ED Custody ଇଡି ହେଫାଜତରେ ଖଣି ମାଫିଆ ରତିକାନ୍ତ, ପ୍ରଥମ ଦିନ ଜେରାରେ ଓଗାଳିଛି ଅନେକ ତଥ୍ୟ

Aug 21, 2026 - 21:22
ED Custody  ଇଡି ହେଫାଜତରେ ଖଣି ମାଫିଆ ରତିକାନ୍ତ, ପ୍ରଥମ ଦିନ ଜେରାରେ ଓଗାଳିଛି ଅନେକ ତଥ୍ୟ

"ଭୁବନେଶ୍ୱର: ଆର୍ଥିକ ଅନିୟମିତତା ଓ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଢେଙ୍କାନାଳର ପଥର ଖଣି ଓ ଷ୍ଟୋନ୍ କ୍ରସର ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଜୁଲୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ପ୍ରଥମ ଦିନରୁ ହିଁ ମାରାଥନ ଜେରା ଆରମ୍ଭ କରିଛି।

ପଚରାଉଚରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଇଡି ଅଧିକାରୀଙ୍କ ଆଗରେ ଓଗାଳିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।

Advertisment Minor Mineral Scam ଲଘୁଖଣିଜ ସମ୍ପଦ ଚୋରାକାରବାର: ଖଣିମାଫିଆ ରତିକାନ୍ତଙ୍କୁ ବାନ୍ଧିଲା ଇଡ଼ି ଲଘୁ ଖଣିଜ ସମ୍ପଦର ବ୍ୟାପକ କଳାବଜାରି ସମ୍ପର୍କରେ ଖୋଳତାଡ଼ କରିବାକୁ ଇଡି ପକ୍ଷରୁ ରିମାଣ୍ଡ ଆବେଦନ କରିଥିଲା।

ଇଡିର ଅନୁରୋଧରେ ଅଦାଲତ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି।

ଆଜି (ଶୁକ୍ରବାର) ପ୍ରଥମ ଦିନରେ ତାଙ୍କୁ ବିଭିନ୍ନ ଦିଗକୁ ନେଇ ମାରାଥନ୍ ଜେରା କରାଯାଇଛି।

ରିମାଣ୍ଡ ସମୟରେ ରତିକାନ୍ତଙ୍କୁ ତାଙ୍କର ଆର୍ଥିକ କାରବାର, ବ୍ୟାଙ୍କ ଆକାଉଣ୍ଟ, ବ୍ୟବସାୟିକ ନେଣଦେଣ ଓ ମନି ଲଣ୍ଡରିଂ ସମ୍ପର୍କରେ ଇଡି ଅଧିକାରୀମାନେ ଜେରା କରିଛନ୍ତି।

ତାଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଆର୍ଥିକ କାରବାରର ପ୍ରକୃତ ଉତ୍ସ ନେଇ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ।

ଲଘୁ ଖଣିଜ ପଦାର୍ଥ ଲୁଟୁଛନ୍ତି ମାଫିଆ: ଦିନରାତି ଚାଲିଛି ମୋରମ୍‌, ପଥର ଚାଲାଣ, ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ ସୂଚନା ମୁତାବକ, ରତିକାନ୍ତ ରାଉତ ଭୁବନେଶ୍ୱରର କଳାରାହାଙ୍ଗ ଅଞ୍ଚଳର ବାସିନ୍ଦା।

ସେ ଢେଙ୍କାନାଳ ଜିଲ୍ଲାରେ ପଥର ଖଣି ଓ ଷ୍ଟୋନ୍ କ୍ରସର ବ୍ୟବସାୟ ସହ ଜଡ଼ିତ।

ତାଙ୍କ ବିରୋଧରେ ଥିବା ମାମଲା ଓ ଚାର୍ଜସିଟ୍‌କୁ ଆଧାର କରି ଇଡି ୨୦୨୦ ମାର୍ଚ୍ଚରୁ ପିଏମ୍ଏଲ୍ଏ ଅଧୀନରେ ତଦନ୍ତ ଚଳାଇଆସୁଥିଲା।

ତଦନ୍ତ ବେଳେ ରତିକାନ୍ତଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଆର୍ଥିକ କାରବାରର ଯାଞ୍ଚ କରିଥିଲା ଇଡି।

୨୦୨୪ରେ ତାଙ୍କର ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ମୋଟ ୨୫.୦୮ ଲକ୍ଷ ଟଙ୍କାକୁ ଅପରାଧରୁ ଅର୍ଜିତ ଅର୍ଥ ବୋଲି ଦର୍ଶାଇ ଅସ୍ଥାୟୀ ଭାବେ ଆଟାଚ୍ କରିଥିଲା।

୨୦୨୫ରେ ଇଡି ପକ୍ଷରୁ ଆଉ ଏକ ସମ୍ପତ୍ତି ଆଟାଚ୍‌ମେଣ୍ଟ ଆଦେଶ ଜାରି ହୋଇଥିଲା।

ତେବେ ସମାନ ତଦନ୍ତ ଓ ସମାନ ଅଭିଯୋଗ ଆଧାରରେ ଦ୍ୱିତୀୟ ଥର ଆଟାଚ୍‌ମେଣ୍ଟ କରାଯାଇଥିବା ଦର୍ଶାଇ ଓଡ଼ିଶା ହାଇକୋର୍ଟ ଏହାକୁ ରଦ୍ଦ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)