Earthquakes Jolt Flood-Hit Maharashtra: ବନ୍ୟାରେ ବେହାଲ ମହାରାଷ୍ଟ୍ରକୁ ଭୂମିକମ୍ପର ଡବଲ୍ ଝଟକା, ଭୁଶୁଡିଲା ବଡ଼ ବଡ଼ କୋଠା
ମହାରାଷ୍ଟ୍ରରେ ମହାତାଣ୍ଡବ। ବନ୍ୟାରେ ସନ୍ତୁଳି ହେଉଥିବା ମହାରାଷ୍ଟ୍ରରେ ଆଜି ଭୂମିକମ୍ପ। ଥରିଛି ମାଟି, ଫୁଲିଛି ନଦୀ। ମହାରାଷ୍ଟ୍ର ମରାଠାୱାଡ଼ା ଅଞ୍ଚଳରେ ଆଜି ଦୁଇ ଦୁଇ ଥର ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ୩.୬ ଓ ୪.୬ ତ୍ରିବତାରେ ଥରିଛି। ଫଳରେ ବନ୍ୟା ପ୍ରବଣ ଅଞ୍ଚଳରେ ମାଟି ଧସିବା ଘଟଣା ଅଧିକରୁ ଅଧିକ ବଢ଼ିବା ଆଶଙ୍କା କରାଯାଉଛି।
ପିମ୍ପ୍ରି ଛିନ୍ଦୱାଡ଼ାରେ ଏକ ବହୁତଳ କୋଠା ଭୁସୁଡ଼ି ପଡ଼ିଛି। ଏହାରି ଭିତରୁ ଜୀବନ ବଞ୍ଚାବାକୁ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଏବେ ବି ମୁମ୍ବାଇ, ପୁଣେ, ପାଲଘର ସମେତ କେନ୍ଦ୍ର ମହାରାଷ୍ଟ୍ରରେ ବନ୍ୟା ସମସ୍ୟା ଅଧିକ ପରିମାଣରେ ବଢ଼ିଛି। ବନ୍ୟା ଘେରରେ ଶତାଧିକ ଲୋକ ଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।