Madhuraraati: ଶ୍ରଦ୍ଧାଞ୍ଜଳି: ‘ଚୋରାଚୋରା ପ୍ରୀତି’ରୁ, ‘ଏଇ ମଧୁରାତି’

Jul 18, 2026 - 08:07
Madhuraraati: ଶ୍ରଦ୍ଧାଞ୍ଜଳି: ‘ଚୋରାଚୋରା ପ୍ରୀତି’ରୁ, ‘ଏଇ ମଧୁରାତି’

"ଭାରତୀୟ ସିନେସଂଗୀତର ଜଣାଶୁଣା ଗାୟିକା ଏସ୍.

ଜାନକୀ ୧୯୭୦ ଦଶକରେ ଓଡ଼ିଆ ସିନେମାରେ ପ୍ରବେଶ କରିଥିଲେ।

ଗୋଟିଏ ପରେ ‌ଗୋଟିଏ ଲୋକପ୍ରିୟ ଗୀତ ‌େଦଇ ସେ ପ୍ରାୟ ଦୁଇ ଦଶନ୍ଧି କାଳ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ।

ସେ ଉପେନ୍ଦ୍ର କୁମାରଙ୍କ ଠାରୁ ଆରମ୍ଭ କରି ବସନ୍ତ ଦାସଙ୍କ ପର୍ଯ୍ୟନ୍ତ ପ୍ରତିଷ୍ଠିତ ଓ ନବାଗତ ସଙ୍ଗୀତକାରଙ୍କ ପାଇଁ କଣ୍ଠଦାନ କରିଥିଲେ।Advertisment ଶିବଶଙ୍କର ଓଝା ଜଣେ ଦକ୍ଷିଣ ଭାରତୀୟ ହେଲେ ବି ଏସ୍.

ଜାନକୀଙ୍କର ଓଡ଼ିଆ ସିନେ-ସଂଗୀତକୁ ଅବଦାନ କିଛି କମ୍‌ ନୁହେଁ।

୫୦ରୁ ଅଧିକ ଓଡ଼ିଆ ଗୀତ ଗାଇଥିବା ଏସ୍‌.ଜାନକୀଙ୍କର ବହୁ ଗୀତ ବେଶ୍‌ ଲୋକପ୍ରିୟ ହୋଇଥିଲା।

ପୁଣି ତାଙ୍କର ଉଚ୍ଚାରଣ ଓ ଗାୟନ ଏତେ ନିଖୁଣ ଥିଲା ଯେ ଜଣେ ହଠାତ୍ ବିଶ୍ବାସ କରିପାରିବନି କି ସେ ଜଣେ ଅଣ-ଓଡ଼ିଆ।

୧୯୭୪ ମସିହାରେ ମୁକ୍ତିଲାଭ କରିଥିବା ନିତାଇ ପାଲିତଙ୍କ ନିର୍ଦ୍ଦେଶିତ "ମନ ଆକାଶ" ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ ଏସ୍.

ଜାନକୀ।

ଏହି ସିନେମା‌ରେ ସେ ଗାଇଥିବା "ଚୋରାଚୋରା ପ୍ରୀତି ଆସ ସାଥୀ..." ଗୀତଟି ଶ୍ରୋତାଙ୍କ ମନକୁ ଛୁଇଁଥିଲା।

ଏହା ପରେ ସ୍ବରକାର ଉପେନ୍ଦ୍ର କୁମାରଙ୍କ ସଂଗୀତ ନିର୍ଦ୍ଦେଶନାରେ "ସମର୍ପଣ", "ଏ ନୁହେଁ କାହାଣୀ", "କବିସମ୍ରାଟ ଉପେନ୍ଦ୍ର ଭଞ୍ଜ", "କୁଳଚନ୍ଦ୍ରମା", "ପରିବାର", "ଅଲିଭା ଦାଗ", "ପଳାତକ", "ଧ୍ବନି ପ୍ରତିଧ୍ବନି" ଓ "ମାଣିକ" ଆଦି ଛବିରେ କଣ୍ଠଦାନ କରିଥିଲେ ସେ।

Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତିଙ୍କ ସ୍ବର ସଂଯୋଜନାରେ ମଧ୍ୟ ବେଶ୍ କେତୋଟି ଛାୟାଛବିରେ କଣ୍ଠଦାନ କରିଥିଲେ ଏସ୍.

ଜାନକୀ।

ଉକ୍ତ ସିନେମାଗୁଡ଼ିକ ମଧ୍ୟରେ ରହିଛି "ଶ୍ରୀଜଗନ୍ନାଥ", "କିଏ ଜିତେ କିଏ ହାରେ", "ଝିଲିମିଲି" ଓ "ନିଝୁମ୍ ରାତିର ସାଥୀ"।

ସେ ସମୟର ଲୋକପ୍ରିୟ ସଂଗୀତକାର ପ୍ରଫୁଲ୍ଲ କରଙ୍କ ସହ ଏସ୍.

ଜାନକୀ ମଧ୍ୟ ବହୁ ଓଡ଼ିଆ ଚଳଚ୍ଚିତ୍ରରେ କାମ କରିଛନ୍ତି।

ପ୍ରଫୁଲ୍ଲଙ୍କ ସଙ୍ଗୀତ ନିର୍ଦ୍ଦେଶିତ "ବନ୍ଧୁ ମହାନ୍ତି", "ରାମାୟଣ", "ସୀତା ଲବକୁଶ", "ତପସ୍ୟା", "ବଳିଦାନ" ଓ "ଗୌରୀ" ଆଦି ଉଲ୍ଲେଖନୀୟ।

Rain: ୫ କୋଟି ଟଙ୍କାର ବିଦ୍ୟୁତ୍‌ ସବଷ୍ଟେସନରେ ବର୍ଷାପାଣି ଲହଡ଼ି ଓଡ଼ିଶାର ଆଉଜଣେ ନାମକରା ସଙ୍ଗୀତକାର ବାସୁଦେବ ରଥ ମଧ୍ୟ ଏସ୍.

ଜାନକୀଙ୍କ କଣ୍ଠରେ ଗୀତ ରେକର୍ଡିଂ କରିବାର ସୁଯୋଗ ପାଇଥିଲେ।

ତାଙ୍କ ସ୍ବରାରୋପିତ "ଦେଖ ଖବର ରଖ ନଜର", "ସଉତୁଣୀ" ଓ "ରାଜା ହରିଶ୍ଚନ୍ଦ୍ର" ଭଳି ଓଡ଼ିଆ ଛବିରେ ଏସ୍.

ଜାନକୀ ଗାଇଥିବା ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା।

ସଙ୍ଗୀତକାର ଧନଞ୍ଜୟ ଶତପଥୀଙ୍କ ସ୍ବର ସଂଯୋଜିତ "ରକ୍ତଗୋଲାପ" ଓ ବସନ୍ତ ଦାସଙ୍କ "ସତ କେବେ ଲୁଚି ରହେନା"ରେ ମଧ୍ୟ କଣ୍ଠଦାନ କରିଥିଲେ ସେ।

ସିନେଶିଳ୍ପରେ ଜଣେ ଶୃଙ୍ଖଳିତ ଗାୟିକା ଭାବେ ଜଣାଶୁଣା ଏସ୍.

ଜାନକୀ ଖୁବ୍‌ ସମୟାନୁବର୍ତ୍ତୀ ଥିଲେ।

ପ୍ରତିଟି ଗୀତର ଭାବାର୍ଥ ବୁଝିବା ପରେ ହିଁ ମାଇକ୍ରୋଫୋନ୍‌ ସାମ୍ନାକୁ ଯାଉଥିଲେ।

କେବଳ ସେତିକି ନୁହେଁ, ନିଜର ପାରିତୋଷିକକୁ ନେଇ କୌଣସି ବୁଝାମଣାକୁ ସେ ପସନ୍ଦ କରୁନଥିଲେ।

ଗୋଟିଏ କିମ୍ବା ଦୁଇଟି ଟେକ୍‌ରେ ଗୀତ ରେକର୍ଡି ସାରି ଦେଉଥିବାର ସୁନାମର ମଧ୍ୟ ସେ ଅଧିକାରିଣୀ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।