ରାଣ ହରାଇଥିଲେ ବୋଲି ତତ୍କାଳୀନ ସରକାରଙ୍କୁ ସଂବେଦନହୀନ ବୋଲି ଧରି ନେବା ବେଳେ ୧୯୫୨ ମସିହାରେ, ୫୮ ଦିନର ଅନଶନ କରି ପ୍ରାଣ ହରାଇଥିବା ସ୍ବାଧୀନତା ସଂଗ୍ରାମୀ ଶ୍ରୀରାମୁଲୁଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ।
ତେଲୁଗୁ ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିରେ ସେ ପ୍ରାଣବଳି ଦେଇଥିଲେ, ଯେଉଁ ସମୟରେ ଶାସନର ମଙ୍ଗରେ ଥିଲେ ଜବାହରଲାଲ ନେହରୁ ଓ କୈଳାଶନାଥ କାଟ୍ଜୁଙ୍କ ଭଳି ବ୍ୟକ୍ତିତ୍ବ ଏବଂ ସ୍ବାଧୀନତାକୁ ମାତ୍ର ପାଞ୍ଚ ବର୍ଷ ବିତିଥିଲା!
ଏଭଳି ଘଟେ କାହିଁକି?
ଆମରଣ ଅନଶନ "ବ୍ଲାକମେଲିଂ"ର ଏକ ସହଜ ଉପାୟ ନ ହୋଇ "ଅଗ୍ନି ପରୀକ୍ଷା" ହେଉ ବୋଲି ସରକାରଗୁଡ଼ିକ ଚାହିଁ ଥାଆନ୍ତି କି, ଯହିଁରେ ଏଭଳି ଅକସ୍ମାତ୍ ଘଟିଯାଏ?
କିଏ ଜାଣେ?
ଏହାର ରହସ୍ୟ ଭେଦ କରିବା କଷ୍ଟକର।
ଶ୍ରୀରାମୁଲୁଙ୍କ ମୃତ୍ୟୁର ତୁରନ୍ତ ବାଦ ଆନ୍ଧ୍ରପ୍ରଦେଶ ଗଠନର ବାଟ ଫିଟିଯାଇଥିଲା।
ତହିଁ ପର ବର୍ଷ ଆନ୍ଧ୍ର ପ୍ରଦେଶ ଆତ୍ମପ୍ରକାଶ କଲା, ଅଥଚ ଶ୍ରୀରାମୁଲୁ ତାହା ଦେଖିବାକୁ ଜୀବିତ ନ ଥିଲେ!
ଏଭଳି ଏକମୁହାଁ ଅଭିଯାତ୍ରୀମାନେ ବିରଳ ଶ୍ରେଣୀୟ, ଯେଉଁମାନଙ୍କ ଦାବି ନେଇ ସରକାରଙ୍କ ଦ୍ବାରା ସମୟୋଚିତ ଆଲୋଚନାର ନିତାନ୍ତ ଆବଶ୍ୟକତା ମଧ୍ୟ ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।